ETV Bharat / city

Odisha cabinet, i3MS ଯୋଜନା ଅବଧି ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି - ରାଜ୍ୟ କ୍ୟାବିନେଟ

i3MS ଯୋଜନା ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ୩୨୬.୭୯ କୋଟି ଟଙ୍କା ମଞ୍ଜୁର କରିଛି ରାଜ୍ୟ କ୍ୟାବିନେଟ । ଅଧିକ ପଢନ୍ତୁ

Odisha cabinet, i3MS ଯୋଜନା ଅବଧି ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି

author img

By

Published : Aug 13, 2022, 12:12 PM IST

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଇଣ୍ଟିଗ୍ରେଟେଡ ମାଇନ୍ସ ଆଣ୍ଡ ମିନେରାଲ୍ସ ମନିଟରିଙ୍ଗ ବ୍ୟବସ୍ଥା (i3MS) ଅବଧି ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । i3MS ଯୋଜନା ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ୩୨୬.୭୯ କୋଟି ଟଙ୍କା ମଞ୍ଜୁର କରିଛି ରାଜ୍ୟ କ୍ୟାବିନେଟ । i3MS ବ୍ୟବସ୍ଥା ଦ୍ବାରା ଓଡ଼ିଶାରେ ଖଣିଜ ପ୍ରଶାସନ ସ୍ତରରେ ସ୍ବଚ୍ଛତା ଆସିଛି । ପିଟ-ଟୁ- ପୋର୍ଟ ମିନେରାଲ ଭାଜୁଏସନ ଉପରେ ରିଅଲ ଟାଇମ ଭିଜିବିଲିଟି କାର୍ଯ୍ୟକ୍ଷମ କରି ଏଣ୍ଡ-ଟୁ-ଏଣ୍ଡ ଅନଲାଇନ ମନିଟରିଙ୍ଗ ବ୍ୟବସ୍ଥା ସରକାରଙ୍କ ରେଗୁଲେଟୋରି ଓଭରସାଇଟକୁ ଆହୁରି ବୃଦ୍ଧି କରିଛି । ବେଆଇନ ଖଣି କାରବାରର ମୂଳୋତ୍ପାଟନ ଏବଂ ଅନଧିକୃତ ଓ ପରିବହନ ବନ୍ଦ କରିବା ସହ i3MS ଅହେତୁକ ଖଣି ରାଜସ୍ବ ବୃଦ୍ଧି କରିପାରିଛି ।

ଏହି ଯୋଜନାର ସଫଳତା ୩୨୬.୭୯ କୋଟି ବ୍ୟୟ ବରାଦ କରାଯାଇଛି । i3MSର କାର୍ଯ୍ୟକାରିତା ଅବଧି ଆଉ ପାଞ୍ଚ ବର୍ଷ (୨୦୨୨-୨୭) ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । କମ୍ପ୍ୟୁଟର, ଆସେସୋରିଜ, ସ୍ବୟଂଚାଳିତ ଓଜନସେତୁ ବ୍ୟବସ୍ଥା, ଡ୍ରୋନ ଟେକ୍ନୋଲୋଜି, ଇଣ୍ଟିଗ୍ରେସନ ଫ୍ରେମୱାର୍କ ଏବଂ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର କ୍ରୟ ପାଇଁ i3MSର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ଲାନ କରାଯାଇଛି । ଓଡ଼ିଶା ସରକାର ବ୍ୟବସାୟ ନିରନ୍ତରତା ମଡେଲ ଓ ସୂଚନା ପ୍ରଯୁକ୍ତି ବିଦ୍ୟାର କାର୍ଯ୍ୟାଉନ୍ନୟନ ପାଇଁ ଏକ ୫ ବାର୍ଷିକ ରୋଡମ୍ୟାପ ପ୍ରସ୍ତୁତ କରିଥିଲେ । ଏପ୍ରିଲ ପହିଲା ୨୦୧୨ରୁ ୨୦୧୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରଥମ ୫ ବର୍ଷୀୟା ଯୋଜନା ପୂର୍ଣ୍ଣ ହେବା ପରେ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରି ଏକ୍ସପେଣ୍ଡିଚର ଫାଇନାନ୍ସ କମିଟି ଦ୍ୱାରା ଅନୁମୋଦିତ ହୋଇଛି । ପରେ ଷ୍ଟିଲ ଓ ମାଇନିଂ ବିଭାଗ ଏହି ଯୋଜନାକୁ ଆଉ ୫ ବର୍ଷ ଜାରି ରଖିବା ପାଇଁ ପ୍ରସ୍ତାବ ଦେଇଛି ।

