ETV Bharat / city

ବଦଳିବ ବିଧାନସଭା ନକ୍ସା, ମିଳିବ WIFI ସୁବିଧା

author img

By

Published : Sep 16, 2019, 11:09 PM IST

ବଦଳିବ ଓଡିଶା ବିଧାନସଭାର ନକ୍ସା । ନିର୍ମାଣ ହେବ ଭାରତର ସର୍ବଶ୍ରେଷ୍ଠ ବିଧାନସଭା । ଗୃହ ଓ ଲବିର ପୁନରୁଦ୍ଧାର ସମ୍ପର୍କିତ କମିଟିର ସଦସ୍ୟମାନଙ୍କୁ ନେଇ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବଦଳିବ ଓଡିଶା ବିଧାନସଭାର ନକ୍ସା । ନିର୍ମାଣ ହେବ ଭାରତର ସର୍ବଶ୍ରେଷ୍ଠ ବିଧାନସଭା । ଏଥିପାଇଁ ଏକ ବିଲ୍ଡିଂ କମିଟି ଗଠନ କରାଯାଇଛି । ପୂର୍ତ୍ତ ବିଭାଗର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ । ଏହି କମିଟିରେ ଅର୍ଥ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରତିନିଧି ସଦସ୍ୟ ରହିବେ । ଏଥିସହିତ ପୂର୍ତ୍ତ ମୁଖ୍ୟ ଯନ୍ତ୍ରୀ(କୋଠାବାଡ଼ି) ସଭ୍ୟ ଆବାହକ ଭାବେ କାର୍ଯ୍ୟ କରିବେ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ବିଧାନସଭା ଗୃହକୁ ସ୍ମାର୍ଟ କୋଠାରେ ପରିବର୍ତ୍ତିତ କରାଯିବା ସହ ସ୍ଥାୟୀ ଆଲୋକମାଳାରେ ସଜ୍ଜିତ କରାଯିବ । ଗୃହ ଓ ଲବିର ପୁନରୁଦ୍ଧାର ସମ୍ପର୍କିତ କମିଟିର ସଦସ୍ୟମାନଙ୍କୁ ନେଇ ବୈଠକ ହୋଇଥିଲା । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ବିଧାନସଭାକୁ ପେପରଲେସ୍ ବିଧାନସଭା କରାଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।

ଅର୍ଥ ବିଭାଗର ଅନୁମତି କ୍ରମେ ଅଧିକାରୀମାନେ ଭାରତର ବିଭିନ୍ନ ରାଜ୍ୟ ଗସ୍ତ କରି ବିଧାନସଭା ପରିଦର୍ଶନ କରିବେ । ଏହା ପରେ ରାଜ୍ୟ ବିଧାନସଭାର ରୂପରେଖ ନେଇ ବିସ୍ତୃତ ଆଲୋଚନା କରି ବିଧାନସଭା ନିର୍ମାଣ କାର୍ଯ୍ୟକାରୀ କରାଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଓଡ଼ିଶା ବିଧାନସଭା ହେବ ଭାରତର ମଡ଼େଲ୍ ବିଧାନସଭା । ଏଥିପାଇଁ ଏକ ବିଲ୍ଡିଂ କମିଟି ଗଠନ କରାଯାଇଛି । ପୂର୍ତ୍ତ ବିଭାଗର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ । ଏହି କମିଟିରେ ଅର୍ଥ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରତିନିଧି ସଦସ୍ୟ ରହିବେ ଓ ପୂର୍ତ୍ତ ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ସଭ୍ୟ-ଆବାହକ ଭାବେ କାର୍ୟ୍ୟ କରିବେ । ବିଧାନସଭା ଗୃହକୁ ସ୍ମାର୍ଟ କୋଠାରେ ପରିବର୍ତ୍ତିତ କରାଯିବା ସହ ସ୍ଥାୟୀ ଆଲୋକମାଳାରେ ସଜ୍ଜିତ କରାଯିବ ।ବିଧାନସଭା ଗୃହ ଓ ଲବିର ପୁନରୁଦ୍ଧାର ସଂପର୍କିତ କମିଟିର ସଦସ୍ୟମାନଙ୍କୁ ନେଇ ଆଜି ବାଚସ୍ପତି ଡ. ସୂର୍ୟ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହି ସୂଚନା ମିଳିଛି ।

ଏହାସହ ଓଡ଼ିଶା ବିଧାନସଭାକୁ ପେପରଲେସ୍ ବିଧାନସଭା କରାଯିବ ବୋଲି ସୂଚନା ରହିଛି । ତେବେ ଅର୍ଥ ବିଭାଗର ଅନୁମତି କ୍ରମେ ଏହି ଅଧିକାରୀମାନେ ଭାରତର ବିଭିନ୍ନ ରାଜ୍ୟ ଗସ୍ତ କରି ତଥା ବିଧାନସଭା ଦେଖି ଦେଖିବେ । ଆଉ ତା’ପରେ ରାଜ୍ୟର ବିଧାନସଭାର ରୂପରେଖ କ’ଣ ହେବ, ତାହା ଉପରେ ବିସ୍ତୃତ ଆଲୋଚନା କରି କାର୍ୟ୍ୟକାରୀ କରାଯିବ । Body:ବାଇଟ ସୂର୍ଯ୍ୟ ନାରାୟଣ ପାତ୍ର, ବାଚସ୍ପତିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.