ETV Bharat / city

ନିର୍ଦ୍ଧାରିତ ସମୟର ୫ଦିନ ପୂର୍ବରୁ ସରିଲା ବିଧାନସଭା ବଜେଟ ଅଧିବେଶନ

author img

By

Published : Apr 3, 2021, 10:42 AM IST

Updated : Apr 3, 2021, 9:11 PM IST

odisha assembly session live update
ଆରମ୍ଭ ହେଲା ବିଧାନସଭା ଅଧିବେଶନ, ଚାଲିଛି ପ୍ରଶ୍ନକାଳ

19:10 April 03

୫ ଦିନ ପୂର୍ବରୁ ସରିଲା ବିଧାନସଭା ବଜେଟ ଅଧିବେଶନ

ନିର୍ଦ୍ଧାରିତ ସମୟର ୫ଦିନ ପୂର୍ବରୁ ସରିଲା ବିଧାନସଭା  ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ଅଧିବେଶନ ରେ ସମୁଦାୟ ୨୬ଟି ବୈଠକ ବସିଥିଲା ।

ଏହି କାର୍ଯ୍ୟ ଦିବସରେ ରାଜ୍ୟପାଳଙ୍କ ଅଭିଭାଷଣ ରୁ ଆରମ୍ଭ ହୋଇଥିଲା । ପ୍ରେବୃଆରୀ ୧୮ରୁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ରେ ରାଜ୍ୟ ପାଳ ଗୃହରେ ତାଙ୍କ ଅଭିଭାଷଣ ରଖିଥିଲେ । ଏହାପରେ ତିନିଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଓ ବିଚାର ଗୃହିତ ହୋଇଥିଲା ।

ସେହିପରି ୨୦୨୧ -୨୨ ଆର୍ଥିକ ବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ପାରିତ ହେବା ସହ, ଓଡ଼ିଶା ଲୋକୟୁକ୍ତ ସଂଶୋଧନ ବିଲ , ସମିତି ପଞ୍ଜିକରଣ ସଂଶୋଧନ ବିଲ, ବିଜୁ ପଟ୍ଟନାୟକ୨୦୦୨ ର ସଂଶୋଧନ ଭଳି ବୈଷୟିକ ବିଶ୍ଵବିଦ୍ୟାଳୟ ବିଲ, ବ୍ୟୟମଞ୍ଜୁରୀ ବିଲ, ଭଳି ୯ଟି ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ହୋଇଛି । ସେହିପରି ଚାଷୀ ସମସ୍ୟା ଦରଦାମ ବୃଦ୍ଧି , ତୈଳଦର ବୃଦ୍ଧି ପରି ବିଭିନ୍ନ ପ୍ରସଙ୍ଗ ମୁଲତବୀ ଜରିଆରେ ସରଗରମ ହୋଇଥିଲା ।

ତେବେ ଏପ୍ରିଲ 9ରେ ସରିବାକୁ ଥିବା ବିଧାନସଭା ବଜେଟ ଅଧିବେଶନ 5 ଦିନ ପୂର୍ବରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ରହିଲା । 

17:08 April 03

5ଟା 15 ଯାଏଁ ଗୃହ ମୁଲତବୀ

ସଂନ୍ଧ୍ୟା 5ଟା 15 ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ମିଶ୍ର । 

17:00 April 03

ପୁଣି 20 ମିନିଟ୍ ପାଇଁ ଗୃହ ମୁଲତବୀ

ପୁଣି 20 ମିନିଟ୍ ପାଇଁ ଗୃହ ମୁଲତବୀ । 

16:50 April 03

ପୁଣି 15 ମିନିଟ ପାଇଁ ଗୃହ ମୁଲତବୀ

ଭୁବନେଶ୍ବର: ପୁଣି 15 ମିନିଟ୍ ପାଇଁ ଗୃହ ମୁଲତବୀ। ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣାର ଫୁଟେଜ ଯାଞ୍ଚ କରାଯାଉଛି । ଏପଟେ ଏହି ଘଟଣାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏହି ଘଟଣା ଦୁଃଖ ଦେଇଛି। 26 ବର୍ଷ ବିଧାନସଭା ଆସିଛି କିନ୍ତୁ ଏମିତି ନିନ୍ଦନୀୟ ଘଟଣା ଦେଖିନି। ବାଚସ୍ପତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। 

