ETV Bharat / city

ଗୃହରେ ଧାନକିଣା ତାତି, ଗର୍ଜିଲେ ବିରୋଧୀ - Paddy Procurement issue

ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭରୁ ଧାନ କିଣା ପ୍ରସଙ୍ଗରେ ହୋହଲ୍ଲା କଲେ ବିରୋଧୀ । ଅଧିକ ପଢନ୍ତୁ...

ଗର୍ଜିଲେ ବିରୋଧୀ
ଗର୍ଜିଲେ ବିରୋଧୀ
author img

By

Published : Mar 12, 2021, 12:14 PM IST

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ । ପ୍ରଶ୍ନକାଳ ଆରମ୍ଭରୁ ମଣ୍ଡିରୁ ଧାନ ନ ଉଠିବା ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେପି ବିଧାୟକଙ୍କ ହୋହଲ୍ଲା । ଗୃହର ମଧ୍ୟ ଭାଗରେ ହୋହଲ୍ଲା ହଟ୍ଟଗୋଳ କଲେ ବିରୋଧୀ ।

ଗର୍ଜିଲେ ବିରୋଧୀ

ଏନେଇ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ‘ସରକାର ବିଶ୍ବାସଘାତକତା କରିଛନ୍ତି । ସର୍ବଦଳୀୟ ବୈଠକ ନିଷ୍ପତି ଅନୁସାରେ ସଂସଦୀୟ ମନ୍ତ୍ରୀ ଗୃହରେ କହିଥିଲେ ପ୍ରକୃତ ଚାଷୀଙ୍କ ଠାରୁ ଧନ କିଣିବେ ନକଲି ଚାଷୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବେ ବୋଲି କହିଥିଲେ । ମାମଲା ରୁଜୁ କଲେ ନାହିଁ କି ଧାନ ବି କିଣିଲେ ନାହିଁ ।’ ଆଜି ଗୃହରେ ଏହାର ପ୍ରତିବାଦ କରିଥିଲା କଂଗ୍ରେସ । ସମସ୍ୟାର ସମାଧାନ ଏକାନ୍ତ ଆବଶ୍ୟକ ବୋଲି କହିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ସେପଟେ ଧାନ କିଣା ନେଇ ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ଲାପସ ହୋଇଯାଇଥିବା ଟୋକନକୁ ରିଜେନେରେଟ କରିବା ପାଇଁ ବ୍ୟବସ୍ଥା କଲେ ନାହିଁ । ସର୍ବଦଳୀୟ ଦଳୀୟ ବୈଠକରେ ପ୍ରକୃତ ଚାଷୀ ଠାରୁ ଧାନ କିଣିବା ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଯଦି ଗୃହକୁ ମିଛ କହୁଛନ୍ତି । ତାହେଲେ ସାଧାରଣ ଲୋକଙ୍କୁ କଣ କରୁଥିବେ । ଧାନ ଉଠେଇବା ନେଇ ତୁରନ୍ତ ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ବିଜେପି ବିଧାୟକ ନାଉରି ନାୟକ ।

ଅନ୍ୟପଟେ ରାଜ୍ୟ ସ୍ବାର୍ଥ ଦୃଷ୍ଟିରୁ ପ୍ରଶ୍ନକାଳ ଗୁରୁତ୍ବପୂର୍ଣ୍ଣ । ପ୍ରଶ୍ନକାଳରେ ଗୃହକୁ ଅଚଳ କରିବା ଠିକ ନୁହେଁ । ଧାନ ସମସ୍ୟା ଅଲଗା ସମୟରେ ଆଲୋଚନା ହୋଇପାରିଥାନ୍ତା । ତେବେ ଆନ୍ତରିକତା ସହିତ ଏ ପ୍ରସଙ୍ଗକୁ ନେଉଥିବା ମୁଁ ଜାଣିପାରୁ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.