ETV Bharat / city

Odisha Assembly Winter Session: ବିରୋଧୀ ଦଳ ଡ୍ରାମା କରୁଛନ୍ତି କହିଲେ ସ୍ନେହାଙ୍ଗିନୀ ଛୁରିଆ

ମମିତା ମେହେର ପ୍ରସଙ୍ଗରେ ବିରୋଧୀଦଳ ଗୁଡିକ ନାଟକ କରୁଛନ୍ତି । ତାହା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ । ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦେବାପରେ ବିରୋଧୀଦଳ କରୁଥିବା ପ୍ରତିବାଦର କୌଣସି କାରଣ ନାହିଁ । ପ୍ରେସ ବିବୃତି ଜରିଆରେ କହିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଅଧିକ ପଢନ୍ତୁ

bjd mla ସ୍ନେହାଙ୍ଗୀନି ଛୁରିଆ
bjd mla ସ୍ନେହାଙ୍ଗୀନି ଛୁରିଆ
author img

By

Published : Dec 4, 2021, 7:42 PM IST

ଭୁବନେଶ୍ବର: ମମିତା ମେହେର ହତ୍ୟା (Mamita Meher Murder Case) ପ୍ରସଙ୍ଗରେ ବିରୋଧୀଦଳ ଗୁଡିକ ନାଟକ କରୁଛନ୍ତି । ତାହା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ । ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି (Chief Minister made Statement in the house) ଦେବାପରେ ବିରୋଧୀଦଳ କରୁଥିବା ପ୍ରତିବାଦର କୌଣସି କାରଣ ନାହିଁ । ପ୍ରେସ ବିବୃତି ଜରିଆରେ କହିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ (Bjd Mla Snehangini Chhuria) ।

ବିରୋଧୀ ଦଳ ଡ୍ରାମା କରୁଛନ୍ତି କହିଲେ ସ୍ନେହାଙ୍ଗିନୀ ଛୁରିଆ

ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବା ପରେ ପ୍ରତିବାଦର କୌଣସି କାରଣ ନାହିଁ । ବିନା ଦ୍ବନ୍ଦ ଓ ବିନା ଚାପରେ ତଦନ୍ତ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ପରେ ମଧ୍ୟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରାଯାଉଛି । ବିରୋଧୀ ଦଳ ଏହି ପ୍ରସଙ୍ଗରେ ଡ୍ରାମା କରୁଛନ୍ତି । ସମସ୍ତ ପ୍ରକାର ଆଲୋଚନା ପାଇଁ ସରକାର ପ୍ରସ୍ତୁତ ରହିଥିବାବେଳେ ବିରୋଧୀ ଗୃହକୁ ଚଳାଇ ଦେଉନାହାନ୍ତି । ବିରୋଧୀଦଳଙ୍କ ଏଭଳି ଆଚରଣ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିପଦ ।

ଅଯଥା ପ୍ରସଙ୍ଗରେ ବିରୋଧୀ ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭା ଓ ଅନ୍ୟାନ୍ୟ ବିଧାନସଭାରେ ସଦସ୍ୟ ମାନଙ୍କୁ ସସପେଣ୍ଡ କରାଯାଉଛି । ହେଲେ ଆମ ବିଧାନସଭାରେ ସୁସ୍ଥ ବାତାବରଣ ବଜାୟ ରଖିବାକୁ ରାଜ୍ୟ ସରକାର ଚାହୁଁଛନ୍ତି । ନିର୍ବାଚିତ ଜନପ୍ରତିନିଧି ହୋଇ ବିରୋଧୀ ଦଳର ସଦସ୍ୟ ବିଶୃଙ୍ଖଳିତ ଆଚରଣ କରୁଛନ୍ତି । ଜନସାଧାରଣ ତାହାର ଜବାବ ଦେବେ ବୋଲି ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.