ETV Bharat / city

Budget Session: ଖଣି ମାଲିକଙ୍କ ପକେଟରେ ସରକାର ଓ ବିରୋଧୀ କହିଲେ ସନ୍ତୋଷ ସିଂହ ସାଲୁଜା - congress mla Santosh Singh Saluja lashes out at state govt over mines issue

ବେଆଇନ ଖଣି ଉତ୍ତୋଳନ ପ୍ରସଙ୍ଗରେ ସନ୍ତୋଷ ସିଂହ ସାଲୁଜା ଅଭିଯୋଗ ଆଣିଛନ୍ତି ଯେ ପ୍ରିମିୟମ ଦାମ ଖଣି ନିଲାମ ନିଆଯାଇଛି । ହେଲେ ନିଲାମ ନେଇଥିବା ଖଣି କଂପାନୀ ମାନେ ଉଚ୍ଚମାନର ଖଣିଜ ଉତ୍ତୋଳନ କରି ନିମ୍ନ ମାନର ଖଣିଜ ମୂଲ୍ୟରେ ବିକ୍ରି କରାଯାଉଥିବା ଦର୍ଶାଇ ରାଜସ୍ବ ହଡପ କରୁଛନ୍ତି । ଯାହା ଫଳରେ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାର କ୍ଷତି ସହୁଛନ୍ତି । ଅଧିକ ପଢନ୍ତୁ

ସନ୍ତୋଷ ସିଂହ ସାଲୁଜା
ସନ୍ତୋଷ ସିଂହ ସାଲୁଜା
author img

By

Published : Mar 29, 2022, 4:20 PM IST

Updated : Mar 29, 2022, 8:38 PM IST

ଭୁବନେଶ୍ବର: ଖଣି ମାଲିକ ଉଭୟ ସରକାର ଓ ବିରୋଧୀଙ୍କୁ ପକେଟରେ ରଖିଛନ୍ତି । ଯେଉଁଥିପାଇଁ ବାଚସ୍ପତି ଖଣି ପ୍ରସଙ୍ଗରେ ଆଲୋଚନା କରିବାକୁ ସମୟ ଦେଉନାହାଁନ୍ତି । ଆଜି ବିଧାନ ସଭାରେ ଶୂନ୍ୟକାଳରେ ଖଣି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ମାଧ୍ୟମରେ ଆଲୋଚନା ଦାବି କରି ଏହି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

ଖଣି ମାଲିକଙ୍କ ପକେଟରେ ସରକାର : ସନ୍ତୋଷ ସିଂହ ସାଲୁଜା

ଏହାସହ କଂଗ୍ରେସ ଦଳ ସଦସ୍ୟ ମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ଦିନ ୪ ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ରଖିଛନ୍ତି । କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ବାହନୀପତି ଓ ବିଧାୟକ ସନ୍ତୋଷ ସିଂହ ସାଲୁଜା ଆଜି ଶୂନ୍ୟକାଳରେ ଖଣି ଦୁର୍ନିତୀ ପ୍ରସଙ୍ଗ ଉଠାଇଥିଲେ । ଅଭିଯୋଗ କରିଥିଲେ ପ୍ରାୟ ୩ ବର୍ଷ ହେଲା ଖଣି ପ୍ରସଙ୍ଗରେ ଗୃହରେ ମୁଲତବୀ ପ୍ରସ୍ତାବ ନେଇ ଆଲୋଚନା ପାଇଁ ବିରୋଧୀ ଦଳଙ୍କୁ ସମୟ ଦିଆଯାଉନାହିଁ।

ବେଆଇନ ଖଣି ଉତ୍ତୋଳନ ପ୍ରସଙ୍ଗରେ ସନ୍ତୋଷ ସିଂହ ସାଲୁଜା ଅଭିଯୋଗ ଆଣିଛନ୍ତି ଯେ ପ୍ରିମିୟମ ଦାମ ଖଣି ନିଲାମ ନିଆଯାଇଛି। ହେଲେ ନିଲାମ ନେଇଥିବା ଖଣି କଂପାନୀ ମାନେ ଉଚ୍ଚମାନର ଖଣିଜ ଉତ୍ତୋଳନ କରି ନିମ୍ନ ମାନର ଖଣିଜ ମୂଲ୍ୟରେ ବିକ୍ରି କରାଯାଉଥିବା ଦର୍ଶାଇ ରାଜସ୍ବ ହଡପ କରୁଛନ୍ତି। ଯାହା ଫଳରେ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାର କ୍ଷତି ସହୁଛନ୍ତି। ଆଜିର ଦିନରେ ଏହି କ୍ଷତିର ପରିମାଣ ୫୦ ହଜାର ଲକ୍ଷ କୋଟି ହେବ ବୋଲି ସାଲୁଜା ଅଭିଯୋଗ ଆଣିଥିଲେ।

ଅନ୍ୟପଟେ ଖଣି ପ୍ରସଙ୍ଗରେ ନୂଆ ନିୟମ ରାଜ୍ୟ ସରକାର ଆଣୁ ନାହାଁନ୍ତି। ଖଣିରୁ ରାଜସ୍ବ ବଢାଇବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁନାହାଁନ୍ତି। ଏହା ସହ ଖଣି ରାଜସ୍ବ ବଢାଇବା ପାଇଁ ସଞ୍ଜୀବ ହୋତା କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ଗତ କାଲି ଖଣି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ମାଧ୍ୟମରେ ଆଲୋଚନ ପାଇଁ କଂଗ୍ରେସ ପକ୍ଷରୁ ଲିଖିତ ଭାବେ ଦିଆଯାଇଥିଲେ ମଧ୍ୟ ଆଜି ବାଚସ୍ପତି ସମୟ ନଦେବା ଅଭିଯୋଗ କରି କଂଗ୍ରେସ ବିଧାୟକ ମାନେ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସଙ୍କ ସହ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Mar 29, 2022, 8:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.