ETV Bharat / city

ସାଧାରଣ ସେବାକୁ ତ୍ବରାନ୍ବିତ କରିବ ଆଧାର ସଂଯୋଗୀକରଣ, କହିଲେ ମୁଖ୍ୟ ଶାସନ ସଚିବ - ଲୋକସେବା ଭବନରେ ଆଧାର ସମ୍ବନ୍ଧୀୟ କର୍ମଶାଳା

ଲୋକସେବା ଭବନରେ ଆଧାର ବ୍ୟବହାର ସଂପ୍ରସାରଣ ସମ୍ବନ୍ଧିତ କର୍ମଶାଳା ଅନୁଷ୍ଠିତ । ଆଧାର ନମ୍ବର ବ୍ୟବହାରର ସରଳୀକରଣ ନାଗରିକଙ୍କ ଜୀବନଧାରାକୁ ସହଜ କରିବ କହିଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ସାଧାରଣ ସେବାକୁ ତ୍ବରାନ୍ବିତ କରିବ ଆଧାର ସଂଯୋଗୀକରଣ, କହିଲେ ମୁଖ୍ୟ ଶାସନ ସଚିବ

author img

By

Published : Sep 17, 2022, 8:57 AM IST

ଭୁବନେଶ୍ବର: ଆଧାର ନମ୍ବର ବ୍ୟବହାରର ସରଳୀକରଣ ନାଗରିକଙ୍କ ଜୀବନଧାରାକୁ ସହଜ କରିବ । ଏହାସହିତ ବିଭିନ୍ନ ପ୍ରକାର ସାଧାରଣ ସେବା ପ୍ରଦାନକୁ ଅଧିକ ତ୍ବାରାନ୍ବିତ କରିବ । ଏହାର ବ୍ୟବହାର ଦ୍ବାରା ବହୁସଂଖ୍ୟକ ଲୋକଙ୍କୁ ଏକ ସମୟରେ ସଠିକ୍ ଓ ସମୟାନୁବନ୍ଧିତ ସେବା ଯୋଗାଇ ଦିଆଯାଇ ପାରିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର(Suresh Chandra Mohapatra) । ଉତ୍ତମ ପ୍ରଶାସନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ବରୂପ ମୁଖ୍ୟ ଶାସନ ସଚିବ ଆଧାର ବ୍ୟବହାର ସଂପ୍ରସାରଣ ସମ୍ବନ୍ଧିତ କର୍ମଶାଳା ଉଦଘାଟନ କରିଛନ୍ତି ।

ସାଧାରଣ ସେବାକୁ ତ୍ବରାନ୍ବିତ କରିବ ଆଧାର ସଂଯୋଗୀକରଣ, କହିଲେ ମୁଖ୍ୟ ଶାସନ ସଚିବ
ସାଧାରଣ ସେବାକୁ ତ୍ବରାନ୍ବିତ କରିବ ଆଧାର ସଂଯୋଗୀକରଣ, କହିଲେ ମୁଖ୍ୟ ଶାସନ ସଚିବ

ରାଜ୍ୟ ସରକାର ଏବଂ ଭାରତର ଏକକ ପରିଚୟ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗିତାରେ ରାଜ୍ୟ ଲୋକସେବା ଭବନରେ ଏହି ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ସକ୍ରିୟ ଅଂଶଗ୍ରହଣ ପୂର୍ବକ ବିଭିନ୍ନ ସେବା ପ୍ରଦାନ ସହ ଆଧାର ସଂଯୋଗୀକରଣ ସମ୍ବନ୍ଧୀୟ ପ୍ରଶ୍ନର ସମାଧାନ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଆଧାରରେ ସନ୍ନିବଶିତ ତଥ୍ୟ ଏବଂ ବାୟୋମେଟ୍ରିକ ଛାପ ଆଦିକୁ ନିୟମିତ ସମୟ ବ୍ୟବଧାନରେ ଅପଡେଟ କରିବା ପାଇଁ ମଧ୍ୟ ଆଧାର କର୍ତ୍ତୃପକ୍ଷଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ତଥ୍ୟଭିତ୍ତି ସଦ୍ୟତନ ରହିବ । ଆଧାର ନମ୍ବର ମାଧ୍ୟମରେ ନାଗରିକ ଚିହ୍ନଟ କରଣ ସଠିକ୍ ହେବ । ବିଶେଷତଃ ଛୋଟ ପିଲାମାନଙ୍କ ନାମରେ ହୋଇଥିବା ବାୟୋମେଟ୍ରିକ ନିୟମିତ ସମୟାନ୍ତରରେ ସଦ୍ୟତନ ଦେବାର ଆବଶ୍ୟକତା ଅଧିକ ରହିଛି । ନବଜାତ ଶିଶୁ ଏବଂ ଆଧାର କେନ୍ଦ୍ରକୁ ଆସି ପାରିନଥିବା ଦିବ୍ୟାଙ୍ଗ ବା ନିଃସହାୟ ବୃଦ୍ଧ ବ୍ୟକ୍ତିମାନଙ୍କ ଆଧାର ପଞ୍ଜୀକରଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବରୋପ କରିଛନ୍ତି ।

