ଭୁବନେଶ୍ବର: ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ(All Party Meeting) ଶେଷ । ହଟ୍ଟଗୋଳ ମଧ୍ୟରେ କିଛି ସମୟ ଚାଲିଲା ବିଧାନସଭା । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସରକାର ଆଗତ କଲେ ସଂକଳ୍ପ । ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧିନତା ସଂଗ୍ରାମ ମାନ୍ୟତା ଦାବି କରି ସଂକଳ୍ପ ଆଗତ କଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (Minister State Tourism & Odia Language Literature & Culture Jyoti Prakash Panigrahi) । ସଂକଳ୍ପ ଆଗତ ହେବା ମାତ୍ରେ ବାଚସ୍ପତି ଆସନ୍ତାକାଲି (ବୁଧବାର) ପୂର୍ବାହ୍ନ 10.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ (Odisha Assembly adjourns in Wednesday) କରିଛନ୍ତି ।
ବିଧାନସଭାରେ ଜାରି ରହିଛି ମମିତା ଝଡ । ଷୋଡଶ ବିଧାନସଭାର ଅଷ୍ଟମ ଅଧିବେଶନର ଷଷ୍ଠ ଦିବସରେ ମଧ୍ୟ ଚାଲି ପାରିଲାନାହିଁ ପ୍ରଶ୍ନକାଳ କି ଶୂନ୍ୟକାଳ । ସରକାରୀ ଦଳକୁ ସଦବୁଦ୍ଧି ପ୍ରଦାନ କାମନା କରି ପୂର୍ବାହ୍ନରେ ଗୃହ ଆରମ୍ଭ ହେବା ମାତ୍ରେ ଘଣ୍ଟ ଘଣ୍ଟି ମାଡି କରିଥିଲେ ମୁଖ୍ୟ ବିରୋଧୀ ଦଳ ବିଜେପି । କଂଗ୍ରେସ ମଧ୍ୟ ବ୍ୟାନର ପୋଷ୍ଟର ଜରିଆରେ ସରକାରଙ୍କୁ ଆକ୍ରମଣ ଜାରି ରଖିଛି । ଶାସକ ବିଜେଡି ମଧ୍ୟ କାଉଣ୍ଟର ଆଟାକ ପାଇଁ କେନ୍ଦ୍ର ସରକାରଙ୍କ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସ୍ବର ଶାଣିତ କରିଛି । ଗୃହ ଚଳାଇବା ସମ୍ଭବ ନହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।
ବର୍ତ୍ତମାନ ପୁଣି 4ଟା ରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀଙ୍କ ବିରୋଧ ଆହୁରୀ ତୀବ୍ର ଓ ଶାଣିତ ହୋଇଥିଲା । ଶାସକ ଦଳ ବିଧାୟକ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ପୁଣି ଗୃହକୁ 30 ମିନିଟ ମୁଲତବୀ (Odisha Assembly House Adjourned) ରଖି ସର୍ବଦଳୀୟ ବୈଠକ ଡାକିଛନ୍ତି । ବୈଠକରେ ଗୃହ ସ୍ବାଭାବିକ ପାଇଁ କିଛି ନିଷ୍ପତ୍ତି ହୋଇପାରେ ।
ବାଚସ୍ପତିଙ୍କ ପୋଡିଅମକୁ ଆସି ତିନି ଦଳ ଶାସକ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରବଳ ହଙ୍ଗାମା କରିଥିଲେ । ବିରୋଧୀ ଘଣ୍ଟା ବଜାଇ ଗୃହରେ ହୋହଲ୍ଲା କରିଛନ୍ତି । ସେହିପରି ବିଜେଡି ମଧ୍ୟ ଗଙ୍ଗାଜଳ ସିଞ୍ଚନ କରି 'ହେ ପ୍ରଭୁ ବିରୋଧୀଙ୍କୁ ସଦବୁଦ୍ଧି ଦିଅ' ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ଅପରାହ୍ନ ୪ଟା ପର୍ଯନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