ETV Bharat / city

OFC ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ - amendment to ofc and telecom infrastructure policy

ଓଡିଶା ମୋବାଇଲ ଟାୱାର ଅପଟିକାଲ ଫାଇବର କେବୁଲ୍ ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ । ଅଧିକ ପଢନ୍ତୁ

ଓଏଫସି ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

author img

By

Published : Jul 20, 2022, 7:13 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଓଡିଶା ମୋବାଇଲ ଟାୱାର ଅପଟିକାଲ ଫାଇବର କେବୁଲ୍ ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ରାଜ୍ୟରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ ସ୍ପିଡ୍ ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ଉନ୍ନତମାନର ଟେଲିକମ୍ୟୁନିକେସନ ଭିତ୍ତିଭୂମି ଓ ନେଟୱାର୍କ ନିମନ୍ତେ ରାଜ୍ୟ ସରକାର ‘ଓଡ଼ିଶା ମୋବାଇଲ ଟାୱାର( ଓଏଫସି) ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭' ପ୍ରଣୟନ କରିଥିଲେ ।

କିନ୍ତୁ କେନ୍ଦ୍ର ସରକାରଙ୍କ ‘ଇଣ୍ଡିଆନ ଟେଲିଗ୍ରାଫ ରାଇଟ୍ ଅଫ ୱେ ନିୟମ’ରେ ଭୂତଳ ଓ ଊର୍ଦ୍ଧ୍ବ ଟେଲିଗ୍ରାଫ ଭିତ୍ତିଭୂମିର ସ୍ଥାପନ ପାଇଁ ୬୦ ଦିନ ମଧ୍ୟରେ ଅନୁମତି ପ୍ରଦାନ ବାଧ୍ୟତାମୂଳକ । ଯାହା ରାଜ୍ୟ ସରକାରଙ୍କ ନୀତିରେ ବ୍ୟବସ୍ଥା ନଥିଲା । ତେଣୁ ଆଜି ରାଜ୍ୟ କ୍ୟାବିନେଟ୍ ଏହି ଓଡ଼ିଶା ମୋବାଇଲ ଟାୱାର, ଓଏଫସି ନୀତି-୨୦୧୭ରେ ସଂଶୋଧନକୁ ମଞ୍ଜୁର କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.