ETV Bharat / city

Cabinet Meeting: ୧୭ ପ୍ରସ୍ତାବକୁ ମୋହର, ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମାଗଣା ଜମି - ରାଜ୍ୟ କ୍ୟାବିନେଟ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଏଥିରେ ୧୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ଅଧିକ ପଢନ୍ତୁ

Cabinet Meeting: ୧୭ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର

author img

By

Published : Jul 19, 2022, 12:03 PM IST

Updated : Jul 19, 2022, 3:52 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ଶେଷ ହୋଇଛି । କ୍ୟାବିନେଟରେ 17ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଓଡିଶା ଆଇଟି ପଲିସି-2022କୁ କ୍ୟାବିନେଟର ମଞ୍ଜୁରୀ କରିଛନ୍ତି । ବରୁଣେଇରେ ଶହୀଦ ସ୍ମାରକୀ ପାଇଁ ସରକାର 9.68 ଏକର ଜମି ପ୍ରଦାନ କରିଛନ୍ତି । ଏହାସହ ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ, ସାଧାରଣ ପ୍ରଶାସନ, ରାଜସ୍ବ ଏବଂ ଜଳସମ୍ପଦ ବିଭାଗର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ 10 ରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ 17 ଟି ପ୍ରସ୍ତାବ ପାରିତ ହୋଇଛି । ପାଇକ ସ୍ମାରକୀ ପାଇଁ ଜମି ଦେଇଛନ୍ତି ରାଜ୍ୟ ସରକାର । ବରୁଣେଇରେ ଶହୀଦ ସ୍ମାରକୀ ପାଇଁ ସରକାର 9.68 ଏକର ଜମି ପ୍ରଦାନ କରିଛନ୍ତି । ଏଥିସହିତ 2022 ଆଇଟି ପଲିସିକୁ କ୍ୟାବିନେଟର ମୋହର ବାଜିଛି । ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ଓ ପୁଞ୍ଜିନିବେଶର ଲକ୍ଷ୍ୟ ରଖି ଏହି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟରେ ପାରିତ ହୋଇଛି । ଆଇଟି ବିଭାଗର ଆସିଥିବା ଆଉ ଏକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ‘JJM- ଜଳ ଜୀବନ ମିଶନ’କୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । 24 ମାସ ମଧ୍ୟରେ କାମ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ପୁରୀ ଅବଢ଼ା ଯୋଜନାରେ ଧର୍ମାଶାଳା ନିର୍ମାଣ ପାଇଁ 135 କୋଟି ଟଙ୍କା ଅନୁମୋଦନ ହୋଇଛି । ରାୟଗଡ଼ା 15ଟି ପାନୀୟଜଳ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି । ସେହିପରି 4 ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ 200 ଦିନ କାମ ଯୋଗାଇବେ ରାଜ୍ୟ ସରକାର । ଏହି ଯୋଜନା ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ନୂଆପଡ଼ାର 20 ବ୍ଲକରେ ଲାଗୁ ହେବ । ଦାଦନ ପ୍ରବଣ ବ୍ଲକରେ କାମ ଯୋଗାଇବା ଲକ୍ଷ୍ୟରେ ସରକାର ଏହି ନୂଆ ନିଷ୍ପତ୍ତି ନେଇଛନ୍ତି । ପ୍ରକଳ୍ପ ନିର୍ମାଣ ପାଇଁ 149.60 ଲକ୍ଷ ଟଙ୍କା ପ୍ରଦାନ ପାଇଁ ଅନୁମୋଦନ ହୋଇଛି । ସେହିଭଳି ଓଡ଼ିଶା ଲୋକାୟୁକ୍ତଙ୍କର 2021 ବର୍ଷର ବାର୍ଷିକ ରିପୋର୍ଟ ଅନୁମୋଦନ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 19, 2022, 3:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.