ETV Bharat / city

ଓଡିଶା ପାଇଲା ‘ଇଣ୍ଡିଆ ଜିଓ ସ୍ପାଟିଆଲ ଏକ୍ସିଲେନ୍ସ ଆୱାର୍ଡ’ - ‘ଇଣ୍ଡିଆ ଜିଓ ସ୍ପାଟିଆଲ ଏକ୍ସିଲେନ୍ସ ଆୱାର୍ଡ

ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗକୁ ବଡ ସଫଳତା । ଜାତୀୟସ୍ତରରେ ଜାଗା ମିଶନକୁ ମିଳିଲା ପୁରସ୍କାର । ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା । ପଢନ୍ତୁ ଅଧିକ...

PHOTO
ଏକ୍ସିଲେନ୍ସ ଆୱାର୍ଡ
author img

By

Published : Dec 4, 2019, 11:44 PM IST

ଭୁବନେଶ୍ବର: ଜାତୀୟସ୍ତରରେ ରାଜ୍ୟ ସରକାରଙ୍କୁ ଆଉ ଏକ ସଫଳତା । ସରକାରଙ୍କ ଜାଗା ମିଶନକୁ ବଡ ସଫଳତା ମିଳିଛି । 2017ରେ ରାଜ୍ୟ ସରକାର ପୁରୀରେ ଏକ କାର୍ଯ୍ୟକ୍ରମ ଜରିଆରେ ଜାଗା ମିଶନକୁ ଶୁଭାରମ୍ଭ କରିଥିଲେ । ଏହି ଯୋଜନାର ଉଦ୍ଦେଶ୍ୟ ଥିଲା ସହରୀ ଗରିବଙ୍କୁ ଚିହ୍ନଟ କରି ମାଗଣାରେ ଘର ପାଇଁ ଜାଗା ଯୋଗାଇ ଦେବା ।

ଭିଡିଓ ସୌଜନ୍ୟ: @CMO_Odisha

ଯାହା ସରକାରଙ୍କୁ ସଫଳତା ମିଳିଥିବା କୁହାଯାଉଛି । ଗତ ଦୁଇ ବର୍ଷ ଭିତରେ ନଗର ଉନ୍ନୟନ ବିଭାଗ ବହୁ ବାସହୀନ ଲୋକଙ୍କୁ ଜାଗା ମିଶନ ମାଧ୍ୟମରେ ଜାଗା ଯୋଗାଇ ଦେଇଥିବାରୁ ଜାଗା ମିଶନକୁ ମିଳିଛି ପୁରସ୍କାର ।

ମିଳିତ ଭାବେ ଓଡିଶା ଓ ଟାଟା ଟ୍ରଷ୍ଟକୁ ମିଳିଛି ‘ଇଣ୍ଡିଆ ଜିଓ ସ୍ପାଟିଆଲ ଏକ୍ସିଲେନ୍ସ ଆୱାର୍ଡ’ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦ୍ବାରା ହାଇଦ୍ରାବାଦରେ ଜିଓ ସ୍ମାର୍ଟ ମିଡିଆ ଆଣ୍ଡ କମ୍ୟୁନିକେସନ ଦ୍ବାରା ଆୟୋଜିତ ‘ଦ ଇଣ୍ଡିଆ ଜିଓ ସ୍ପାଟିଆଲ ଏକ୍ସିଲେନ୍ସ ଆୱାର୍ଡ’ ଉତ୍ସବରେ ଏହି ପୁରସ୍କାର ଦିଆଯାଇଛି । ପୁରସ୍କାର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ଜାହିର କରିବା ସହ ଟ୍ବିଟ କରି ନଗର ଉନ୍ନୟନ ବିଭାଗକୁ ଶୁଭେଛା ଜଣାଇଛନ୍ତି ।

