ETV Bharat / city

ରାଜ୍ୟ ସରକାରଙ୍କୁ ଘେରିଲା ବିରୋଧି, ବନ୍ୟା ପରିଚାଳନାରେ ରାଜ୍ୟ ସରକାର ଫେଲ୍‌ ଅଭିଯୋଗ - ବନ୍ୟା କ୍ଷୟକ୍ଷତି ରିପୋର୍ଟ ମାଗିଲେ ବିରୋଧୀ

ବନ୍ୟା ଜନିତ କ୍ଷୟକ୍ଷତି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ସରକାରଙ୍କୁ ବନ୍ୟା ଓ ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ଟାର୍ଗେଟ କରିଛି ବିରୋଧୀ ବିଜେପି(BJP press meet on flood management ) । ଅଧିକ ପଢ଼ନ୍ତୁ

ରାଜ୍ୟ ସରକାରଙ୍କୁ ଘେରିଲା ବିରୋଧି, ବନ୍ୟା ପରିଚାଳନାରେ ରାଜ୍ୟ ସରକାର ଫେଲ୍‌ ଅଭିଯୋଗ

author img

By

Published : Sep 1, 2022, 9:35 PM IST

ଭୁବନେଶ୍ବର: ରାଜ୍ୟରେ ବନ୍ୟା ଯୋଗୁଁ ଲୋକଙ୍କ ହାଲ ବେହାଲ ହୋଇଛି । ବନ୍ୟା ଜନିତ କ୍ଷୟକ୍ଷତି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବନ୍ୟାଞ୍ଚଳ ପରିଦର୍ଶନ ପରେ ଏକ ଚାର୍ଜସିଟ ପ୍ରସ୍ତୁତ କରିଛି ଦଳ । ଏହାପରେ ରାଜ୍ୟ ସରକାରଙ୍କୁ ବନ୍ୟା ଓ ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ଟାର୍ଗେଟ କରିଛି ବିରୋଧୀ ବିଜେପି(BJP press meet on flood management ) ।

ରାଜ୍ୟ ସରକାରଙ୍କୁ ଘେରିଲା ବିରୋଧି, ବନ୍ୟା ପରିଚାଳନାରେ ରାଜ୍ୟ ସରକାର ଫେଲ୍‌ ଅଭିଯୋଗ

ରାଜ୍ୟରେ ମନୁଷ୍ୟକୃତ ବନ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ବିଜେପି । ଏହାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଏହା ଏକ ମନୁଷ୍ୟକୃତ ବନ୍ୟା । ସରକାରଙ୍କ ଅପାରଗତା ଯୋଗୁଁ ଏହି ବନ୍ୟା ହେଲା । ବନ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କ ତତ୍ପରତା ଦେଖିବାକୁ ମିଳିନଥିଲା । ଲୋକ ପ୍ରସ୍ତୁତ ନଥିଲେ କି ସରକାର ବି ପ୍ରସ୍ତୁତ ନଥିଲେ । ଚାଷୀଙ୍କ ଫସଲହାନୀ ହୋଇଛି । ରାଜ୍ୟ ସରକାରଙ୍କ ବନ୍ୟା ପରିଚାଳନାରେ ବିଫଳତା ଯୋଗୁଁ କ୍ଷତି ସହିଲେ ଓଡ଼ିଶାବାସୀ । ବନ୍ୟା ଅଞ୍ଚଳ ପରିଦର୍ଶନ ପରେ ବିଜେପି ଏକ ଚାର୍ଜସିଟ ପ୍ରସ୍ତୁତ କରିଛି । ଅକ୍ଷମଣୀୟ ଅପରାଧ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଚାହିଁଥିଲେ ବନ୍ୟାକୁ ରୋକିପାରିଥାନ୍ତେ । ହୀରାକୁଦ ବନ୍ଧ ଜଳ ପରିଚାଳନାରେ ସରକାର ଫେଲ ମାରିଛନ୍ତି ।"

ଏହାପରେ ବିଜେପି ନେତା ମନମୋହନ ସାମଲ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, "ବନ୍ୟା ନିୟନ୍ତ୍ରଣ ନେଇ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବିଭାଗ ସଠିକ ଭାବରେ କାର୍ଯ୍ୟ କରୁନାହିଁ । ଅନେକ ଗ୍ରାମପଞ୍ଚାୟତରେ ଗୋଦାମ ରହିଛି । ଏହି ସବୁ ଗୋଦାମରେ ବନ୍ୟାକୁ ଦୃଷ୍ଟିରେ ରଖି ମାସେ ପୂର୍ବରୁ ସମସ୍ତ ସାମଗ୍ରୀ ମହଜୁଦ ରଖିବା କଥା । କିନ୍ତୁ ତାହା ହୋଇନାହିଁ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବୈଠକ ହୋଇଛି କି ନାହିଁ ତାହା ସ୍ପଷ୍ଟ ନାହିଁ ।"

ବନ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ବିପକ୍ଷରେ ବିନ୍ଦୁରେ ଅଭିଯୋଗ କରିଛି ବିଜେପି...

