ଭୁବନେଶ୍ବର: ମହାମାରୀରେ ସେମାନେ ସାଜିଛନ୍ତି ଲୋକଙ୍କ ପାଇଁ ଦେବଦୂତ । ଯେଉଁଠି ଅମ୍ଳଜାନ ଖୋଜା ପଡେ ତୁରନ୍ତ ପହଞ୍ଚି ଯାଆନ୍ତି ଏହି ସଙ୍ଗଠନର ସଦସ୍ୟ । ଆଉ ଏବେ ଲକଡାଉନରେ ଭୋକିଲା ପେଟ କଥା ବୁଝି ସାଉଁଟିଛନ୍ତି ପ୍ରଶଂସା । ଆମେ କହୁଛୁ ଓଡିଶା ରକ୍ତଦାତା ମହାସଂଘ କଥା ।
ଏହି ସଂଗଠନର ସଦସ୍ୟ ପ୍ରଥମେ ବୁଲେଟରେ ଲୋକଙ୍କ ପାଇଁ ଅକ୍ସିଜେନ ପହଞ୍ଚାଉଥିଲେ । ଆଉ ଏବେ ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି । ଅସହାୟ ଲୋକଙ୍କ ଠାରୁ ନିରୀହ ପଶୁପକ୍ଷୀଙ୍କ ମଧ୍ୟ ଖାଦ୍ୟ ଯୋଗାଉଛନ୍ତି । ସଙ୍ଗଠନର ସଦସ୍ୟ ମାନେ ଭୋକର ଆବଶ୍ୟକତାକୁ ନେଇ କଟକ ଭୁବନେଶ୍ବରରେ ରନ୍ଧାଖାଦ୍ୟ ସହ ଶୁଖିଲାଖାଦ୍ୟ ବଣ୍ଟନ କରୁଛନ୍ତି। ତେବେ ଏନେଇ ସଂଘର ରାଜ୍ୟ ସମ୍ପାଦକ ଅକ୍ଷୟ ରାଉତ କହିଛନ୍ତି ଏଭଳି ସମୟରେ ରାଜ୍ୟରେ ଆଗକୁ ଅନ୍ୟ ଜିଲ୍ଲାରେ ଥିବା ଲୋକଙ୍କ ପାଖରେ ପହଁଚିବେ ଆଉ ସେମାନଙ୍କୁ ଖାଦ୍ୟ ସହ ଅମ୍ଳଜାନ ବି ଯୋଗାଇବେ ।
ଭୁବନେଶ୍ବରରୁ ଦେବସ୍ମିତା ଦାସ, ଇଟିଭି ଭାରତ