ଭୁବନେଶ୍ବର : ରାଜ୍ୟସଭାରେ ଗୁରୁବାର ପ୍ରଧାନମନ୍ତ୍ରୀ ଆବାସ ପ୍ଲସ ପୋର୍ଟାଲ ଓଡ଼ିଶାରେ ଖୋଲିବାକୁ ନେଇ କେନ୍ଦ୍ର ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେଡ଼ି ସାଂସଦ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ସର୍ବଭାରତୀୟ ସ୍ତରରେ ୱିଣ୍ଡୋ ଖୋଲାଯାଏ । ତେବେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ରାଙ୍କର ଅଫିସର ମାନେ ଆସି ଓଡିଶାର ବିଭିନ୍ନ ପଞ୍ଚାୟତରେ ଅଡିଟ କରିଥିଲେ । ଯେଉଁଥିରେ ଓଡିଶାରେ ହୋଇଥିବା 1 ହଜାର କୋଟି ଟଙ୍କାର ଆବାସ ଦୁର୍ନୀତି ଧରା ପଡ଼ିଥିଲା । ଯାହାକୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ 2020 ଏପ୍ରିଲ ମାସରୁ ରିପୋର୍ଟ ଦେଇସାରିଛନ୍ତି କେନ୍ଦ୍ରୀୟ ଟିମ ।
ଏହାବି ପଢନ୍ତୁ :ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ଦେହାନ୍ତ: ଶୋକ ବ୍ୟକ୍ତ କଲେ ବାଚସ୍ପତି
କିନ୍ତୁ ଏବେ ସୁଦ୍ଧା ରାଜ୍ୟ ସରକାର କାହା ଉପରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ରାଜ୍ୟରେ ଗରିବଙ୍କ ଅଧିକାରକୁ ଛଡେଇ ନେଇ ଦୁର୍ନୀତି ଓ ଭ୍ରଷ୍ଟାଚାର ଉପାୟରେ ପକ୍କାଘର ବଣ୍ଟନ କରାଗଲା । ଥିଲା ବାଲା ପାଇଲେ ଆଉ ନଥିଲା ବାଲା ହତାଶ ହେଲେ । ଏ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ କାହିଁକି ନିରବ ଅଛନ୍ତି । ଏହା ପ୍ରମାଣ କରୁଛି ଦୁର୍ନୀତିଗ୍ରସ୍ତ ଏବଂ ଭ୍ରଷ୍ଟାଚାରୀ ମୁଷ୍ଟିମେୟ ଅଧିକାରୀ ମାନଙ୍କୁ ସରକାର ସୁରକ୍ଷା ଦେଉଛନ୍ତି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