ଗୃହରେ ଅଚାଳାବସ୍ଥା ଜାରୀ । ଏହାକୁ ଦେଖି ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ କଲେ ମୁଲତବୀ । ଆସନ୍ତାକାଲି ଅର୍ଥାତ ବୁଧବାର 10.30 ପର୍ୟ୍ୟନ୍ତ ଗୃହକୁ ମୁଲତବୀ କଲେ ବାଚସ୍ପତି । ଚାଷୀଙ୍କ ଧାନକିଣା ଓ ବିଧାୟକଙ୍କ କ୍ଷମା ପ୍ରସଙ୍ଗକୁ ନେଇ ଉଭୟ ଶାସକ ଓ ବିରୋଧୀ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ସର୍ବଦଳୀୟ ବୈଠକରେ ମଧ୍ୟ କୌଣସି ଫଳାଫଳ ବାହାରିପାରିନାହିଁ ।
ବୁଧବାର ଦିନ 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ - ବିଧାୟକ ସୁବାଷ ପାଣିଗ୍ରାହୀ
17:18 March 16
ବୁଧବାର ପର୍ଯ୍ୟନ୍ତ ଗୃହ ମୁଲତବୀ
16:13 March 16
ଅଚଳାବସ୍ଥା ଜାରି, ପୁଣି 30 ମିନିଟ ମୁଲତବୀ ହେଲା ଗୃହ
ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଗୃହକୁ ପୁଣି 30 ମିନିଟ ମୁଲତବୀ କଲେ ବାଚସ୍ପତି । ଗୃହକୁ 4.30 ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି ।
15:30 March 16
ସର୍ବଦଳୀୟ ବୈଠକରେ ମଧ୍ୟ ବାହାରିଲାନି ନିଷ୍କର୍ସ
ସର୍ବଦଳୀୟ ବୈଠକରେ ମଧ୍ୟ ବାହାରିଲାନି ନିଷ୍କର୍ସ । ଗୃହ ଅଚଳାବସ୍ଥାକୁ ନେଇ ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ । ଏହି ବୈଠକକୁ କଂଗ୍ରେସ ବର୍ଜନ କରିଥିବାବେଳେ ଶାସକ ଦଳ ଓ ବିଜେପି ବୈଠକରେ ସାମିଲ ହୋଇଥିଲେ ।
13:09 March 16
ଗୃହ 4ଟା ଯାଏଁ ମୁଲତବୀ
ସର୍ବଦଳୀୟ ବୈଠକକୁ ବର୍ଜନ କଲା କଂଗ୍ରେସ । ଧାନ କିଣା ସମସ୍ୟା ନେଇ ବୈଠକରେ ଆଲୋଚନା ନ ହୋଇ ସୁବାଷ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ପ୍ରସଙ୍ଗରେ ଆଲୋଚନା ହେବାରୁ ଅଧାରୁ ଉଠି ଆସିଲେ କଂଗ୍ରେସ ସଦସ୍ୟ । ସେପଟେ ଗୃହକୁ 4ଟା ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି ।
12:13 March 16
ଚାଲିପାରୁନି ଗୃହ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଚାଲିପାରୁନି ବିଧାନସଭା । ଗୃହରେ ମୁହାଁମୁହିଁ ହେଉଛନ୍ତି ଶାସକ-ବିରୋଧୀ । ସେପଟେ ଗୃହକୁ ସୁରୁଖୁରୁରେ ଚଲାଇବାକୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ବୈଠକରେ ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା, ଅର୍ଥ ମନ୍ତ୍ରୀ,କୃଷି ମନ୍ତ୍ରୀ, ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ ଲକ୍ଷ୍ମଣ ନାୟକ, ପ୍ରଣବ ପ୍ରକାଶ ଦାସ, ତାରାପ୍ରସାଦ ବାହୀନପତି ଆଦି ଯୋଗଦେବେ ।
11:32 March 16
ଗୃହ 12 ଟା ଯାଏ ମୁଲତବୀ
ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ପୁଣି ଶାସକ-ବିରୋଧୀ ମୁହାଁମୁହିଁ । ଗୃହ 12ଟା ଯାଏ ମୁଲତବୀ ।
10:39 March 16
କ୍ଷମା ପ୍ରାର୍ଥନା ବନାମ ମଣ୍ଡି, ଗୋଟିଏ ମିନିଟ ବି ଚାଲିପାରୁନି ଗୃହ
ଭୁବନେଶ୍ବର: ଆଜି ବି ବିଧାନସଭାରେ ସମାନ ସ୍ଥିତି । ଗୋଟିଏ ପଟେ ଶାସକ ଦଳ, ବିଧାୟକ ସୁବାଷ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନାରେ ଅଡିବସିଥିବାବେଳେ ବିରୋଧୀ ଧାନ ମଣ୍ଡି ସମସ୍ୟା ନେଇ ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଛନ୍ତି । ବାଚସ୍ପତି ଗୃହକୁ 11.30 ଯାଏ ମୁଲତବୀ ରଖିଛନ୍ତି । ଫଳରେ ଗୃହ ମାତ୍ର 1 ମିନିଟରୁ କମ ସମୟ ପାଇଁ ଚାଲିଥିବା ଜଣାପଡିଛି ।