ETV Bharat / city

Odisha Assembly: କୋଟିଆର ସ୍ଥିତି ନେଇ ମନ୍ତ୍ରୀଙ୍କ ଉତ୍ତର ଲୋଡିଲେ ବିଧାୟକ

ବିଧାନସଭାର ଶୂନ୍ୟକାଳ (Assembly Zero Hour)ରେ ଆଜି ଉଠିଛି ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗ । କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜ କଥା ଉଠାଇଛନ୍ତି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ । ଆନ୍ଧ୍ରପ୍ରଦେଶ ଅଧିକାରୀ ସୀମାନ୍ତ ଲୋକଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରିଛନ୍ତି ବିଷ୍ଣୁ । ବର୍ତ୍ତମାନ କୋଟିଆରେ ସ୍ଥିତି କଣ ସେ ନେଇ ରାଜସ୍ବ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ଅଧିକ ପଢନ୍ତୁ

OdishaAssembly
OdishaAssembly
author img

By

Published : Jul 15, 2022, 4:24 PM IST

ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳ (Assembly Zero Hour)ରେ ଆଜି ଉଠିଛି ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗ । କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜ କଥା ଉଠାଇଛନ୍ତି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ । ଆନ୍ଧ୍ରପ୍ରଦେଶ ଅଧିକାରୀ ସୀମାନ୍ତ ଲୋକଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରିଛନ୍ତି ବିଷ୍ଣୁ । ବର୍ତ୍ତମାନ କୋଟିଆରେ ସ୍ଥିତି କଣ ସେ ନେଇ ରାଜସ୍ବ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

ବିଷ୍ଣୁ କହିଛନ୍ତି ଯେ, ଓଡ଼ିଶା ସୀମାରେ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ । ଆନ୍ଧ୍ର ସରକାର ସୀମାନ୍ତବର୍ତ୍ତୀ ଲୋକମାନଙ୍କୁ ବିଭିନ୍ନ ଯୋଜନା ଦେଇ ପ୍ରଲୋଭିତ କରୁଛନ୍ତି । ଯେଉଁଥିରେ ଶହେରୁ ଉର୍ଦ୍ଧ୍ବ ଗ୍ରାମ ଏହା ଦ୍ୱାରା ପ୍ରଭାବିତ । ମାତ୍ର ରାଜ୍ୟ ସରକାର ସବୁବେଳେ ତଥାକଥିତ ଉତ୍ତର ଦେଉଛନ୍ତି ଆମେ ଅନୁଧ୍ୟାନ କରୁଛୁ । ଆମ ପାଖରେ କିଛି ଖବର ନାହିଁ । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯେଉଁ ପ୍ରଶ୍ନ କରିଥିଲେ, ତାର ଉତ୍ତରରେ ରାଜସ୍ବ ମନ୍ତ୍ରୀ ଏହି ଉତ୍ତର ଲିଖିତ ଭାବେ ଦର୍ଶାଇଛନ୍ତି । ଯଦି ସରକାର ଏପରି କହିବେ ତେବେ ଖବର କିଏ ରଖିବ ବୋଲି ପ୍ରଶ୍ନ କଲେ ବିଷ୍ଣୁ । ବିଭାଗୀୟ ମନ୍ତ୍ରୀ କାହିଁକି କୋଟିଆ ଅଞ୍ଚଳ ପରିଦର୍ଶନ କରୁ ନାହାନ୍ତି । କେଉଁଠି ଅସୁବିଧା ରହୁଛି ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ । ଯେତେବେଳେ ସରକାରୀ ଦଳର ବିଧାୟକ ମାନେ ପ୍ରଶ୍ନ କରୁଛନ୍ତି ସେ ସମୟରେ ସରକାର କହୁଛନ୍ତି ଆମ ପାଖରେ ଖବର ନାହିଁ । ଏଥିରୁ ରାଜ୍ୟବାସୀ କଣ ବୁଝିବେ ?

ଆନ୍ଧ୍ରପ୍ରଦେଶ ଦାଦାଗିରି ନେଇ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ବିରୋଧ କରୁଛନ୍ତି । ବିଜେଡିର ଦୁଇ ବିଧାୟକ ଯେଉଁ କଥା କହୁଛନ୍ତି, ତାହା ସତ୍ୟ ନା ମନ୍ତ୍ରୀ ପ୍ରମିଳା ମଲିକ ଯେଉଁ ଉତ୍ତର ଦେଲେ ତାହା ସତ୍ୟ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ଉପନେତା । ବିଷ୍ଣୁଙ୍କୁ ଏକପ୍ରକାର ସମର୍ଥନ କରି ସରକାରଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । କୋଟିଆର ବର୍ତ୍ତମାନ ସ୍ଥିତି କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଆନ୍ଧ୍ର ଯେଉଁ ସହାୟତା ରାଶି ଓଡ଼ିଶାର ଲୋକମାନଙ୍କୁ ଯୋଗାଇ ଦେଉଥିବାର ଅଭିଯୋଗ ହେଉଛି ତାହା କେତେ ସତ୍ୟ ବୋଲି ଅମର କହିଛନ୍ତି । ସେ ନେଇ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ଅମର । ଶୂନ୍ୟକାଳରେ ଉଠିଛି କୋଟିଆ ପ୍ରସଙ୍ଗ ।

ଏହି ପ୍ରସଙ୍ଗକୁ ନେଇ ଗୃହର ସମସ୍ତ ସଦସ୍ୟଙ୍କ ଉଦବେଗ ରହିଛି । ମାତ୍ର ଏହି ପ୍ରଶ୍ନଟି ଲିଖିତ ଭାବେ ରହିଥିବାରୁ ଗୃହରେ ଆଲୋଚନା ହୋଇ ପାରିନାହିଁ । ତେଣୁ କୋଟିଆରେ ବର୍ତ୍ତମାନ ସ୍ଥିତି କଣ ସେ ନେଇ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ବାଚସ୍ପତିଙ୍କ ଜରିଆରେ ଦାବି କରିଛନ୍ତି ଅମର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.