ETV Bharat / city

ଲୋ ଭୋଲଟେଜ ପାଇଁ ଟ୍ରାନ୍ସମିସନ ପ୍ରକଳ୍ପ, ନିର୍ମାଣ ହେବ 4ଟି ମେଗା ଗ୍ରୀଡ ଷ୍ଟେସନ - odisha cabinet clears project to strengthen low voltage problem

ଦୂର ହେବ ଲୋ- ଭୋଲଟେଜ ସମସ୍ୟା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଲୋ- ଭୋଲଟେଜ ଥିବା ଗ୍ରାମାଞ୍ଚଳରେ ସମସ୍ୟା ଦୂର ପାଇଁ ଖର୍ଚ୍ଚ ହେବ ୨୬୦ କୋଟି ଟଙ୍କା । ନିର୍ମାଣ କରାଯିବ 4ଟି ମେଗା ଗ୍ରୀଡ ଷ୍ଟେସନ। ଅଧିକ ପଢନ୍ତୁ

Cabinet
Cabinet
author img

By

Published : Dec 24, 2021, 9:58 PM IST

ଭୁବନେଶ୍ବର: ଦୂର ହେବ ଲୋ-ଭୋଲଟେଜ ସମସ୍ୟା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଲୋ- ଭୋଲଟେଜ ଥିବା ଗ୍ରାମାଞ୍ଚଳରେ ସମସ୍ୟା ଦୂର ପାଇଁ ଖର୍ଚ୍ଚ ହେବ ୨୬୦ କୋଟି ଟଙ୍କା। ନିର୍ମାଣ କରାଯିବ 4 ଟି ମେଗା ଗ୍ରୀଡ ଷ୍ଟେସନ। ଆଠମଲ୍ଲିକ, ଆଗଲପୁର, ଚିତୋଳ, ଏମ. ରାମପୁରରେ ହେବ ମେଗା ଗ୍ରୀଡଷ୍ଟେସନ।

ଲୋ ଭୋଲଟେଜ ପାଇଁ ଟ୍ରାନ୍ସମିସନ ପ୍ରକଳ୍ପ, ନିର୍ମାଣ ହେବ ୩୩ ଓ ୧୧ କେଭି ସବଷ୍ଟେସନ

ରାଜ୍ୟ ସରକାର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଗୁଣାତ୍ମକ ତଥା ଭରସାଯୋଗ୍ୟ ବିଦ୍ୟୁତ ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ସକାଶେ ୨୦୧୩-୧୪ ମସିହାରେ Odisha Distribution System Strengthening Project (ODSSP) ଯୋଜନା ମାଧ୍ୟମରେ ୪୭୩ ଟି ୩୩/୧୧ କେଭି ପ୍ରାଇମେରୀ ସବ-ଷ୍ଟେସନ୍ ଏବଂ ଏହାର ଆନୁସଙ୍ଗିକ ବିଦ୍ୟୁତ ଲାଇନ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ।

ରାଜ୍ୟରେ ଥିବା ଗ୍ରୀଡ ସବ-ଷ୍ଟେସନ, ପ୍ରାଇମେରୀ ସବ-ଷ୍ଟେସନ୍ ଓ ବିଦ୍ୟୁତ ଲାଇନର ସଦୁପଯୋଗ ନିମନ୍ତେ ଚିହ୍ନଟ ହୋଇଥିବା ଲୋ-ଭୋଲଟେଜ ଅଞ୍ଚଳମାନଙ୍କରେ ଅତିରିକ୍ତ ୩୩/୧୧ କେଭି ସବ-ଷ୍ଟେସନ ଏବଂ ସ୍ଵତନ୍ତ୍ର ୩୩ କେଭି ଲାଇନ ନିର୍ମାଣର ଆବଶ୍ୟକତା ରହିଛି ।

ଫଳରେ ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କର load Flow Analysis କୁ ଆଧାର କରି ରାଜ୍ୟ ବିଦ୍ୟୁତ ସଂଚାରଣ ସଂସ୍ଥା OPTCL ୧୭୯୩.୭୩ କୋଟି ଟଙ୍କା ବ୍ୟୟ ଅଟକଳରେ ୯୯ ଟି ୩୩/୧୧ କେଭି ସବ-ଷ୍ଟେସନ ଏବଂ ୮୧୨.୪୫ ଜିମି, ଦୀର୍ଘ ୬୪ ଟି ସ୍ବତନ୍ତ୍ର ୩୩ କେ.ଭି ଲାଇନ ନିର୍ମାଣ ନିମନ୍ତେ ପ୍ରସ୍ତାବ ଆଗତ କରିଛି । ଉପରୋକ୍ତ ପ୍ରସ୍ତାବର ପ୍ରାସଙ୍ଗିକତାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟ ତାଙ୍କର ଆଜିର ବୈଠକରେ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟରେ ୯୯ ଟି ୩୩/୧୧ କେଭି ସବ-ଷ୍ଟେସନ ଏବଂ ୬୪ ଟି ସ୍ବତନ୍ତ୍ର ୩୩ କେଭି ଲାଇନ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.