ETV Bharat / city

Odisha Budget: ମହିଳା ଶିଶୁଙ୍କ ପାଇଁ କେତେ ? - ମହିଳା ଶିଶୁଙ୍କ ପାଇଁ କେତେ

ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ସେମାନଙ୍କ ମହାସଂଘ କୁ ଆର୍ଥିକ ସହାୟତା ପାଇଁ ୭୭୩ କୋଟିର ବ୍ୟୟବରାଦ ହୋଇଛି । ମିଶନ ଶକ୍ତି ଗୃହ ନିର୍ମାଣ ବାବଦକୁ ୧୭୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଅଧିକ ପଢନ୍ତୁ

Odisha Budget
Odisha Budget
author img

By

Published : Jul 2, 2022, 8:27 PM IST

ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Minister Niranjan Pujari ) । ବଜେଟ ଅଭିଭାଷଣ ବେଳେ ଅର୍ଥମନ୍ତ୍ରୀ ମହିଳାମାନଙ୍କୁ ପ୍ରଶଂସା କରି କହିଛନ୍ତି ରାଜ୍ୟର ମା’ ମାନେ ବର୍ତ୍ତମାନ ଜନ୍ମଦାତ୍ରୀରୁ ନିର୍ଣ୍ଣୟକାରୀରେ ହୋଇପାରିଛନ୍ତି । ମିଶନ ଶକ୍ତିର ପ୍ରଗତି ଓ ଅଭିବୃଦ୍ଧି ପାଇଁ 2022-23 ଆର୍ଥିକ ବର୍ଷରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିନରେ 2 ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯେଉଁଥିରେ ରହିଛି ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) ଅଧୀନରେ 1 ହଜାର 39 କୋଟି ଟଙ୍କା । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ସେମାନଙ୍କ ମହାସଂଘକୁ ଆର୍ଥିକ ସହାୟତା ପାଇଁ ୭୭୩ କୋଟିର ବ୍ୟୟବରାଦ ହୋଇଛି । ମିଶନ ଶକ୍ତି ଗୃହ ନିର୍ମାଣ ବାବଦକୁ ୧୭୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ବିଭିନ୍ନ ମହିଳା ଓ ଶିଶୁ କୈନ୍ଦ୍ରିକ ନୀତି ଓ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାକୁ ମୋଟ ୩୫୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମମତା ଯୋଜନା ପାଇଁ ୨୪୭ କୋଟିର ବ୍ୟୟ ବରାଦ କରାଯାଇଛି । ସେହିପରି ରାଜ୍ୟରେ ଆଇସିଡିଏସ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସହାୟତା ଦିଗରେ ୪୧୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସେହିପରି ମହିଳା ଶିଶୁ ବିକାଶ ପାଇଁ ଓ ସେମାନଙ୍କର କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ ପାଇଁ ମୋଟ 3 ହଜାର 567 କୋଟି ଆବଣ୍ଟିତ କରିଛନ୍ତି ଅର୍ଥମନ୍ତ୍ରୀ । ମମତା ଯୋଜନା ପାଇଁ 247 କୋଟି ଆବଣ୍ଟିତ ହୋଇଥିବା ବେଳେ, 6 ବର୍ଷରୁ କମ ବୟସର ପିଲାମାନଙ୍କ ପୁଷ୍ଟିକର ଓ ସ୍ବାସ୍ଥ୍ୟ ସ୍ଥିତିର ଉନ୍ନତି ଆଣିବା ପାଇଁ ‘ସକ୍ଷମ’ ଅଙ୍ଗନୱାଡି ଓ ପୋଶନ2.0 ଅଧିନରେ 2 ହଜାର 397 କୋଟି ସପ୍ଲିମେଣ୍ଟାରୀ ନ୍ୟୁଟ୍ରିସନ ପ୍ରୋଗ୍ରାମ ପାଇଁ 1 ହଜାର 113 କୋଟି ଆବଣ୍ଚିତ ହୋଇଛି ।

ଏତତ ବ୍ୟତୀତ ଶିଶୁଙ୍କ ପୁଷ୍ଟିର ମାନ ବୃଦ୍ଧି ପାଇଁ ‘ସୋପାନ’ ଯୋଜନା ଅଧିନରେ 88 କୋଟି ଆବଣ୍ଟିତ ହୋଇଥିବା ବେଳେ, ମାଳତୀ ଦେବୀ ପ୍ରାକ-ବିଦ୍ୟାଳୟ ପରିଧାନ ଯୋଜନା ୟୁନିଫର୍ମ(ପୋଷାକ) ଯୋଗାଣ ପାଇଁ ପାଇଁ 78 କୋଟି ଆବଣ୍ଟିତ ହୋଇଛି । ଏହାବାଦ ବିଜୁ ଶିଶୁ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା (ଆଶୀର୍ବାଦ) ପାଇଁ 43 କୋଟି ଆବଣ୍ଟିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.