  • ମହାନଦୀ ବେସିନରେ ଛତିଶଗଡ଼ 6ଟି ଗଜ୍ ଷ୍ଟେସନ କରିଛି । ଓଡିଶା ଅଧିକାରୀମାନେ ଏହି ଗଜ୍ ଷ୍ଟେସନ ଗୁଡ଼ିକ ଉପରେ ନଜର ରଖିବା କଥା ଓ ପରିଚାଳନାର ପ୍ଲାନିଂ କରିବାର ଥିଲା । କିନ୍ତୁ ରାଜ୍ୟ ସରକାର କଲେ ନାହିଁ ।
  • ଛତିଶଗଡ଼ ଓ ଓଡିଶା ସରକାର ପକ୍ଷରୁ ହୀରାକୁଦ ବନ୍ଧ ଜଳ ପରିଚାଳନା ଓ ନିଷ୍କାସନ ସମ୍ପର୍କରେ EIC ସ୍ତରୀୟ ଅଧିକାରୀଙ୍କ ବୈଠକ ହେବା କଥା । କିନ୍ତୁ 3ରୁ 4 ବର୍ଷ ହେଲା ଏହି ବୈଠକ ହେଉନାହିଁ ।
  • ପ୍ରତି 10 ବର୍ଷରେ ଥରେ ରୁଲ୍ କର୍ଭ ସଂଶୋଧନ ହେବା କଥା । କିନ୍ତୁ 38 ବର୍ଷ ଭିତରେ ଥରେ ବି ସଂଶୋଧନ କରାଯାଇନାହିଁ । ଏମିତିକି ଚଳିତ ରୁଲ୍ କର୍ଭକୁ ମଧ୍ୟ ପାଳନ କରାଯାଉନାହିଁ ।
  • ନଦୀର ଜଳ ଧାରଣ କ୍ଷମତା ଓ ନଦୀ ବନ୍ଧ ସୁରକ୍ଷାକୁ ନେଇ 4 ବର୍ଷ ହେଲା କୌଣସି ସମୀକ୍ଷା ବୈଠକ କରାଯାଇନାହିଁ ।
  • 2008ରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ନିୟମ ପାଳନ କରାଯାଉନାହିଁ ।
  • ପୂର୍ବରୁ ସରକାର 7ଟି ବ୍ୟାରେଜ କରିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ଏବେ ଯାଏଁ ଗୋଟିଏ ବି ହୋଇନାହିଁ ।
  • ରିଲିଫ କୋଡ୍‌ ଅନୁଯାୟୀ ବନ୍ୟା ବିପନ୍ନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ସରକାରଙ୍କ ଦାୟିତ୍ବ । ପ୍ରଶାସନର ରିଲିଫ ଲୋକଙ୍କ ପାଖରେ ପହଞ୍ଚିଲା ନାହିଁ ।
  • ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଚୁଡା, ଚାଉଳ, ଚିନି ଆଦି ରଖିବା ଦରକାର । ହେଲେ କେଉଁଠି କିଛି ନଥିଲା ।
  • ବନ୍ୟା ଜନିତ ଘରଭଙ୍ଗା ଓ ଫସଲ କ୍ଷତିର ଆକଳନ କରିବାରେ ବିଫଳ ହୋଇଛନ୍ତି ସରକାର ।
  • କୃଷି ମନ୍ତ୍ରୀ କହିଲେ 7 ଦିନରେ ରିପୋର୍ଟ ଆସିବ । ମୁଖ୍ୟମନ୍ତ୍ରୀ କହିଲେ 15 ଦିନରେ କ୍ଷତିପୂରଣ ପ୍ରଦାନ କରାଯିବ । କିନ୍ତୁ 2 ସପ୍ତାହ ପରେ ବି କ୍ଷୟକ୍ଷତିର ଆକଳନ କରିବାକୁ ପହଞ୍ଚି ପାରିନାହିଁ ସରକାରୀ ଟିମ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.