ETV Bharat / city

ନବୀନଙ୍କ ମନ୍ତ୍ରୀମଣ୍ଡଳ ନବକଳେବର ନେଇ ଜୋର ଧରିଲା ଚର୍ଚ୍ଚା - ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବା ଖବର

ନିକଟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ବିଜୟ ପରେ ନବୀନଙ୍କ ମନ୍ତ୍ରୀମଣ୍ଡଳର ନବକଳେବର ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

ନବୀନଙ୍କ ମନ୍ତ୍ରୀମଣ୍ଡଳ ନବକଳେବର ନେଇ ଜୋର ଧରିଲା ଚର୍ଚ୍ଚା

author img

By

Published : Apr 3, 2022, 9:22 PM IST

Updated : Apr 3, 2022, 9:37 PM IST

ଭୁବନେଶ୍ବର: ବିଜେଡି ସରକାର ପଞ୍ଚମ ଇନିଂସର ତୃତୀୟ ବର୍ଷ ଚାଲିଛି । ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ମିଳିବା ପରେ ନବୀନଙ୍କ ମନ୍ତ୍ରୀମଣ୍ଡଳର ରୂପରେଖ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ 22 ବର୍ଷ ଶାସନରେ ନବୀନ ପ୍ରତି ଥର ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ କରିଛନ୍ତି । ପଞ୍ଚମ ପାଳିରେ କୋଭିଡ ସଂକ୍ରମଣ ଥିଲା, ବୋଧ ହୁଏ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ମାପିବାରେ ବିଳମ୍ବ ହୋଇଛି । ତେବେ ଏଥର କୋଭିଡ କଟକଣା ହଟି ଥିବାରୁ ଦଳର ସୁପ୍ରିମୋ ମନ୍ତ୍ରୀମଣ୍ଡଳର ଅଦଳ ବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ନବୀନଙ୍କ ମନ୍ତ୍ରୀମଣ୍ଡଳ ନବକଳେବର ନେଇ ଜୋର ଧରିଲା ଚର୍ଚ୍ଚା

ତେବେ ଚଳିତ ଥର ଅନେକ ମନ୍ତ୍ରୀ ବିବାଦୀୟ ହୋଇପଡିଥିବା ସତ୍ତ୍ୱେ ନବୀନ ନୀରବତା ଅବଲମ୍ବନ କରିଛନ୍ତି । 2022 ର ପ୍ରଥମାର୍ଦ୍ଧରେ ଦୁଇ ଦୁଇଟି ନିର୍ବାଚନ ଅତିକ୍ରମ କରିଛି ଦଳ । ପଞ୍ଚାୟତ ଓ ପୌର ନିର୍ବାଚନରେ କିଛି ମନ୍ତ୍ରୀଙ୍କ ଦକ୍ଷତା ଏବଂ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା ମାପିବା ପାଇଁ ସୁଯୋଗ ମିଳିଛି ବୋଲି ଅନୁମାନ କରାଯାଉଛି । ସେପଟେ 2024ରେ ସାଧାରଣ ନିର୍ବାଚନ ଆସୁଥିବାରୁ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ ଦୃଢ ବିଶ୍ବାସ କରାଯାଉଛି ।

ସାଙ୍ଗଠନିକ କ୍ଷେତ୍ରରେ ଯେଉଁମାନେ ପାରଙ୍ଗମ ସେମାନଙ୍କୁ ମନ୍ତ୍ରୀ ପଦରୁ ହଟାଇ ସାଙ୍ଗଠନିକ ଦାୟିତ୍ୱ ଦେଇ ପାରନ୍ତି ନବୀନ । ବିଭିନ୍ନ ଦଳରୁ ବିଜେଡିରେ ସାମିଲ ହୋଇଥିବା ଅନେକ ନେତାଙ୍କୁ ଥଇଥାନ କରିବା ପାଇଁ ବିଚାରକୁ ମଧ୍ୟ ନେଇ ପାରନ୍ତି । ତେବେ ଏଭଳି ସ୍ଥଳେ ରାଜନୀତି ସମୀକ୍ଷକଙ୍କ କହିବା ଅନୁସାରେ ପଞ୍ଚାୟତ ଓ ପୌର ନିର୍ବାଚନ ସଫଳତା ପରେ ନବୀନ ଏବେ ମନ୍ତ୍ରୀମାନଙ୍କ ଦକ୍ଷତା ଏବଂ ବିଭାଗ ବାରି ସମୀକ୍ଷା କରି ପାରନ୍ତି । ତା' ପରେ ଅଦଳବଦଳ ହେବାର ସମ୍ଭାବନା ରହିଛି । ସେପଟେ ବିଜେଡି ବରିଷ୍ଠ ନେତ୍ରୀ ତଥା ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ମନ୍ତ୍ରୀମଣ୍ଡଳ ଅଦଳବଦଳ କଥା ଆମେ କିଛି ଜାଣି ନାହୁଁ, କେବଳ ମୁଖ୍ୟମନ୍ତ୍ରୀ ହିଁ ଜାଣିଛନ୍ତି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Apr 3, 2022, 9:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.