16:29 April 03

ପୁଣି 10 ମିନିଟ୍ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ବର: ପୁଣି 10 ମିନିଟ୍ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି । ଚପଲ ଫିଙ୍ଗା ଘଟଣାକୁ ନେଇ ବାଚସ୍ପତି ପୁଟେଜର ଯାଞ୍ଚ କରୁଛନ୍ତି । ଯାହାକୁ ନେଇ ଗୃହ 10 ମିନିଟ୍ ପାଇଁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।  

ବାଚସ୍ପତିଙ୍କୁ ଚପଲ ଫିଙ୍ଗା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ । ଉଦବେଗ ପ୍ରକାଶ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ। ଶାସକ ଦଳ ସଦସ୍ୟ ଭୁପିନ୍ଦର ସିଂ କହିଛନ୍ତି ଘଟଣା ଅତ୍ୟନ୍ତ ଦୁଖଦାୟକ। ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଦେଶରେ ସବୁଦୃଷ୍ଟିରୁ ସମ୍ନାନ ରହିଛି। ଆପଣଙ୍କ ସମ୍ନାନ ଏ ଗୃହର ସମ୍ନାନ ଓ ଓଡ଼ିଶାର ସମ୍ନାନ। 

ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମ ଅନୁଯାୟୀ ସେ ରୁଲିଙ୍ଗ ଦିଅନ୍ତୁ ବୋଲି  ସେ ଦାବି କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଘଟଣା ରେ ଅସନ୍ତୋଷ ପ୍ରକାଶ କରିବା ସହ ଗୃହରେ ଯାହା ଘଟଣା ଘଟିଲା ତାହା ଅସମ୍ବିଧାନିକ ଵୋଲି କହିଛନ୍ତି ।

 ସେହିଭଳି ବିଜେପି ସଦସ୍ୟଙ୍କ କାର୍ଯ୍ୟକଳାପ ଦ୍ୱାରା ଯେଉଁଭଳି ଭାବେ ପଦମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି ତାକୁ କଡା ଭାଷାରେ ନିନ୍ଦା କରିଛନ୍ତି ପ୍ରତାପ ଦେବ। ଏହି ଘଟଣାରେ ସଂପୃକ୍ତ ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରିବାକୁ ଦାବି କରିଥିଲେ ପ୍ରତାପ ଦେବ। ସେଭଳି ବିଜେଡି ସଦସ୍ୟ ଶଶୀଭୂଷଣ ବେହେରା କହିଛନ୍ତି ଏହି ଗୃହ ଭିତରେ ଏଭଳି ଅଶୋଭନୀୟ ଘଟଣା ଗୃହର ମର୍ଯ୍ୟାଦା ଓ ଚୌକିର ମର୍ଯ୍ୟାଦା କୁ ନଷ୍ଟ କରିଛି। ତେଣୁ ଏହି ବିଧାନସଭା ର ନିୟମ ଓ କାର୍ଯ୍ୟବିଧି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । 

