ETV Bharat / city

କ୍ୟାବିନେଟ ବୈଠକରେ 32 ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର

author img

By

Published : May 18, 2022, 5:57 PM IST

Updated : May 18, 2022, 9:47 PM IST

ସରିଲା କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ 32 ପ୍ରସ୍ତାବ ଉପରେ ବାଜିଲା ମୋହର । ଅଧିକ ପଢନ୍ତୁ

ଆରମ୍ଭ ହେଲା କ୍ୟାବିନେଟ ବୈଠକ
ଆରମ୍ଭ ହେଲା କ୍ୟାବିନେଟ ବୈଠକ

ଭୁବନେଶ୍ବର: କ୍ୟାବିନେଟରେ 32 ପ୍ରସ୍ତାବ ଉପରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ 32 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । 811 କୋଟି ବଜେଟକୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ଭୁବନେଶ୍ବରର ପାଣ୍ଡାରାରେ ନିର୍ମାଣ ହେବ ବ୍ୟରେଜ ।

ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ପାଇଁ ରାଜ୍ୟ ସରକାର ୨୦୧୯-୨୦ ମସିହାରେ ୧୧୭୦୦ କୋଟି ଟଙ୍କା ବ୍ୟୟରେ "ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପର ଯୋଜନା କରିଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ଏକ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ପାଣ୍ଡରା ଗ୍ରାମ ନିକଟରେ ଏକ ଆନିକଟ ନିର୍ମାଣ ହେବାର ପ୍ରସ୍ତାବ ଦିଆଯାଇଛି । ଉକ୍ତ ପ୍ରକଳ୍ପରେ ଜଳ ଗର୍ଭସ୍ଥ ଯାନ୍ତ୍ରିକ କାର୍ଯ୍ୟ, ଶକ୍ତି ସଂଯୋଗୀକରଣ, ରାସ୍ତା ସଂଯୋଗୀକରଣ ଓ କର୍ମଚାରୀ ନିବାସ ନିର୍ମାଣ ଆଦି କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ।

କ୍ୟାବିନେଟ ବୈଠକରେ 32 ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର

ଏହି ପ୍ରକଳ୍ପ ପାଇଁ ୧୨୮ କୋଟି 7 ଲକ୍ଷ ଅନୁମୋଦନ ପ୍ରଦାନ କରାଯାଇଛି । ପ୍ରକଳ୍ପକୁ 2 ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି । ଉକ୍ତ ପ୍ରକଳ୍ପଟି ଭୁବନେଶ୍ବର ମହାନଗର ନିଗମ ଓ ବାଲିଅନ୍ତା ତହସିଲର ଲୋକମାନଙ୍କର ପାନୀୟ ଜଳ ଓ ଘରୋଇ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ଜଳ ଉପଲବ୍ଧ କରାଇବ । ସେହିପରି ସ୍ଥାନୀୟ ଅଧିବାସୀଙ୍କ ଚାଷ କାର୍ଯ୍ୟ, ଶିଳ୍ପ, ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସାହାଯ୍ୟ କରିବା ସହିତ ୧୬୧,୭୯ ହେକ୍ଟର ପରିମିତ ଅଞ୍ଚଳର ମାଛ ଚାଷ ପାଇଁ ସହାୟକ ହେବ ।

ସେହିପରି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଜଳଯୋଗାଣ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର ଅନୁମୋଦନ ମିଳିଛି । ହୀରାକୁଦ ବନ୍ଧ ଯୋଜନା ଅନ୍ତର୍ଗତ ବରଗଡ଼ ମୁଖ୍ୟ କେନାଲର ସର୍ବୋଚ୍ଚ ଜଳ ପ୍ରବାହ ସ୍ତର ଠାରୁ ଉଚ୍ଚରେ ଥିବା ବରଗଡ଼ ଜିଲ୍ଲାର ବିଜେପୁର, ବରପାଲି ଓ ସୋହେଲା ବ୍ଳକ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରୀପାଲି ବ୍ଲକର ଅଣଜଳସେଚିତ ଜମିଗୁଡିକୁ ଜଳ ସେଚନ କରିବା ନିମନ୍ତେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ, ବିଜେପୁରକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଥିଲା । ଏହି ପ୍ରକଳ୍ପ ପାଇଁ ୧୮୫ କୋଟି ୪୫ ଲକ୍ଷ ୨ ହଜାର ୬୫୦ ବ୍ୟୟବରାଦ ହୋଇଛି ।

ଆସନ୍ତା ୩ ବର୍ଷରେ ନିର୍ମାଣ ହେବ ୧୨୮୦ ଚେକ ଡ୍ୟାମ, ଖର୍ଚ୍ଚ ହେବ ୧୧୧କୋଟି ଟଙ୍କା ଜଳ ସେଚନ ସହ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଯୋଜନା । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ସାମିଲ ହୋଇଛି ୧୨ଟି ନୂଆ ଗାଁ । ଏଥିପାଇଁ 185 କୋଟି ବ୍ୟୟ ବରାଦ ହୋଇଥିବାବେଳେ ୫,୫୫୦ ହେକ୍ଟର ଜମି ଜଳସେଚିତ ହେବ । ସେହିପରି ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ଏବଂ ୨୪ ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ସରକାରୀ ଅନୁଦାନ ମିଳିବା ନେଇ କ୍ୟାବିନେଟରେ ଆଲୋଚନା ହୋଇଛି । ଏଥିରେ ୪୭ଜଣ ଶିକ୍ଷକ ଉପକୃତ ହେବେ ଏବଂ ବର୍ଷକୁ ୬୮ଲକ୍ଷ ଖର୍ଚ୍ଚ ହେବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : May 18, 2022, 9:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.