ସୂଚନା ଯୋଗ୍ୟଯେ ଭିତ୍ତିଭୂମି ବିକାଶ, ପରିବେଶ, କୃଷି, ସାଧାରଣ ନିରାପତ୍ତା, ଜରୁରୀ କାଳୀନ ବ୍ୟବସ୍ଥା ପରିଚାଳନା, ବିପର୍ଯ୍ୟୟ ପ୍ରଶମନ ପରିଚାଳନା ଭଳି ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରୁଥିବା ସଂସ୍ଥାକୁ ଏହି ପୁରସ୍କାର ମିଳିଥାଏ ।

Intro:ଢେଙ୍କାନାଳ ଡାକ୍ତରଖାନାରେ କାର ଭିତରେ ଛୁଆ ଛାଡିଥିବା ଘଟଣା/ ବାପା ଓ ମାଙ୍କ ବିରୁଦ୍ଧରେ ଢେଙ୍କାନାଳ ଟାଉନ ଥାନାରେ ମାମଲା/ଟାଉନ ପୁଲିସର ତଦନ୍ତ ଆରମ୍ଭ
ଆଙ୍କର- କାର ଭିତରେ ଗୋଟିଏ ୨ବର୍ଷର ଶିଶୁକୁ ଶୋଇଥିବା ଅବସ୍ଥାରେ ବନ୍ଦ କରି ଅତି ବେପରୁଆ ଭାବେ ବାପା ମା ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିବା ଘଟଣା ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ବେଶ ଆଲୋଡନ ସୃଷ୍ଟି କରିଥିଲା।Body:ତେବେ ଏହି ଘଟଣାରେ ଟାଉନ ଥାନାରେ ପୁଲିସ ନିଜଆଡୁ ଏକ ମାମଲା ରୁଜୁ କରଛି। ଜୁଭେନାଇଲ ଜଷ୍ଟିସ ଆକ୍ଟ_୨୦୧୫ରେ ଏହି ଶିଶୁର ବାପା ଢେଙ୍କାନାଳ ସହର ଆନନ୍ଦନଗରର ପ୍ରଦୀପ ମିଶ୍ର ଓ ମା ସୋନାଲି ମିଶ୍ରଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି। ଫଳରେ ଟାଉନ ପୁଲିସ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଯାଇ ଘଟଣା ସବିଶେଷ ତଥ୍ୟ ସାଙ୍ଗକୁ ଯାଞ୍ଚ କରୁଥିବା ଜଣାପଡିଛି। ସୂଚନା ଥାଉକି,ମଙ୍ଗଳବାର ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ପରିସରରେ କାର ଭିତରେ ତାଙ୍କର ୨ବର୍ଷର ଶିଶୁ କନ୍ୟାକୁ ଶୋଇଥିବା ଅବସ୍ଥାରେ ଛାଡି ଏହି ଦଂପତି ଡାକ୍ତରଙ୍କ ପାଖକୁ ଯାଇଥିଲେ। ତେବେ କାର ଭିତରେ ଏପରି ଏକୁଟିଆ ଶିଶୁ ଟିଏ ଥିବା ଓ ପାଖରେ କେହି ନଥିବା ଦେଖି ଡାକ୍ତରଖାନା ସୁରକ୍ଷା କର୍ମୀ ଆଖପାଖରେ କେତେକ ଲୋକଙ୍କ ସହାୟତାରେ ଅଧା ଖୋଲାଥିବା କାର କାଚ ଭିତରେ ହାତ ପୁରାଇ ଡୋର ଖୋଲିନଥିଲେ।ଶିଶୁକୁ କାରରୁ ଉଦ୍ଧାର କରି ଡାକ୍ତରଙ୍କ ପାଖକୁ ନେଇଥିଲେ ।Conclusion:।ତେବେ ଶିଶୁଟି ସୁସ୍ଥ ଥିବାବେଳେ ତାର ବାପା ମା କୁ ହସ୍ତାନ୍ତର କରାଯାଇଥିଲା।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ।ଇଟିଭି ଭାରତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.