ETV Bharat / city

Gajapati, A King With Out Kingdom ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Dec 19, 2021, 9:01 AM IST

Updated : Dec 19, 2021, 10:10 AM IST

ଅବସରପ୍ରାପ୍ତ IRS ଅଧିକାରୀ ଅଶୋକ ବଳଙ୍କ(retired IRS officer Ashok Bal) ଦ୍ବାରା ଲିଖିତ ପୁସ୍ତକ ‘ଗଜପତି, ଏ କିଙ୍ଗ ୱିଥଆଉଟ କିଙ୍ଗଡମ’ (ରାଜ୍ୟ ବିହୀନ ରାଜା) କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik) ନବୀନ ନିବାସରେ ଉନ୍ମୋଚନ କରିଛନ୍ତି । ଅଧିକ ପଢନ୍ତୁ

ଅଶୋକଙ୍କ Gajapati, A King With Out Kingdam ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଉନ୍ମୋଚିତ ହେଲା ‘ଗଜପତି, ଏ କିଙ୍ଗ ୱିଥଆଉଟ କିଙ୍ଗଡମ’ (gajapati a king without kingdom)। ଅବସରପ୍ରାପ୍ତ IRS ଅଧିକାରୀ ଅଶୋକ ବଳଙ୍କ(retired IRS officer Ashok Bal) ଦ୍ବାରା ଲିଖିତ ପୁସ୍ତକ ‘ଗଜପତି, ଏ କିଙ୍ଗ ୱିଥଆଉଟ କିଙ୍ଗଡମ’ (ରାଜ୍ୟ ବିହୀନ ରାଜା) କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik) ନବୀନ ନିବାସରେ ଉନ୍ମୋଚନ କରିଛନ୍ତି ।

Gajapati, A King With Out Kingdom ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଅଶୋକଙ୍କ Gajapati, A King With Out Kingdam ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଅଶୋକଙ୍କ Gajapati, A King With Out Kingdam ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଏହି ପୁସ୍ତକରେ ସୂର୍ଯ୍ୟବଂଶୀ ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ(Suryavanshi Gajapati Maharaja Kapilendra Deb) ଠାରୁ ଆରମ୍ଭ କରି ବର୍ତ୍ତମାନର ଗଜପତିଙ୍କ ଇତିହାସ ସମ୍ପର୍କରେ ବର୍ଣ୍ଣିତ । ତେବେ ଗଙ୍ଗ ବଂଶର ରାଜାଙ୍କ ପରେ ମହାରାଜା କପିଳେନ୍ଦ୍ର ଦେବ ପ୍ରଥମ ମହାରାଜ ଭାବେ ଗଜପତି ଉପାଧିରେ ଭୂଷିତ ହୋଇଥିଲେ ଏବଂ ତାଙ୍କ ଉତ୍ତରାଧିକାରୀମାନେ ଗଜପତି ଭାବେ ସମ୍ବୋଧିତ ହେଉଥିବା ବେଳେ ତାହା ଆଜି ପର୍ଯ୍ୟନ୍ତ ତାହା ପ୍ରଚଳିତ ହୋଇଆସୁଛି ।

ଏହି ପୁସ୍ତକରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ବିବେଚିତ ଗଜପତି ମହାରାଜ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ସହ ସମ୍ପର୍କ ବାବଦରେ ଉଲ୍ଲେଖ ରହିଛି । କପିଳେନ୍ଦ୍ର ଦେବଙ୍କ ସମୟରେ ଓଡ଼ିଶା ଗଙ୍ଗାଠାରୁ କାବେରୀ ନଦୀ ଯାଏଁ ଲମ୍ବିଥିଲା । ଏଣୁ ଗଜପତିଙ୍କ ଏହି ପୂର୍ବ ଇତିହାସ ସମ୍ପର୍କରେ ଲୋକେ ଜାଣିବା ଆବଶ୍ୟକ । ରାଜ୍ୟର ଏହି ସମ୍ପୃଦ୍ଧ ଇତିହାସ ସମ୍ପର୍କରେ ଛାତ୍ର ଏବଂ ଶିକ୍ଷକ ଓ ସାଧାରଣ ଜନତା ମଧ୍ୟ ଜାଣିବା ଆବଶ୍ୟକ ।

ତେବେ ଅଶୋକ ବଳ ନିଜ ପୁସ୍ତକ ମାଧ୍ୟମରେ ପୂର୍ବ ସୁରୀମାନଙ୍କ ଏହି ଗୌରବମୟ ଗାଥାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ ଏବଂ ଦେବଶ୍ମିତା ରାଉତ, ଇଟିଭି ଭାରତ

Last Updated : Dec 19, 2021, 10:10 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.