ଭୁବନେଶ୍ବର: ଓଡିଶା ରାଜସ୍ବ ସେବା କ୍ୟାଡର(ORS)ରେ ବଢିବ ଅଧିକ ପଦବୀ । ୧୯୮ ଅଧିକ ପଦବୀ ସୃଷ୍ଟି ଲାଗି ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛି । ଫଳରେ ଜିଲ୍ଲା ସ୍ତରରେ ଖାଲି ପଡିଥିବା ORS ଅଧିକାରୀ ପଦ ପୂରଣ ହୋଇପାରିବ । ଓଡିଶା ରାଜସ୍ବ ସେବା (ORS) (Group - B) କ୍ୟାଡର ପଦବୀ ସଂଖ୍ୟା ୧୦୯୨ ହୋଇଛିବା ବେଳେ ସେଥିମଧ୍ୟରୁ ୭୯ ଟି ପଦବୀ ଛୁଟି, ଡେପୁଟେସନ୍ ଓ ଟ୍ରେନିଂ ରିଜର୍ଭ ଅଧୀନରେ ଅଛି ।
ବିଭିନ୍ନ ବିଭାଗ PSUs,ସରକାରୀ ଏଜେନ୍ସି ଓ ସ୍ବୟଂଶାସିତ ସଂସ୍ଥା ଗୁଡ଼ିକର ଆବଶ୍ୟକତା ଅନୁଯାୟୀ ଉକ୍ତ ପଦବୀରୁ ସେମାନଙ୍କୁ ସେବା ଯୋଗାଇବା ପର୍ଯ୍ୟାପ୍ତ ନୁହେଁ । ଏହା ବ୍ୟତୀତ ଲଘୁ ଖଣିଜ ପୂର୍ଣ ସମ୍ବେଦନଶୀଳ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟାଳୟ, ପଞ୍ଜୀକରଣ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ (RITI), ଭୁବନେଶ୍ବର ଏବଂ ରାଜସ୍ବ ବୋର୍ଡ (Board of Revenue) କଟକ ପାଇଁ ବିଭାଗରେ ଅତିରିକ୍ତ ପଦବୀର ଆବଶ୍ୟକତା ରହିଛି । ଉପରୋକ୍ତ ଆବଶ୍ୟକତା ପୂରଣ କରିବା ପାଇଁ ୧୦୯୨ ପଦବୀ ବ୍ୟତୀତ ORS କ୍ୟାଡରରେ ୧୯୮ ଟି ଅଧିକ ପଦବୀ ସୃଷ୍ଟି ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅଧିକ ପଦବୀ ସୃଷ୍ଟି ପରେ କ୍ୟାଡର ମୋଟ ପଦବୀ ସଂଖ୍ୟା ୧୨୯୦ କୁ ବୃଦ୍ଧି ହେବ ।
ନଜର ପକାନ୍ତୁ କେଉଁଥିରେ କେତେ ପଦବୀ
ବିଭାଗ | ପଦବୀ |
ଅତ୍ୟଧିକ ସଂମ୍ବେଦନଶୀଳ ଲଘୁ ଖଣିଜ ପୂର୍ଣ୍ଣ ତହସିଲ ନିମନ୍ତେ ଅତିରିକ୍ତ ତହସିଲଦାର (ଏନଫୋର୍ସମେଣ୍ଟ) ପଦବୀ | ୩୨ |
ସହକାରୀ ବନ୍ଦୋବସ୍ତ ଅଧିକାରୀ/ ସହକାରୀ ଚକବନ୍ଦୀ ଅଧିକାରୀ | ୫ |
ସହ ନିବନ୍ଧକ (Sub - Registrar) | ୩୦ |
କୋର୍ଟ ଅଫିସର, ରାଜସ୍ବ ବୋର୍ଡ (Board of Revenue), କଟକ | ୧୧ |
ସହାକାରୀ ନିର୍ଦେଶକ, ରାଜସ୍ବ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ (RITI), ଭୁବନେଶ୍ବର | ୦୨ |
ଛୁଟି, ଡେପୁଟେସନ୍ ଓ ଟ୍ରେନିଂ ରିଜର୍ଭ - ୧୧୮ | ୧୧୮ |