ETV Bharat / city

ଶ୍ରୀମନ୍ଦିର ଜମି ମାମଲାର ହେବ ତୁରନ୍ତ ଫଇସଲା, କ୍ୟାବିନେଟରେ ସଂଶୋଧନ ନିଷ୍ପତ୍ତି - ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନିୟମ 1954କୁ ସଂଶୋଧନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ(odisha cabinet) ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନିୟମ 1954କୁ (Sri jagannath temple act-1954)ସଂଶୋଧନ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନକୁ କ୍ୟାବିନେଟରେ ମଞ୍ଜୁରୀ

author img

By

Published : Jan 5, 2022, 1:31 PM IST

Updated : Jan 5, 2022, 2:42 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ(odisha cabinet) ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନିୟମ 1954କୁ (Sri jagannath temple act-1954)ସଂଶୋଧନ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏବେ ଶ୍ରୀମନ୍ଦିର ଜମି ମାମଲାର ହେବ ତୁରନ୍ତ ଫଇସଲା । ଏବେ ଜମି ବିକ୍ରି କିମ୍ବା ଲିଜ ପାଇଁ ଦରକାର ନାହିଁ ସରକାରଙ୍କ ଅନୁମତି ।

ଶ୍ରୀମନ୍ଦିର ଜମି ମାମଲାର ହେବ ତୁରନ୍ତ ଫଇସଲା, କ୍ୟାବିନେଟରେ ସଂଶୋଧନ

ଶ୍ରୀ ଜଗନ୍ନାଥ ମନ୍ଦିର, ମନ୍ଦିର ପରିଚାଳନା କମିଟି ଅଧୀନରେ ଥିବା ସ୍ଥାବର ଅସ୍ଥାବର ସମ୍ପତି, ଜମିବାଡି ପ୍ରଭୁତିର ମାଲିକାନା ସ୍ଵତ୍ଵ ପରିବର୍ତ୍ତନ ସହ ସମ୍ପୃକ୍ତ ମାମଲା ଗୁଡିକର ତୁରନ୍ତ ଫଇସଲା ତଥା କଟକଣାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ କ୍ଷମତାପନ୍ନ କରିବା ନିମନ୍ତେ ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନିୟମ 1954 କୁ ସଂଶୋଧନ କରିବା ପାଇଁ ସ୍ଥିର କରିଛନ୍ତି ।

ତେବେ ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନିୟମ1954 ଧାରା 16 ( 2 ) ଅନୁସାରେ ଶ୍ରୀ ଜଗନ୍ନାଥ ମନ୍ଦିରର ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ପ୍ରଜାମାନଙ୍କୁ କିମ୍ବା ଅନ୍ୟ ପ୍ରଜାମାନଙ୍କୁ ବିକ୍ରୟ , ଲିଜ କିମ୍ବା ମଡଗେଜ ଆକାରରେ ହସ୍ତାନ୍ତର କରିବା ପାଇଁ ସରକାରଙ୍କର ପୂର୍ବ ଅନୁମୋଦନ ଦରକାର ପଡ଼ୁଥିଲା । କିନ୍ତୁ ଏହି ଅଧ୍ୟାଦେଶ ବଳରେ ସମସ୍ତ କ୍ଷେତ୍ରରେ ସରକାରଙ୍କର ଏବେ ଅନୁମୋଦନ ଦରକାର ପଡିବ ନାହିଁ ।

ପ୍ରକାଶ ଥାଉକି, ଅଧ୍ୟାଦେଶ ଆସିବା ପରେ ସେ ସମ୍ବନ୍ଧୀୟ ନିୟମର ଆବଶ୍ୟକିୟ ସଂଶୋଧନ କରାଯାଇ କେତେକ ସରକାରୀ ଅଧିକାରୀମାନଙ୍କୁ ଯଥା, ମନ୍ଦିର କାର୍ଯ୍ୟକାରୀ ସଭାପତି, ମୁଖ୍ୟ ପ୍ରଶାସକ, ମନ୍ଦିର ପ୍ରଶାସକ, ଉପ ପ୍ରଶାସକ ଇତ୍ୟାଦି ନିର୍ଦ୍ଦିଷ୍ଟ ପରିମିତ ଜମିର ସରକାରଙ୍କର ବିନା ଅନୁମୋଦନରେ ହସ୍ତାନ୍ତରିକରଣ ପାଇଁ କ୍ଷମତା ପ୍ରଦାନ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jan 5, 2022, 2:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.