ଭୁବନେଶ୍ବର: କେନ୍ଦ୍ର ପ୍ରତ୍ୟେକ୍ଷ କର ବୋର୍ଡ ତଥା ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ (CBDT)ର ସଦସ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି ଓଡିଆ ଭାରତୀୟ ରାଜସ୍ବ ସେବା ଅଧିକାରୀ । ଆଇଆରଏସ ଅଧିକାରୀ ଡଃ. ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ ସିବିଡିଟି ସଦସ୍ୟ ଭାବରେ ନିଯୁକ୍ତ କରିଛନ୍ତି କେନ୍ଦ୍ର କ୍ୟାବିନେଟ ।
ସୂଚନା ଅନୁଯାୟୀ, କ୍ୟାବିନେଟର ନିଯୁକ୍ତି କମିଟି ତିନିଜଣ ଭାରତୀୟ ରାଜସ୍ବ ସେବା (ଆଇଆରଏସ) ଅଧିକାରୀଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ସଦସ୍ୟ ଭାବରେ ନିଯୁକ୍ତ କରିଛି।
ଓଡିଶାରେ ଜନ୍ମିତ ଆଇଆରଏସ ଡଃ. ଜଗନ୍ନାଥ ବିଦ୍ୟାଧର ମହାପାତ୍ର ସିବିଡିଟିର ତିନିଜଣ ନୂତନ ନିଯୁକ୍ତ ସଦସ୍ୟଙ୍କ ମଧ୍ୟରେ ସାମିଲ ଅଛନ୍ତି। ସେ 1985 ବ୍ୟାଚ ଆଇଆରଏସ ଅଧିକାରୀ।
ବିଜ୍ଞପ୍ତି ଅନୁଯାୟୀ, କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍ସନ ମନ୍ତ୍ରଣାଳୟ ଅଧୀନରେ ଥିବା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ସିବିଡିଟିର ଅନ୍ୟ ଦୁଇଜଣ ନୂତନ ସଦସ୍ୟ ହେଉଛନ୍ତି ଆଇଆରଏସ ଅନୁ ଜେ ସିଂ ଏବଂ ଆଇଆରଏସ ଅନୁଜା ଷଡଙ୍ଗୀ ।