ଗ୍ରାମ, ୱାର୍ଡ଼, ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ‘ମୋ ସେବାକେନ୍ଦ୍ର’ ଗୁଡିକରେ ଆଧାର ପଞ୍ଜିକରଣ ଏବଂ ସଂଶୋଧନ ସମ୍ବନ୍ଧିତ ସେବା ଯୋଗାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଆଧାର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ଏହା ହେଲେ ଦୂରଦୂରାନ୍ତ ସ୍ଥିତ ଗ୍ରାମରେ ରହୁଥିବା ଲୋକମାନେ ମଧ୍ୟ ଆଧାର ସେବା ପାଇପାରିବେ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ଅଂଚଳରେ ୫,୯୨୩ଟି ମୋ ସେବା କେନ୍ଦ୍ର କାର୍ଯ୍ୟ କରୁଛି । ଏହି କେନ୍ଦ୍ରଗୁଡିକର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଛି ଏବଂ ଅଧିକରୁ ଅଧିକ ଲୋକ ଏହି କେନ୍ଦ୍ର ମାଧ୍ୟମରେ ଅନଲାଇନ୍ ସରକାରୀ ସେବା ପାଇପାରୁଛନ୍ତି ।

ସାଧାରଣ ସେବାକୁ ତ୍ବରାନ୍ବିତ କରିବ ଆଧାର ସଂଯୋଗୀକରଣ

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ''ଖାଦ୍ୟ ଯୋଗାଣ ଯୋଜନା, କାଳିଆ ଭଳି କୃଷକ କଲ୍ୟାଣ ଯୋଜନା, ବିଭିନ୍ନ ପ୍ରକାର ଭତ୍ତା ପ୍ରଦାନ, ଛାତ୍ର ବୃତ୍ତି ମଞ୍ଜୁର ଓ ପ୍ରଦାନ ଆଦିରେ ଆଧାର ନମ୍ବର ବ୍ୟବହାର ଉତ୍ସାହଜନକ ଫଳାଫଳ ହୋଇଛି । ଏହା ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ, ସରଳ ଏବଂ ସଠିକ୍ କରିଛି । ସ୍ବାର୍ଥନ୍ବଷୀ ମଧ୍ୟବର୍ତ୍ତୀ ଲୋକମାନଙ୍କୁ ପ୍ରକ୍ରିୟାରୁ ବାଦ୍ ଦେଇଛି ।'' ଆଧାର କାର୍ଡର ପ୍ରୟୋଜନୀୟତା ବିଷୟରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରିବା ପାଇଁ ସେ ଆଧାର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

ଆଧାର କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ସୌରଭ ଗର୍ଗ କହିଛନ୍ତି ଯେ, ''ଆଧାର ନମ୍ବର ବ୍ୟବହାରରେ ଓଡ଼ିଶା ଏକ ଅଗ୍ରଦୃତ ରାଜ୍ୟ । ୧୮ ରୁ ଉର୍ଦ୍ଧ୍ବ ଜନସଂଖ୍ୟାର ପଞ୍ଜୀକରଣ ଶତ ପ୍ରତିଶତ ପାଖାପାଖି ପହଞ୍ଚିଛି । ଆଧାର ନମ୍ବର ଆର୍ଥିକ ଓ ସାମାଜିକ ଅନ୍ତର୍ଭୁକ୍ତିକରଣର ଏକ ଚାବିକାଠି ''। ଆଧାରର ବ୍ୟବହାର ଓ ପଞ୍ଜୀକରଣ ଆଦି କାର୍ଯ୍ୟର ସଠିକ୍ ପରିଚାଳନା ନିମନ୍ତେ ଶୀଘ୍ର ଜିଲ୍ଲାସ୍ତରୀୟ କମିଟିମାନ ଗଠନ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

କର୍ମଶାଳାଟି ୩ଟି ପର୍ଯ୍ୟାୟରେ ଆୟୋଜିତ ହୋଇଛି । ଉଦଘାଟନୀ ପର୍ଯ୍ୟାୟରେ କର୍ମଶାଳାର ଉଦ୍ଦେଶ୍ୟ ଏବଂ ଆଲୋଚ୍ୟ ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଛି । ବୈଷୟିକ ପର୍ଯ୍ୟାୟରେ ଆଧାର ବ୍ୟବହାର ବୃଦ୍ଧି ନିମନ୍ତେ ନୂତନ ପ୍ରଚେଷ୍ଟା, ଆଧାର ଏବଂ ଇ-ଗଭର୍ନାନ୍ସ୍, ରାଜ୍ୟରେ ଆଧାରର ପ୍ରୟୋଗ, ସର୍ବୋତ୍ତମ ପ୍ରାମାଣିତ ପଦ୍ଧତି, ହିତାଧିକାରୀମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ ଆଦି ବିଷୟରେ ସବିଶେଷ ଆଲୋଚନା ହୋଇଛି । ଉଦଯାପନୀ ପର୍ଯ୍ୟାୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବିକାଶ ପ୍ରକ୍ରିୟାରେ ଜନସାଧାରଣଙ୍କ ଅନ୍ତର୍ଭୁକ୍ତିକରଣ ପାଇଁ ଆଧାର ବ୍ୟବହାରର ଏକ ଫଳଦାୟୀ ଉପାୟ ବୋଲି ସେ କହିଛନ୍ତି । ବିଭିନ୍ନ ବିଭାଗର ସମନ୍ବୟ ମାଧ୍ୟମରେ କ୍ଷେତ୍ରସ୍ତରରେ ଏକ ଆଧାର ବ୍ୟବହାର ଉପଯୋଗୀ ବାତାବରଣ ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.