ETV Bharat / city

Paperless Assembly: ଦେଶରେ ଏକ ନମ୍ବର ଓଡିଶା ବିଧାନସଭା, ପୁରସ୍କାର ଦେବ କେନ୍ଦ୍ର - ଓଡ଼ିଶା ବିଧାନସଭାକୁ ପୁରସ୍କାର ଦେବ କେନ୍ଦ୍ର

ଦେଶରେ ଓଡିଶା ବିଧାନସଭା ଏକ ନମ୍ବର ବିଧାନସଭା ହୋଇଥିବାବେଳେ ପୁରସ୍କାର ଦେବ କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢନ୍ତୁ

ଦେଶରେ ୧ ନଂ ଓଡ଼ିଶା ବିଧାନସଭା, ପୁରସ୍କାର ଦେବ କେନ୍ଦ୍ର

author img

By

Published : Apr 19, 2022, 2:06 PM IST

Updated : Apr 19, 2022, 3:03 PM IST

ଭୁବନେଶ୍ବର: ପେପର ଲେସ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ଭଲ ପ୍ରଦର୍ଶନ କରିଛି । ଏହି କାର୍ଯ୍ୟକ୍ରମରେ ଦେଶରେ ଓଡିଶା ବିଧାନସଭା ଏକ ନମ୍ବର ବିଧାନସଭା ହୋଇଛି । ଏହିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କୃତ ହେବ ଓଡିଶା ବିଧାନସଭା । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବାଚସ୍ପତି କହିଛନ୍ତି ଯେ, କେବଳ ଏକମାତ୍ର ରାଜ୍ୟ ଭାବେ ଓଡିଶା ପାଇବ ଏହି ଏକ୍ସିଲେନସି ଆୱାର୍ଡ । ଆସନ୍ତା 22 ତାରିଖରେ ରାଜ୍ୟକୁ ଏହି ଆୱାର୍ଡ ମିଳିବ । ବିଧାନସଭା ସଚିବ ଓ 2 ଜଣ ଅଧିକାରୀ ରାଜ୍ୟ ପକ୍ଷରୁ ଏହି ଆୱାର୍ଡ ଗ୍ରହଣ କରିବେ । ଖୁବଶୀଘ୍ର ଓଡିଶା ବିଧାନସଭା ହେବ ଜାତୀୟ ଇ-ବିଧାନ ଆପ୍ଲିକେସନ (National e-Vidhan Application-NeVA) ନେଭା ହବ । ବିଧାନସଭା ପରିସରରେ ପ୍ରତିଷ୍ଠା ହେବ NeVA କେନ୍ଦ୍ର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ୬୦-୪୦ ପ୍ରତିଶତ ସେୟାରରେ ଏହି ହଲ ନିର୍ମାଣ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 19, 2022, 3:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.