ଭୁବନେଶ୍ବର: ଉପକୂଳବର୍ତ୍ତୀ ରାଜ୍ୟର ବିପର୍ଯ୍ୟୟ ପ୍ରସ୍ତୁତିକୁ ସମର୍ଥନ କରିଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସର୍ବଦା ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ନବୀନ ।
ପଟ୍ଟନାୟକ ଏହା ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟ ସମୟରେ ରାଜ୍ୟ ଜିରୋ କାଜୁଆଲିଟିକୁ ସବୁବେଳେ ପ୍ରାଥମିକତା ଦେଇଆସିଛି । ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟରରେ ଲେଖିଛନ୍ତି, ଲୋକଙ୍କ ଭାଗିଦାରୀ ଯୋଗୁଁ ଅନନ୍ୟ ମଡେଲ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ପାଇଁ ଓଡିଶାର ଦକ୍ଷତାକୁ ସମର୍ଥନ କରିଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ | ସ୍ଥାନୀୟ ମାଲିକାନା ସଂସ୍ଥାପନ କରିବା, ଜିରୋ କାଜୁଆଲିଟି ପାଇଁ ଚେଷ୍ଟା କରିବା ଏବଂ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ଓଡିଶା ମଡେଲର ମୂଳ ଲକ୍ଷ ବୋଲି ନବୀନ ନିଜ ଟ୍ବିଟରେ ଲେଖିଛନ୍ତି ।
ଏହାପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଓଡିଶାର ବିପର୍ଯ୍ୟୟ ପରିଚାଳନା ଉପରେ ଏକ ଆର୍ଟିକିଲ ସେୟାର କରି ବିପର୍ଯ୍ୟୟର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଓଡିଶାକୁ ପ୍ରଶଂସା କରିଥିଲେ । ଫାଇଲିନ ବାତ୍ୟା ପରେ ଜାତିସଂଘ ଓଡିଶାର ପ୍ରସ୍ତୁତିକୁ 'ବିଶ୍ବ ସଫଳତାର କାହାଣୀ' ଭାବରେ ସ୍ବୀକୃତି ପ୍ରଦାନ କରିଥିଲା । ଓଡିଶାକୁ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ଭାବରେ ବ୍ୟବହାର କରିବାକୁ ଯୋଜନା କରିଥିଲା ଜାତିସଂଘ ।