ETV Bharat / city

Odisha Assembly Winter Session Adjourned: ଗୃହ ମୁଲତବୀ ପାଇଁ ଦୋଷ ଲଦାଲଦି - ବିଜେଡିକୁ ଦାୟୀ କଲା ବିଜେପି

ବିଧାନସଭା ଶୀତକାଳୀନ ଅଧିବେଶନ ଦ୍ୱିତୀୟ ଦିବସ(Odisha Assembly Winter Session) ଆରମ୍ଭରୁ ଗୃହ ମୁଲତବୀ । ଦୋଷ ଲଦାଲଦି ହେଲେ ୩ ଦଳ । ଅଧିକ ପଢନ୍ତୁ

Odisha Assembly Winter Session Adjourned: ଗୃହ ମୁଲତବୀ ପାଇଁ ଦୋଶ ଲଦାଲଦି

author img

By

Published : Dec 2, 2021, 1:25 PM IST

ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନ ଦ୍ୱିତୀୟ ଦିବସ(Odisha Assembly Winter Session)ରେ ମମିତା ପ୍ରସଙ୍ଗରେ ବିରୋଧୀଙ୍କ ହୋ ହାଲ୍ଲା ପରେ ଶାସକ ବିଜେଡି ଦରଦାମ ବୃଦ୍ଧି ପ୍ରତିବାଦରେ ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛି । କେନ୍ଦ୍ରୀୟ ଅବହେଳା, ଗ୍ୟାସ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ସିଧା ନିଶାନା କରିଛି ବିଜେଡି ।

Odisha Assembly Winter Session Adjourned: ଗୃହ ମୁଲତବୀ ପାଇଁ ଦୋଶ ଲଦାଲଦି
୨୦୧୪ ରେ କ୍ରୁଡ଼ ଅଏଲ ଦର ୯୮ ଥିବାବେଳେ ଏବେ ୭୦ ରହିଛି । ୨୦୧୪ରେ ଅଶୋଧିତ ଦର କମ ଥିବାବେଳେ ଆଜିର ଅଶୋଧିତ ତୈଳ ଦର ଅନୁସାରେ ଗ୍ୟାସ ଦର ବଢୁଛି । ଗ୍ୟାସ ଦର ବୃଦ୍ଧି ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଲାଣି । କେନ୍ଦ୍ରର ଏଥିପ୍ରତି ଦୃଷ୍ଟି ନାହିଁ । ଲୋକଙ୍କ ହିତ ଦୃଷ୍ଟିରୁ ଆମେ ଏ ପ୍ରସଙ୍ଗ ଉଠାଉଛୁ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ(BJD MLA Pratap Dev) କହିଛନ୍ତି । ସେ କହିଛନ୍ତି ଯେ, ବିଜେପି ସାଂସଦମାନେ ସଂସଦରେ ଏ ପ୍ରସଙ୍ଗ ନ ଉଠାଇ ଏଠି କହୁଛନ୍ତି । କିନ୍ତୁ ବିଜେଡି ଉଠାଉଥିବା ପ୍ରସଙ୍ଗ ଜନହିତକର । ଗ୍ୟାସ ଦର ବୃଦ୍ଧି ଚାପ ପଡିବା ଭୟରେ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ବିଜେପି ଗୃହ ମୁଲତବୀ କରୁଥିବା ପ୍ରତାପ ଦେବ ଅଭିଯୋଗ କରିଛନ୍ତି ।ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ(Mohan Majhi) କହିଛନ୍ତି ଯେ, ପ୍ରଶ୍ନକାଳରେ ସିବିଆଇ ତଦନ୍ତ ଦାବି ଉଠାଇଥିଲେ ବି ବାଚସ୍ପତି ନ ଶୁଣିବାରୁ ମଧ୍ୟଭାଗକୁ ଯାଇ ପ୍ରତିବାଦ କରିଥିଲୁ । ମୁଲତବୀ, ଶୂନ୍ୟକାଳ ଥାଇ ବି ୪ ଟା ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି । ସରକାରୀ ଦଳର ଚାପରେ ବାଚସ୍ପତି ମୁଲତବୀ କରୁଛନ୍ତି । ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ ମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରୁଛୁ । ମନ୍ତ୍ରୀଙ୍କୁ ବହିଷ୍କାର କିମ୍ବା ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ହେଲେ ଆଗକୁ ଆନ୍ଦୋଳନ ଜୋର ହେବ । ମନ୍ତ୍ରୀଙ୍କୁ ଗୃହରେ ପ୍ରବେଶ ନ କରାଇ ଦେବାକୁ ଅନୁରୋଧ କରିଥିଲୁ । ବାଚସ୍ପତି ପ୍ରତିଶୃତି ଦେଇ ଯଦି କିଛି ସମାଧାନ ନ କରନ୍ତି ତେବେ ଆମେ ପଦକ୍ଷେପ ନେବୁ ବୋଲି ମୋହନ ମାଝୀ କହିଛନ୍ତି ।ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି(Congress Leader Tara Prasad Bahinipati) ମଧ୍ୟ ରାଜ୍ୟ ସରକାର ଜାଣିଶୁଣି ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ମମିତା ମେହେର ହତ୍ୟାକାଣ୍ଡର ସଠିକ ତଦନ୍ତ ହେଉନାହିଁ । ମନ୍ତ୍ରୀଙ୍କୁ ବହିଷ୍କାର କରିଥିଲେ ଏମିତି ହୋଇ ନଥାନ୍ତା । ବିଧାନସଭା ଚାଲିବା ପାଇଁ ବ୍ୟବସ୍ଥା ହେଉନି । ଶାସକ ଦଳ ହୋଇ ବିଜେଡି ଗୃହ ମୁଲତବୀ କରୁଛି । ବିଜେଡି-ବିଜେପି ମିଶି ପ୍ରହସନ କରୁଛନ୍ତି । ଲୋକେ ସବୁ ଜାଣି ସାରିଲେଣି । ସରକାରଙ୍କୁ ନିଶ୍ଚୟ ଜବାବ ଦେବେ । ବାଚସ୍ପତି ସରକାରଙ୍କ ହାତବାରିସୀ ଭଳି କାର୍ଯ୍ୟ କରୁଛନ୍ତି । ସରକାର ଆଲୋଚନାକୁ ଆସୁ ନଥିବା ତାରା ପ୍ରସାଦ ଅଭିଯୋଗ କରିଛନ୍ତି । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.