ETV Bharat / city

86ତମ ପୋଲିସ ପ୍ରତିଷ୍ଠା ଦିବସ, ଦେଶ ସେବକଙ୍କ ମନୋବଳ ବଢାଇବ ଏହି ଦିନ

author img

By

Published : Apr 1, 2021, 11:49 AM IST

Updated : Apr 1, 2021, 5:26 PM IST

ରାଜ୍ୟରେ ପାଳିତ ହେଉଛି ପୋଲିସ ଦିବସ
ରାଜ୍ୟରେ ପାଳିତ ହେଉଛି ପୋଲିସ ଦିବସ

17:15 April 01

ଢେଙ୍କାନାଳରେ 86 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଭଦ୍ରକ: ଜିଲ୍ଲାରେ 86 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ଆଜି(ଗୁରୁବାର) ଭଦ୍ରକର ଚରମ୍ପା ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ଓଡିଶାର ରାଜ୍ୟପାଳ ଓ  ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଉପସ୍ଥାପନ କରାଯାଇଥିଲ।  

ଏଥିସହ ରାଜ୍ୟରେ ପୋଲିସ ପକ୍ଷରୁ ଯେଉଁସବୁ ଜନହିତକର କାର୍ଯ୍ୟ ଜାରି ରହିଛି, ସେ ଦିଗରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ଜିଲ୍ଲାରେ ଯେଉଁସବୁ ପୋଲିସ ଅଧିକାରୀ ସେମାନଙ୍କ କାର୍ଯ୍ୟ ସମ୍ପାଦନ ଦିଗରେ ବିଶେଷ କୃତି ଅର୍ଜନ କରିଛନ୍ତି, ସେମାନଙ୍କୁ ପୁରସ୍କୃତ କରିବା ସହ କୋରୋନା ଯୋଦ୍ଧାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ 

14:33 April 01

ଢେଙ୍କାନାଳ: 86 ତମ ଓଡିଶା ପ୍ରତିଷ୍ଠା ଦିବସ ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ବେଶ୍ ଧୁମ ଧାମରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆରେ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ଶିଭା ଶୁଭ୍ରମଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।  

ଏହି ଅବସରରେ ମହାମାରୀ କୋରୋନା ଯୋଦ୍ଧା ଭାବେ ପ୍ରାଣ ତ୍ୟାଗ କରିଥିବା ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ମହାମାରୀ କୋରୋନା ସମୟରେ ପୋଲିସ କର୍ମଚାରୀଙ୍କ ନିଃସ୍ବାର୍ଥପର ସେବା କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆହ୍ବାନ ଦେଇଥିଲେ । ଏହି ଅବସରରେ ଜିଲ୍ଲା ପୋଲିସର ଉଲେଖନୀୟ କାର୍ଯ୍ୟ କରିଥିବା ପୋଲିସ ପଦାଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା , ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗୀନେନୀଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାର ସମସ୍ତ ପୋଲିସ ପଦାଧିକାରୀ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ 

14:11 April 01

ଅନୁଗୋଳରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୋଳରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୋଳ:  ପୋଲିସ ରିଜର୍ଭ ପଡ଼ିଆରେ ୮୬ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଢ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଓଡିଶା ପୋଲିସ ସବୁ କ୍ଷେତ୍ରରେ ରହି କାର୍ଯ୍ୟ କରି ଆସୁଛି । ବିଶେଷ କରି ପ୍ରାକୃତିକ ଦୁର୍ବିପାକ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସମୟରେ ପୋଲିସ ଧୈର୍ଯ୍ୟର ସହ କାର୍ଯ୍ୟ କରିବାକୁ ନେଇ ପ୍ରଶଂସା କରିଥିଲେ ମୁଖ୍ୟ ଅତିଥି ।  

ଏହା ବ୍ୟତିତ କୋରୋନା ମହାମାରୀ ବେଳେ ମଧ୍ୟ ପୋଲିସ ସାହସ ଓ ଧୈର୍ଯ୍ୟର ନିଜର ଦାଇତ୍ବ ସମ୍ପାଦନ କରିଛି । ଦାଇତ୍ବରେ ଥିବା ବେଳେ ଅନୁଗୋଳ ଜିଲ୍ଲାର ଜଣେ ସବଇନ୍ସପେକ୍ଟର ମଧ୍ୟ  ସହିଦ ହୋଇଛନ୍ତି । ତେଣୁ କୋରୋନା ମୁକାବିଲା ସମସ୍ତଙ୍କ ପାଇଁ  ଚ୍ୟାଲେଞ୍ଜ ହୋଇଛି ବୋଲି  ମୁଖ୍ୟ ଅତିଥି ମତ ରଖିଥିଲେ।  

ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ଅନୁଗୋଳ ଏସପି ଜଗମୋହନ ମିନାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗ   ଦେଇଥିଲେ । ଏହି ଅବସରେ ଅନୁଗୋଳ ଜିଲ୍ଲା ପୋଲିସରେ କାର୍ଯ୍ୟ କରୁଥିବା ଶ୍ରେଷ୍ଠ ପୋଲିସ କର୍ମଚାରୀ ଓ ପ୍ଲାଜମା ଦାନ କରିଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ 

13:46 April 01

ପୁରୀରେ 86ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ପୁରୀରେ 86ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ପୁରୀ:  ଜିଲ୍ଲା ସ୍ତରୀୟ  86ତମ ପୋଲିସ ପ୍ରତିଷ୍ଠା ଦିବସ  ଅନୁଷ୍ଠିତ  । ଆଜି 86ତମ ପୋଲିସ ପ୍ରତିଷ୍ଠା ଦିବସ ପୁରୀଠାରେ ଅନୁଷ୍ଠିତ  ହୋଇଯାଇଛି। ସ୍ଥାନୀୟ ରିଜର୍ଭ ପୋଲିସ ପରେଡ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ଏକ ସମାରୋହରେ ଏସପି କେ ବିଶାଲ୍ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।  

ଏହି ଅବସରରେ ସମ୍ମିଳୀତ ପରେଡରେ ଏସପି ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସେବା ପ୍ରଦର୍ଶନ କରିଥିବା କୃତି ପୋଲିସ କର୍ମଚାରୀଙ୍କୁ ପୁରଷ୍କୃତ କରାଯାଇଥିଲା। ସେହିପରି କୋଭିଡ ଡ୍ୟୁଟିରେ ଜୀବନ ଯାଇଥିବା କୋଭିଡ ଯୋଦ୍ଧାଙ୍କ ସ୍ମୃତିଚାରଣ କରାଯାଇଥିଲା। ସେହିପରି ପୁରୀରେ ଜନସାଧାରଣଙ୍କ ସୁରକ୍ଷା ନେଇ ପୋଲିସ ସର୍ବଦା ପ୍ରସ୍ତୁତ ଥିବା ପୁରୀ ଏସପି କହିଛନ୍ତି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ 

13:45 April 01

ବାଲେଶ୍ବରରେ ପୋଲିସ ଦିବସ ପାଳିତ

ବାଲେଶ୍ବରରେ ପୋଲିସ ଦିବସ ପାଳିତ

ବାଲେଶ୍ଵର: ପୋଲିସ ରିଜର୍ଭ ପଡ଼ିଆରେ 86ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ ଯୋଗଦେଇ ପରେଡ଼ ଅଭିବାଦନ ଗ୍ରହଣ କରିଥିଲେ।  ଏହି ପରେଡରେ ଦୁଇ ପ୍ଲାଟୁନ ଏପିଆର  ଭାଗ ନେଇଥିଲେ। ଏହାସହ 15 ଜଣ ପ୍ଲାଜମା ଡୋନରଙ୍କୁ ପୁରସ୍କୃତ କରାଯାଇଥିଲା।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ 

12:55 April 01

ଗଜପତିରେ ପାଳିତ ପୋଲିସ ଦିବସ

ଗଜପତିରେ ପାଳିତ ପୋଲିସ ଦିବସ

ଗଜପତି: ପାରଳାଖେମୁଣ୍ଡି ଠାରେ 86 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆଜି ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏସପି  ତପନ ପଟ୍ଟନାୟକ ଯୋଗଦେଇ  ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ସେ ପୋଲିସ ବିଭାଗ ଗଠନର ମହତ୍ତ୍ବ ଏବଂ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ କହିବା ସହ ଲୋକଙ୍କ ହିତରେ କାମ କରି ବିଶ୍ବାସଭାଜନ ହେବା ପାଇଁ ଆହ୍ବାନ ଜଣାଇଥିଲେ ।  

ଏହି କାର୍ଯ୍ୟକ୍ରମରେ  ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତିଙ୍କ ସମେତ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀମାନେ ସାମିଲ ହୋଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଭଲ କାମ କରିଥିବା ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରାଯିବା ସହ ପ୍ଲାଜମା ଦାନ କରିଥିବା ପୋଲିସ କର୍ମଚାରୀଙ୍କୁ କୋରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା  ।  

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ 

12:01 April 01

ବୌଦ୍ଧରେ ପାଳିତ ହେଲା ପୋଲିସ ପ୍ରତିଷ୍ଠା ଦିବସ

ବୌଦ୍ଧରେ ପାଳିତ ହେଲା ପୋଲିସ ପ୍ରତିଷ୍ଠା ଦିବସ

ବୌଦ୍ଧ: ଜିଲ୍ଲାରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ । ଏହି ଅବସରରେ କୋରୋନା ଯୋଦ୍ଧା ତଥା ପ୍ଲାଜମା ଡୋନରଙ୍କୁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଛି । ଏହାସହ ପ୍ରଥମ ଥର ପାଇଁ ଅପରାଧିଙ୍କୁ ଧରିବାରେ ପୋଲିସକୁ ସହାୟତା କରିଥିବା ଦୁଇଜଣ ଯୁବକଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