ଗତ କିଛି ବର୍ଷ ଧରି i3MS ଏକ ଆତ୍ମନିର୍ଭର ମଡେଲ ରୂପରେ ବିକଶିତ ହୋଇଛି । ଯେଉଁଥିରେ ଉପଭୋକ୍ତା ଫି ଏକ ଟଙ୍କା ପ୍ରତିଟନ୍‌ ଓର ପଠାଇବା ପାଇଁ ରହିଛି । ଗତ ପାଞ୍ଚ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସିଷ୍ଟମ୍ ୨୫୫.୨ କୋଟି ଟଙ୍କା ଉପଭୋକ୍ତା ଫି ସୃଷ୍ଟି କରିଛି । i3MS ଆସନ୍ତା ୫ ବର୍ଷରେ ୩୩୦ କୋଟି ୟୁଜର୍ସଫି ଉଠାଇବ ବୋଲି ଆକଳନ କରାଯାଇଛି । ସମ୍ପ୍ରସାରଣ ଯୋଜନାରେ AMC, OSU, ଉନ୍ନତି, ପରିବର୍ତ୍ତନ ଅନୁରୋଧ, PIU ଏବଂ ହେଲ୍ପଡେସ୍କରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟଙ୍କ ନିୟୋଜନ ପାଇଁ PMU ଏବଂ i3MS ଚୁକ୍ତିନାମା ଜାରି ରଖିବା ପାଇଁ ପରିକଳ୍ପନା କରାଯାଇଛି । i3MS ପ୍ରୋଜେକ୍ଟ ଆଇଟି ହସ୍ତକ୍ଷେପରେ ସର୍ବୋତ୍ତମ ଅଭ୍ୟାସ ଭାବରେ ଦେଶବ୍ୟାପୀ ପ୍ରଶଂସା ଲାଭ କରିଛି ।

କେନ୍ଦ୍ରଖଣି ମନ୍ତ୍ରଣାଳୟର ସେଣ୍ଟ୍ରାଲ କୋ-ଅର୍ଡିନେସନ୍ସ ଏମ୍ପାୱାର୍ଡ କମିଟି (CCEC) ଉତ୍ତମ ଖଣିଜ ପ୍ରଶାସନ ପାଇଁ i3MS ଗ୍ରହଣ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି । ଏହି ବ୍ୟବସ୍ଥା ରାଜ୍ୟରେ ଖଣି କାର୍ଯ୍ୟର ପ୍ରଭାବଶାଳୀ ମନିଟରିଂକୁ ସୁନିଶ୍ଚିତ କରିବ ଏବଂ ଖଣିଜ ପ୍ରଶାସନରେ ସ୍ବଚ୍ଛତା ଆଣିବା ପାଇଁ ଇସ୍ପାତ ଏବଂ ଖଣି ବିଭାଗ ଦ୍ଵାରା i3MS କାର୍ଯ୍ୟକାରୀ କରାଯାଇଛି । ଏହା ସରକାରଙ୍କୁ ରିଅଲଟାଇମ୍ ଆଧାରରେ ଏଣ୍ଡ-ଟୁ - ଏଣ୍ଡ ମିନେରାଲ ଟ୍ରାଞ୍ଜାକ୍ସନ ତଥା ନିଷ୍କାସନ ନେଇ ଅନ୍ତିମ ବ୍ୟବହାର ଉପରେ ନଜର ରଖିବ ଏବଂ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.