ETV Bharat / city

Poll Result: କ୍ଲିନସୁଇପ ମୁହାଁ ବିଜେଡି ! ଖୁସି ପ୍ରକାଶ କଲେ ନବୀନ - ଭୋଟ ଗଣତିରେ ବିଜେଡି ଆଗରେ

ଆଜି ଆସିପାରେ ପଞ୍ଚାୟତ ନିର୍ବାଚନର ଚୂଡାନ୍ତ ଫଳାଫଳ । ଏହି ପୂର୍ବରୁ ବିଜେଡି ସବୁଠାରୁ ଅଧିକ ଆସନରେ ବିଜୟୀ ହୋଇଥିବା ବେଳେ ବେଶ ଖୁସି ଅଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନରେ କ୍ଲିସସୁଇପ ମୁହାଁ ବିଜେଡି, ଖୁସି ପ୍ରକାଶ କଲେ ନବୀନ

author img

By

Published : Mar 1, 2022, 8:00 AM IST

ଭୁବନେଶ୍ବର: ଆଜି ଆସିପାରେ ପଞ୍ଚାୟତ ନିର୍ବାଚନର ଚୂଡାନ୍ତ ଫଳାଫଳ । କିନ୍ତୁ ଫଳାଫଳ ପ୍ରକାଶ ପୂର୍ବରୁ ବିଜେଡି ସବୁଠାରୁ ଅଧିକ ଆସନରେ ବିଜୟୀ ହୋଇଛି। ଏହି ଫଳାଫଳ ୭୦୦ ଟପିବାର ସମ୍ଭାବନା ମଧ୍ୟ ରହିଛି । ତେବେ ବିଜେଡିର ବିପୁଳ ବିଜୟକୁ ନେଇ ବେସ ଖୁସି ଅଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି କ୍ଲିନସୁଇପ କରି ଇତିହାସ ରଚିବାକୁ ଯାଉଥିବା ବେଳେ ନବୀନ କର୍ମୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିଜୟ ମୁଡ଼ରେ ଥିବା ବେଳେ ବିଜେଡି ପକ୍ଷରୁ ଏକ ଭିଡ଼ିଓ ଜାରି କରାଯାଇଛି। ଭିଡିଓରେ ମୁଖ୍ୟମନ୍ତ୍ରୀ ହାତରେ ଭିକ୍ଟ୍ରି ଚିହ୍ନ ଦେଖାଇ ଖୁସି ପ୍ରକାଶ କରିଛନ୍ତି ।

ଖୁସି ପ୍ରକାଶ କଲେ ନବୀନ

ପୂର୍ବର ସମସ୍ତ ରେକର୍ଡ ବିଜେଡି ଅତିକ୍ରାନ୍ତ କରି ଏବେ ବିପୁଳ ଭୋଟରେ ବିଜୟୀ ମୁହାଁ ହୋଇଛି । 2012 ମସିହାରେ 651 ଟି ସିଟ ରେ ବିଜୟୀ ହୋଇଥିଲା ବିଜେଡି । ତେବେ ଚଳିତ ନିର୍ବାଚନରେ ବିଜେଡି ଦ୍ୱିତୀୟ ଦିନ ଗଣତି ଶେଷ ସୁଦ୍ଧା 500 ସିଟ ଅତିକ୍ରମ କରିଛି ତେବେ ତୃତୀୟ ଦିନ ଗଣତି ଶେଷ ରେ 700 ଟପିବର ସମ୍ଭାବନା ଦେଖା ଦେଇଛି । ଫଳରେ ଏବେ ବଡ ବିଜୟ ଅଭିମୁଖେ ବିଜେଡି, ଟ୍ରେଣ୍ଡ ମଧ୍ୟ ଏକ ତରଫା ଯାଉଛି। ବିରୋଧୀ ବିଜେପି ଏବଂ କଂଗ୍ରେସ କମ ଆସନ ହାତେଇ ଏବେ ଧରାଶାୟୀ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.