ETV Bharat / city

ନର୍ସ ନିହାରିକା ହତ୍ୟା ଘଟଣା; ଗୁରୁବାର ପରିବାରକୁ ଭେଟିବ ବିଜେପି ମହିଳା ମୋର୍ଚ୍ଚା - ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା

ଷ୍ଟାଫ ନର୍ସ ନିହାରିକା ପାତ୍ର ହତ୍ୟା ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ଗୁରୁବାର ନିହାରିକାଙ୍କ ପରିବାରକୁ ଭେଟିବ ବିଜେପି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଏହି ଟିମ୍ ତାଙ୍କ ଗ୍ରାମ ଭିଙ୍ଗାରପୁର ଗସ୍ତ କରିବ ।

ଫାଇଲ ଫଟୋ
author img

By

Published : Sep 18, 2019, 11:14 PM IST

ଭୁବନେଶ୍ୱର: ରାଜ୍ୟରେ ଚର୍ଚ୍ଚା ପାଲଟିଛି ନର୍ସ ନିହାରିକା ପାତ୍ର ମୃତ୍ୟୁ ଘଟଣା । ଜଗତିସିଂହପୁର ଜିଲ୍ଲା ବିଲୁଆଖାଇ ନଦୀ ପଠାରୁ ମିଳିଛି ମୃତଦେହ । ଏହି ଘଟଣା ପୁନର୍ବାର ମାଧବୀଲତାର ଲୋମହର୍ଷଣକାରୀ ମୃତ୍ୟୁକୁ ମନେ ପକାଇଦେଇଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ରାଜ୍ୟରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟୟ ରହିଥିବା ବେଳେ ମହିଳା ମାନେ ଏଠି ଅସୁରକ୍ଷିତ ବୋଲି କହି ରାଜ୍ୟ ସରକାରକୁ ଆକ୍ଷେପ କରିଛି ବିରୋଧି ବିଜେପି ।

ସେପଟେ ଗୁରୁବାର ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ନିହାରିକାଙ୍କ ପରିବାର ଲୋକଙ୍କୁ ଭେଟିବ । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ବରେ ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗସ୍ତ କରିବ ଏହି ପ୍ରତିନିଧି ଦଳ । ଏହି ଟିମରେ ରହିଛନ୍ତି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଓ ବିଧାୟିକା କୁସୁମ ଟେଟେ ।

ପ୍ରତିନିଧି ଦଳ ସକାଳ ୧୦ ଟାରୁ ଦଳୀୟ କାର୍ଯ୍ୟାଳୟରୁ ବାହାରି ଭିଙ୍ଗାରପୁରସ୍ଥିତ ମୃତ ନିହାରିକାଙ୍କ ପରିବାର ସଦସ୍ୟଙ୍କୁ ଭେଟିବେ । ପରେ ମୃତକଙ୍କ ମୃତଦେହ ମିଳିଥିବା ବିଲୁଆଖାଇ ନଦୀ ପଠା ଏବଂ ନିହାରିକା କାର୍ଯ୍ୟ କରୁଥିବା କଟକସ୍ଥିତ ନର୍ସିଂହୋମରେ ପହଞ୍ଚି ତଦନ୍ତ କରିବେ । ଶେଷରେ ମହିଳା ମୋର୍ଚ୍ଚାର ଏହି ପ୍ରତିନିଧି ଦଳ କଟକରେ ପୋଲିସ ଡିଜିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଭୁବନେଶ୍ୱର: ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗାଁର ନିହାରିକା ପାତ୍ରଙ୍କୁ ହତ୍ୟା କରାଯାଇ ବସ୍ତାରେ ବାନ୍ଧି ବିଲୁଆଖାଇ ନଦୀ ପଠାରେ ପକାଇବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଘଟଣା । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥିତ ନଥିବା ଯୋଗୁଁ ଦିନକୁ ଦିନ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ପୋଲିସର ଅପାରଗତା ଯୋଗୁଁ ମୃତ ଷ୍ଟାଫ ନର୍ସ ନିହାରିକା ନିଖୋଜ ହେବାର ୧୦ ଦିନ ପରେ ବି ଅପରାଧୀ ଧରା ପଡିନାହିଁ । ଆସନ୍ତାକାଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା, ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଓ ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ସକାଳ ୧୦ ଟାରୁ ଦଳୀୟ କାର୍ଯ୍ୟାଳୟରୁ ବାହାରି ଭିଙ୍ଗାରପୁରସ୍ଥିତ ମୃତ ନିହାରିକାଙ୍କ ପରିବାର ସଦସ୍ୟଙ୍କୁ ଭେଟିବେ । ପ୍ରତିନିଧୀ ଦଳ ମୃତକଙ୍କ ଶବ ମିଳିଥିବା ବିଲୁଆଖାଇ ନଦୀ ପଠା ଏବଂ ପରେ ସେ କାର୍ଯ୍ୟରତ ଥିବା କଟକସ୍ଥିତ ନର୍ସିଂହୋମ ପହଂଚି ତଦନ୍ତ କରିବେ । ଶେଷରେ ପ୍ରତିନିଧୀ ଦଳ କଟକଠାରେ ପୋଲିସ ଡିଜିଙ୍କୁ ସାକ୍ଷାତ କରି ଘଟଣାର ସଂପୃକ୍ତ ଥିବା ଅପରାଧୀକୁ ତୁରନ୍ତ ଧରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିବେ ।Body:HhConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.