ଭୁବନେଶ୍ବର: ଅପରାହ୍ନରେ ମଧ୍ୟ ହଟ୍ଟଗୋଳ ଜାରି ରହିବ । ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳରୁ କୃଷି ମନ୍ତ୍ରୀଙ୍କୁ ବହିଷ୍କାର କରିନାହାନ୍ତି ସେପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ବିଜେପି କହିଛି ।
ପରୀ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସିଧାସଳଖ ସମ୍ପୃକ୍ତି ରହିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏପରିକି ଅଭିଯୁକ୍ତ ବାବୁଲି ନାୟକ ଅରୁଣ ସାହୁଙ୍କ ପାଖରେ ଠିଆ ହୋଇଥିବା ଫଟୋ ମଧ୍ୟ ବ୍ୟାନର ଜରିଆରେ ପ୍ରଦର୍ଶିତ କରାଯାଇଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