ETV Bharat / city

ହାଇକୋର୍ଟଙ୍କ ଉପରେ ଓଡ଼ିଶା ବିଜେପିର ଭରସା ନାହିଁ : BJD

author img

By

Published : Dec 2, 2021, 7:54 AM IST

ମମିତା ମେହେର ହତ୍ୟାକାଣ୍ଡକୁ (Mamita Meher Murder Case) ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହେବାରେ ଲାଗିଛନ୍ତି । ଉଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ଲେନିନ ମହାନ୍ତି(BJD Spokesperson Lenin Mohanty) କହିଛନ୍ତି ନ୍ୟାୟ ବ୍ୟବସ୍ଥା ଉପରେ ଓଡ଼ିଶା ବିଜେପିର କୌଣସି ଭରସା ନାହିଁ । ଅଧିକ ପଢନ୍ତୁ

ବିଜେଡି ମୁଖପାତ୍ର ଲେନିନ ମହାନ୍ତି
ବିଜେଡି ମୁଖପାତ୍ର ଲେନିନ ମହାନ୍ତି

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡକୁ (Mamita Meher Murder Case) ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହେବାରେ ଲାଗିଛନ୍ତି । ଓଡ଼ିଶା ସରକାରଙ୍କ ନିବେଦନ କ୍ରମେ ମମିତା ମେହେରଙ୍କ ହତ୍ୟା ମାମଲାର ତଦନ୍ତ ତଦାରଖ ପାଇଁ ହାଇକୋର୍ଟ (Highcourt) ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କୁ ନିଯୁକ୍ତ କରିଛନ୍ତି । ଉଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ଲେନିନ ମହାନ୍ତି କହିଛନ୍ତି (BJD spokesperson Lenin Mohanty) ନ୍ୟାୟ ବ୍ୟବସ୍ଥା ଉପରେ ଓଡ଼ିଶା ବିଜେପିର କୌଣସି ଭରସା ନାହିଁ ।

ଏହାର ଜବାବରେ ବିଜେପି ସାମ୍ବାଦିକ ସମ୍ମିଳନୀର (BJP Pressmeet) ଜବାବ ଦେଇ ବିଜେଡି (BJD) ମୁଖପାତ୍ର ଆହୁରି କହିଛନ୍ତି ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ବିଧାୟକ ମୋହନ ମାଝୀ ସାମ୍ବାଦିକ ସମ୍ମିଳନୀରେ ଯାହା କହିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜାଜନକ । ଉଚ୍ଚ ନ୍ୟାୟାଳୟ ଦ୍ବାରା ତଦାରଖ ହେଲେ ତଦନ୍ତରୁ ନ୍ୟାୟ ମିଳିବ ନାହିଁ ଦର୍ଶାଇ ସେ ସିବିଆଇ ତଦନ୍ତ ଦାବି କରିଛନ୍ତି । ଏଥିରୁ ଜଣାପଡ଼ୁଛି ଯେ ବିଜେପି ନ୍ୟାୟଳୟ ଅପେକ୍ଷା ସିବିଆଇ ଉପରେ ଅଧିକ ଭରସା କରୁଛି ।

ଉଚ୍ଚ ନ୍ୟାୟାଳୟର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇ ପ୍ରଦୀପ ଅଦାଲତଙ୍କର ଅବମାନନା ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ, ମମିତାଙ୍କ ପିତାମାତା ନିଜେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ମମିତାଙ୍କ ଚରିତ୍ର ସଂହାର ନକରିବାକୁ ଏବଂ ଏହି ପ୍ରସଙ୍ଗରେ ରାଜନୀତି ନକରିବାକୁ ରାଜନୈତିକ ଦଳମାନଙ୍କୁ ନିବେଦନ କରିଛନ୍ତି । ମାତ୍ର ବିଜେପି ହୀନ ରାଜନୀତି କରିବାକୁ ଯାଇ ତଳକୁ ଖସିଯାଇଛି । ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପୂରଣ ଲାଗି ବାରମ୍ବାର ଏହି ପ୍ରସଙ୍ଗର ରାଜନୀତିକରଣ କରି ମମିତାଙ୍କ ପରିବାରକୁ ମାନସିକ ଆଘାତ ଦେଇ ଚାଲିଛି । ଏଥିପାଇଁ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ଲଜ୍ଜା ଲାଗିବା କଥା । ନ୍ୟାୟ ବ୍ୟବସ୍ଥାକୁ ଭରସା କରୁ ନଥିବା ଏବଂ ମମିତା ମୃତ୍ୟୁ ମାମଲାରେ ରାଜନୀତିର ଅତି ତଳସ୍ତରକୁ ଖସି ଯାଇଥିବା ରାଜ୍ୟ ବିଜେପିକୁ ରାଜ୍ୟବାସୀ କେବେ ହେଲେ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.