ETV Bharat / city

ଆଜି ରଜ ସଂକ୍ରାନ୍ତି, ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ - ରଜ 2022

ସଜବାଜ ପହିଲି ରଜ ପରେ ଆଜି ହେଉଛି ଦ୍ବିତୀୟ ରଜ । ଏହାକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ । ପହିଲି ରଜକୁ ମନଭରି ଉପଭୋଗ କରିବା ପରେ ଆଜି ବି ସମାନ ଭାବରେ ସଜବାଜ ହୋଇ ଦିନଟିକୁ ପାଳନ କରିଛନ୍ତି ସଭିଏଁ । ଅଧିକ ପଢନ୍ତୁ

ଆଜି ରଜ ସଂକ୍ରାନ୍ତି; ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

author img

By

Published : Jun 15, 2022, 8:54 AM IST

ଭୁବନେଶ୍ବର: ସଜବାଜ ପହିଲି ରଜ ପରେ ଆଜି ହେଉଛି ଦ୍ବିତୀୟ ରଜ । ଏହାକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ । ପହିଲି ରଜକୁ ମନଭରି ଉପଭୋଗ କରିବା ପରେ ଆଜି ବି ସମାନ ଭାବରେ ସଜବାଜ ହୋଇ ଦିନଟିକୁ ପାଳନ କରିଛନ୍ତି ସଭିଏଁ । ଏହି ଦିନ ରଜ ସହ ସଂକ୍ରାନ୍ତି ହୋଇଥିବା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ନୂଆ ପିନ୍ଧି ସଜବାଜ ହୋଇ ସଭିଏଁ ଭଗବାନଙ୍କୁ ଦର୍ଶନ କରିଛନ୍ତି ।

ପ୍ରଥମ ଦିନରେ ରଜ ମଉଜ ଜମିଥିଲା । ଗାଁଠୁ ନେଇ ସହର ସବୁଠି ପହିଲି ରଜକୁ ମନଭରି ପାଳିଥିଲେ ସଭିଏଁ । ଦୋଳି ଖେଳିବା ସହିତ ପୋଡପିଠା ଓ ରଜପାନର ମହକରେ ମହକି ଉଠିଥିଲା ଖଣ୍ଡମଣ୍ଡଳ । ରଜରେ କବାଡି, କୁଆଁରୀଙ୍କ ସଜବାଜ ଶୃଙ୍ଗାର ସହ ପରସ୍ପରକୁ ରଜ ଶୁଭେଚ୍ଛା ଜଣାଇ ସାଙ୍ଗସାଥୀ ମିଶି ଏକାଠୀ ହୋଇ ପାଳିଥିଲେ ପହିଲି ରଜ । ଆନନ୍ଦମୟ ମହୋତ୍ସବର ମଜା ଲୁଟିଥିଲେ ଓଡିଶାବାସୀ । ସେହି ପରି ଆଜି ଦ୍ବିତୀୟ ଦିନକୁ ବି ଧୁମଧାମରେ ପାଳିଛନ୍ତି ସଭିଏଁ । ଆଜି ରଜ ସଂକ୍ରାନ୍ତି ହୋଇଥିବାରୁ ମନ୍ଦିର ଯାଇଁ ଭଗବାନଙ୍କୁ ଦର୍ଶନ ମଧ୍ୟ କରିଛନ୍ତି ।

ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ଦ୍ବିତୀୟ ଦିନ । ସମାନ ଭାବରେ ଗାଁରୁ ନେଇ ସହର ଚଳଚଞ୍ଚଳ ହୋଇ ଉଠିଛି । ପ୍ରତି ବର୍ଷ ଏହି ତିନିଦିନକୁ ଉତ୍କଣ୍ଠାର ସହିତ ପାଳନ କରନ୍ତି ପ୍ରତିଟି ଓଡିଆ । ସାଧାରଣତଃ କୃଷକମାନେ ରଜ ସଂକ୍ରାନ୍ତି ପୂର୍ବରୁ ଜମିରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି । ଆଷାଢର ପ୍ରଥମ ବର୍ଷା ପୃଥିବୀକୁ ଶୀତଳ କରିଥାଏ । ରଜ ତିନିଦିନ ଧରା ଉପରେ କୌଣିସ କାର୍ଯ୍ୟ କରାଯାଇନଥାଏ । ସମସ୍ତ କୃଷି କାର୍ଯ୍ୟରୁ ବିରତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଥାନ୍ତି କୃଷକଭାଇ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.