ETV Bharat / city

ଶୀତକାଳୀନ ଅଧିବେଶନ ଆରମ୍ଭ; ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ - winter session starts

ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ
ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ
author img

By

Published : Nov 20, 2020, 11:04 AM IST

Updated : Nov 20, 2020, 12:03 PM IST

10:18 November 20

ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଯାଇଛି । ଡିସେମ୍ବର 31 ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ନ 3 ଟା ଯାଏଁ ଗୃହ ମୁଲତବୀ ।

ଭୁବନେଶ୍ବର: ଅପରାହ୍ନ 3ଟା ପର୍ଯ୍ୟନ୍ତ ଗୃହମୁଲତବୀ । ଦିବଙ୍ଗତ ନେତା ଓ ପୂର୍ବତନ ବାଚସ୍ପତିଙ୍କ ଶୋକପ୍ରସ୍ତାବ ପରେ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହି ଶୋକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଆଗତ କରିଥିଲେ । ଦିବଙ୍ଗତ ନେତା ତଥା ପୂର୍ବତନ ବାଚସ୍ପଚି ଶରତ କର, କାର୍ତ୍ତିକେଶ୍ବର ପାତ୍ର, ପୂର୍ବତନ ସଦସ୍ୟ, ଗୁରୁପଦ ନନ୍ଦଙ୍କ ସହ କୋରୋନା ଯୋଦ୍ଧାଙ୍କୁ ଗୃହ ଦେଇଥିଲା ଶ୍ରଦ୍ଧାଞ୍ଜଳି । ଏହାପରେ ଅପରାହ୍ନ 3 ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି  ।  

କୋରୋନା କଟକଣା ମଧ୍ୟରେ ଆଜି ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ହୋଇଛି । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିଥିଲେ । ପରମ୍ପରା ଅନୁସାରେ, ଯଦି ଜଣେ ବାଚସ୍ପତିଙ୍କ ଦେହାନ୍ତ ହୁଏ ତେବେ ଗୋଟିଏ ଦିନ ସମ୍ପୂର୍ଣ୍ଣ ଗୃହ ବନ୍ଦ ରହେ । କିନ୍ତୁ ଚଳିତ ଅଧିବେଶନର ସର୍ବଦଳୀୟ ବୈଠକରେ ନିଷ୍ପତ୍ତିକ୍ରମେ କୋରୋନା କଟକଣାକୁ ଦେଖି ଅପରାହ୍ନରୁ ପୁଣି ଥରେ ଗୃହ ଆରମ୍ଭ ହେଉଛି । ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବ୍ୟୟ ମଞ୍ଜୁର ବିଲ ଆଗତ କରିବେ ।

ସେପଟେ, ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ପ୍ରଫୁଲ୍ଲ ସାମଲ ଓ ସାବିତ୍ରୀ ଅଗ୍ରୱାଲ ଲୋକସେବା କନଫରେନ୍ସ ହଲରୁ ଅଧିବେଶନରେ ଭାଗ ନେଉଛନ୍ତି । ଏହି ଅଧିବେଶନ ଡିସେମ୍ବର 31 ପର୍ଯ୍ୟନ୍ତ ଚାଲିବ  ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 20, 2020, 12:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.