ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଲା ରାଜ୍ୟ ବିଜେପି ପ୍ରତିନିଧି ମଣ୍ଡଳ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏହି ପ୍ରିତିନିଧି ମଣ୍ଡଳ ଜେପି ନଡ୍ଡାଙ୍କୁ ଭେଟିଛି । ଦଳର ଉନ୍ନତି ପାଇଁ ପ୍ରତ୍ୟେକ ନେତା ଓ କର୍ମୀ କାନ୍ଧରେ କାନ୍ଧ ମିଶାଇ କିଭଳି କାର୍ଯ୍ୟ କରିବେ ସେନେଇ ରାଜ୍ୟ ବିଜେପି ପ୍ରିତିନିଧି ମଣ୍ଡଳ ସହ ଜେପି ନଡ୍ଡା ଆଲୋଚନା କରିଛନ୍ତି ।
ଖାଲି ସେତିକି ନୁହେଁ, ଏହି ଆଲୋଚନା ଚକ୍ରରେ ମିଶନ 2024କୁ ନେଇ ଚର୍ଚ୍ଚା ହୋଇଛି । ଏଥିପାଇଁ ଖୁବଶୀଘ୍ର ଓଡ଼ିଶା ଗସ୍ତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିଜୟ ପାଇଁ ସଂଗଠନକୁ କିଭଳି ମଜଭୁତ କରାଯାଇ ପାରିବ ସେନେଇ ମଧ୍ୟ ଆଲୋଚନା ହୋଇଛି । ଓଡ଼ିଶାର ରାଜନୈତିକ ପରିସ୍ଥିତି, ନିର୍ବାଚନୀ ହିଂସା ଏବଂ ଦଳର ଆଗାମୀ ଭବିଷ୍ୟତର ରୋଡମ୍ୟାପ ବିଷୟରେ ଜେପି ନଡ୍ଡା ଗୁରୁଜ୍ଞାନ ଦେଇଛନ୍ତି । ଏହାକୁ ନେଇ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଟ୍ବିଟ୍ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିକାଶମୂଳକ ତଥା ଗରିବ-ପ୍ରୋତ୍ସାହନମୂଳକ ଯୋଜନା ମାଧ୍ୟମରେ ସଂଗଠନକୁ ମଜବୁତ କରିବା ଉପରେ ଆଲୋଚନା ହୋଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଲେଖାଶ୍ରୀ ।
-
It was a great honour for #TeamOdishaBJP to meet with @BJP4India Natl President Shri @JPNadda ji & discuss political situation, poll violence & future roadmap. Nadda ji elaborated upon strengthening organization through PM Shri @narendramodi ji's developmental & pro-poor schemes. pic.twitter.com/kwM1GbNDRr
— Lekha Samantsinghar (@DrLekhaShree) March 31, 2022 " class="align-text-top noRightClick twitterSection" data="
">It was a great honour for #TeamOdishaBJP to meet with @BJP4India Natl President Shri @JPNadda ji & discuss political situation, poll violence & future roadmap. Nadda ji elaborated upon strengthening organization through PM Shri @narendramodi ji's developmental & pro-poor schemes. pic.twitter.com/kwM1GbNDRr
— Lekha Samantsinghar (@DrLekhaShree) March 31, 2022It was a great honour for #TeamOdishaBJP to meet with @BJP4India Natl President Shri @JPNadda ji & discuss political situation, poll violence & future roadmap. Nadda ji elaborated upon strengthening organization through PM Shri @narendramodi ji's developmental & pro-poor schemes. pic.twitter.com/kwM1GbNDRr
— Lekha Samantsinghar (@DrLekhaShree) March 31, 2022
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