ସେହିଭଳି ବିଜେଡି ବିଧାୟକ କିଶୋର ମହାନ୍ତି କହିଛନ୍ତି ଏହା ଇତିହାସର ଏକ କଳଙ୍କିତ ଅଧ୍ୟାୟ । ପୂର୍ବରୁ ମଇକ୍ରୋଫୋନ ଭାଙ୍ଗିଥିବାରୁ 25 ହଜାର ଟଙ୍କା ଫାଇନ ଆଦାୟ ହୋଇଥିଲା । ଏଭଳି ବ୍ୟବହାର କେବେ ହୋଇ ନ ଥିଲା । କୌଣସି ସଦସ୍ୟ ଏ କଥାକୁ ଗ୍ରହଣ କରିପାରିବେ ନାହିଁ । ନୀତି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଆଲୋଚନା ରେ ଅଂଶଗ୍ରହଣ କରି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି ବାଚସ୍ପତି ନିର୍ଦଳୀୟ ନୁହଁନ୍ତି । ସେ ଉଭୟ ଶାସକ ଓ ବିରୋଧୀ ଦଳକୁ ସୁରକ୍ଷା ଦେଇଥାନ୍ତି । ତେଣୁ ଛୋଟ ଛୋଟ କଥାକୁ ନ ଧରି ବାଚସ୍ପତି ବିଶାଳ ହୃଦୟର ପରିଚୟ ଦିଅନ୍ତୁ ବୋଲି କହିଛନ୍ତି ସାଲୁଜା ।

 ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଛି । ଓଡ଼ିଶାର ବହୁତ ଭଲ ଗୃହ ପରିଚାଳନା ହୁଏ । ଅନ୍ୟ ରାଜ୍ୟରେ ଓଡିଶା ବିଧାନସଭାର ଡିବେଟ ଓ ପରିଚଳନାକୁ ନେଇ ଚର୍ଚା ହୁଏ । ଗୃହର ଗାରିମା କ୍ଷୁର୍ଣ୍ଣ ହୋଇଛି । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଖରାପ ପରମ୍ପରା ସୃଷ୍ଟି ହେବ ।

16:14 April 03

ପ୍ରବଳ ହଟଗୋଳ ମଧ୍ୟରେ ଆରମ୍ଭ ହେଲା ଗୃହକାର୍ଯ୍ୟ

ଭୁବନେଶ୍ବର: ପ୍ରବଳ ହଟଗୋଳ ମଧ୍ୟରେ ଆରମ୍ଭ ହେଲା ଗୃହକାର୍ଯ୍ୟ । ବିଜେପି ବିଧାୟକଙ୍କ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗା ଘଟଣାକୁ ନେଇ ବିଜେଡିର କ୍ଷମା ପ୍ରାର୍ଥନା ଦାବି । 

14:19 April 03

ବାଚସ୍ପତିଙ୍କୁ ଚପଲ ଫୋପାଡିଲେ ବିଜେପି ବିଧାୟକ

ବିଧାନସଭାରେ ଅଶୋଭନୀୟ ଆଚରଣ । ବିଧାନସଭାରେ ବିଲ ପାସକୁ ନେଇ ବିଜେପି ବିଧାୟକ ଜୟନରାୟଣ ମିଶ୍ର  ଓ ବିଷ୍ଣୁ ସେଠୀ ବାଚସ୍ପତିଙ୍କୁ ଚପଲ ଫୋପାଡିଛନ୍ତି । ଏହା ସହ ମୋହନ ମାଝୀ ମଧ୍ୟ ଇୟରଫୋନ ଫିଙ୍ଗିଥିବା ଅଭିଯୋଗ କରିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

13:22 April 03

ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ

ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପିତ କଲେ ରିପୋର୍ଟ। 2019-20 ବର୍ଷ ପାଇଁ ପ୍ରକାଶ ପାଇଲା ସିଏଜି ରିପୋର୍ଟ। ସାଧାରଣ ଓ ସାମାଜିକ, ରାଜସ୍ୱ ଓ ଆର୍ଥିକ କ୍ଷେତ୍ର ପାଇଁ ସିଏଜି ଅଡ଼ିଟ ରିପୋର୍ଟ ପ୍ରକାଶ ।