ବୌଦ୍ଧ ଜିଲ୍ଲାର ବଲାସିଂଘା ଠାରେ ଥିବା ପଞ୍ଚମ ଆଇଆରବି ବାଟାଲିୟନ ପଡିଆରେ 86 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଆଇଆରବି କମାଣ୍ଡାଣ୍ଟଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ଜିଲ୍ଲା ପୋଲିସ ଏସପି ଯୋଗ ଦେଇଥିଲେ ।  

ଏହି ଅବସରରେ କୋରୋନା ସମୟରେ ଉଲ୍ଲେଖନୀୟ ସେବା ଯୋଗାଇଥିବା ଉଭୟ ପୋଲିସ ଓ ଆଇଆରବି ଯବାନଙ୍କ ପ୍ରଶଂସା କରିବା ସହ ବିଶେଷ ସେବା ନିମନ୍ତେ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ  ଆଇଆରବିର 19 ଜଣ ଯବାନଙ୍କୁ ସମ୍ମାନିତ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ 

11:44 April 01

କଳାହାଣ୍ଡିରେ ୮୬ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

କଳାହାଣ୍ଡି: ୮୬ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ରିଜର୍ଭ ପୋଲିସ ପଡିଆ ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ୮୬ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିସବ ପାଳିତ ହୋଇଯାଇଛି।

ଏନେଇ  ଅନୁଷ୍ଠିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଏସପି ଶ୍ରବଣ ବିବେକ ଯୋଗ ଦେଇ ପ୍ରଥମେ ଅନୁଷ୍ଠିତ ପରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।  ଏହାପରେ ରାଜ୍ୟପାଳଙ୍କ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢି ଶୁଣାଇଥିଲେ। ପରେ ସମାଜରେ ଶାନ୍ତି ପ୍ରତିଷ୍ଠାରେ ଉଲ୍ଲେଖନୀୟ ଅବଦାନ ପାଇଁ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ 

11:43 April 01

କନ୍ଧମାଳରେ ପୋଲିସ ଦିବସ ପାଳିତ

କନ୍ଧମାଳରେ ପୋଲିସ ଦିବସ ପାଳିତ

କନ୍ଧମାଳ: ଜିଲ୍ଲାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ବୃନ୍ଦା ଡି ଫୁଲବାଣୀରେ ଥିବା ଉତ୍କଳ ଗୌରବ ମଧୁସୁଦନ, ଗୋପବନ୍ଧୁ ଦାସ ପ୍ରଭୃତି ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ମଧ୍ୟ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ।

ସେପଟେ ଫୁଲବାଣୀ ପୁଲିସ ରିଜର୍ଭ ପଡ଼ିଆରେ ୮୬ ତମ ପୋଲିସ ଦିବସରେ ଏସପି ଭିନିତ ଅଗ୍ରୱାଲ ପୋଲିସ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ୨୦୨୦ ଓ ୨୦୨୧ ପାଇଁ ଶ୍ରେଷ୍ଠ ପୋଲିସ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

11:24 April 01

ଖୋର୍ଦ୍ଧାରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଖୋର୍ଦ୍ଧାରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଖୋର୍ଦ୍ଧା: ଆଜି ପୋଲିସ ପ୍ରତିଷ୍ଠା ଦିବସ । ଏହି ଅବସରରେ ଜିଲ୍ଲାରେ ପାଳିତ ହୋଇଯାଇଛି ପ୍ରତିଷ୍ଠା ଦିବସ ।  ଖୋର୍ଦ୍ଧା ଜିଲ୍ଲା ପୋଲିସ ବାହିନୀ ପକ୍ଷରୁ ତରତୁଆ ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ୮୬ତମ ପୋଲିସ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରେଡ଼ ନିରୀକ୍ଷଣ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।  

ଆରକ୍ଷୀ ଅଧିକ୍ଷକ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତା ପଢିଥିଲେ । ଏହି ଅବସରରେ 6 ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଛି । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ, ତହସିଲଦାର, ଅବସରପ୍ରାପ୍ତ ପୋଲିସ କର୍ମଚାରୀ ପ୍ରମୁଖ ଯୋଗଦେଇ ପୋଲିସର ମନୋବଳକୁ ବୃଦ୍ଧି କରିବାରେ ସହାୟକ ହୋଇଥିଲା।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 1, 2021, 5:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.