ଭୁବନେଶ୍ବର: ଶୁକ୍ରବାର ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୁର୍ଣ୍ଣ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ ।
ଏହି ବୈଠକରେ ମୁଖ୍ୟତଃ ଶୀତକାଳୀନ ଅଧିବେଶନରେ ଆଗତ ହେବାକୁ ଥିବା ବିଲ୍ ଉପରେ କ୍ଯାବିନେଟର ମଞ୍ଜୁରୀ ନିଆଯିବ । ପୌରାଞ୍ଚଳ ଓ ମହାନଗର ନିଗମ ଆଇନରେ ସଂଶୋଧନ ପ୍ରସ୍ତାବ ଆଗତ ନେଇ ଆଲୋଚନା ହେବ।
ବିଧାନସଭା ଚାଲିଥିବାରୁ ମନ୍ତ୍ରୀମାନଙ୍କୁ କ୍ୟାବିନେଟର ଏଜେଣ୍ଡା ଦିଆଯାଇ ନାହିଁ । ତେବେ ମୋଟ ୬ଗୋଟି ଏଜେଣ୍ଡା ଉପରେ ଆଲୋଚନା ହେବ ବୋଲି ସୂଚନା ରହିଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