13:05 April 03

ଗୃହ ପୁଣି 10 ମିନିଟ ମୁଲତବୀ

ଗୃହ ପୁଣି 10 ମିନିଟ ମୁଲତବୀ । ଗୃହରେ ପୁଣି ଉଠିଛି ଖଣି ଦୁର୍ନୀତି ପ୍ରସଙ୍ଗ  । 

12:41 April 03

ବିଧାନସଭାରେ ଉଠିଲା ଖଣି ଦୁର୍ନୀତି ପ୍ରସଙ୍ଗ

କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଖଣି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ବାଚସ୍ପତି ଗ୍ରହଣ ନ କରିବାରୁ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।ଏହାକୁ ନେଇ ଗୃହ ମଧ୍ୟ ଭାଗରେ କଂଗ୍ରେସ ସଦସ୍ୟମାନଙ୍କ ହଟ୍ଟଗୋଳ । ସମାନ ପ୍ରସଙ୍ଗକୁ ନେଇ ବିଜେପିର ବି ଉଦବେଗ ପ୍ରକାଶ କରିଛି । 

12:29 April 03

ରାଜ୍ୟରେ 1000 କିମି ରାସ୍ତା ଓ 30ଟି ସେତୁ ନିର୍ମାଣ କରାଯିବ

ଚଳିତ ବର୍ଷ ରାଜ୍ୟରେ 1000 କିମି ରାସ୍ତା ଓ 30ଟି ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

12:06 April 03

ଆରମ୍ଭ ହେଲା ଗୃହକାର୍ଯ୍ୟ

ଆରମ୍ଭ ହେଲା ଗୃହକାର୍ଯ୍ୟ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମୁଲତବୀ କରିଥିଲେ ବାଚସ୍ପତି ।

11:49 April 03

12 ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

 ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁଡିକରେ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ହଟ୍ଟଗୋଳ କରିଥିଲେ ବିରୋଧୀ । ପୁଣି 15 ମିନିଟ ବୃଦ୍ଧି କରି 12.00 ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କଲେ ବାଚସ୍ପତି ।

11:38 April 03

ଗୃହ 15 ମିନିଟ ମୁଲତବୀ, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ସୀମାନ୍ତ ଅଞ୍ଚଳରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ଭାବେ କମିଟି ଗଢ଼ିବା ପାଇଁ ବିରୋଧିଙ୍କ ଦାବି। ଗୃହରେ ହଟ୍ଟଗୋଳ । ପୁଣି ଗୃହ 15 ମିନିଟ ମୁଲତବୀ, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ ।

11:24 April 03

ପ୍ରଶ୍ନକାଳରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ,11.30 ପର୍ଯ୍ୟନ୍ତ ଗୃହ ମୁଲତବୀ

ସାମାଜିକ ସଶକ୍ତିକରଣ ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହୋଇ ବିରୋଧୀଙ୍କ ହଟ୍ଟଗୋଳ । କଂଗ୍ରେସ ବିଧାୟକ ମାନେ ଗୃହମଧ୍ୟ ଭାଗରେ ଆସି ବିରୋଧ ପ୍ରଦର୍ଶନ କରିଛନ୍ତି ।

10:46 April 03

ଗୃହରେ ଉତ୍ତର ରଖୁଛନ୍ତି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ସାମାଜିକ ସୁରକ୍ଷା ଯୋଜନାରେ ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କୁ କି ଭଳି ପ୍ରଦାନ କରାଯାଉଛି । ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷଣ ଭତ୍ତା, ମଧୁବାବୁ ପେନସନ ଯୋଜନା ନେଇ ଉତ୍ତର ରଖୁଛନ୍ତି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

10:29 April 03

ନିର୍ଦ୍ଧାରିତ ସମୟର ୫ଦିନ ପୂର୍ବରୁ ସରିଲା ବିଧାନସଭା ବଜେଟ ଅଧିବେଶନ

ଆରମ୍ଭ ହେଲା ବିଧାନସଭା ଅଧିବେଶନ, ଚାଲିଛି ପ୍ରଶ୍ନକାଳ

ଆରମ୍ଭ ହେଲା ବିଧାନସଭା ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ  । ଗୃହରେ ଚାଲିଛି ପ୍ରଶ୍ନକାଳ । ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ । ପ୍ରଥମେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଉତ୍ତର ରଖୁଛନ୍ତି ।

Last Updated : Apr 3, 2021, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.