ETV Bharat / city

Odisha Assembly: ବିଧାନସଭାରେ ସରକାର ଦେଖାଇଲେ କୋଟିଆର ଗୋଲାପୀ ଚିତ୍ର

author img

By

Published : Jul 18, 2022, 8:47 PM IST

ବିଭିନ୍ନ ବାଦବିବାଦ ପରେ ଆଜି ବିଧାନସଭା ସଭାରେ କୋଟିଆ ବିକାଶର ଗୋଲାପୀ ଚିତ୍ର ଦେଖାଇଛନ୍ତି ରାଜ୍ୟ ସରକାର । କୋଟିଆର ବିକାଶ ଲାଗି ପ୍ରାଥମିକ ଭାବେ 50 କୋଟି 15 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏଥିରେ ରାସ୍ତା, ପାନୀୟ ଜଳ, ବ୍ୟବସାୟ, ବିଦ୍ୟୁତ ସେବା, ଜଳ ସେଚନ, ହେଲିପ୍ୟାଡ୍ ନିର୍ମାଣ, ପର୍ଯ୍ୟଟନ, ସ୍କୁଲ ନିର୍ମାଣ ପ୍ରକଳ୍ପ ରହିଛି । ଅଧିକ ପଢନ୍ତୁ

OdishaAssembly
OdishaAssembly

ଭୁବନେଶ୍ବର: ବିଭିନ୍ନ ବାଦ ବିବାଦ ପରେ ଆଜି ବିଧାନସଭା ସଭାରେ କୋଟିଆ ବିକାଶର ଗୋଲାପୀ ଚିତ୍ର ଦେଖାଇଛନ୍ତି ରାଜ୍ୟ ସରକାର । କୋଟିଆର ବିକାଶ ଲାଗି ପ୍ରାଥମିକ ଭାବେ 50 କୋଟି 15 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏଥିରେ ରାସ୍ତା, ପାନୀୟ ଜଳ, ବ୍ୟବସାୟ, ବିଦ୍ୟୁତ ସେବା, ଜଳ ସେଚନ, ହେଲିପ୍ୟାଡ ନିର୍ମାଣ, ପର୍ଯ୍ୟଟନ, ସ୍କୁଲ ନିର୍ମାଣ ପ୍ରକଳ୍ପ ରହିଛି ।

ଶୂନ୍ୟକାଳରେ ରାଜସ୍ବ ମନ୍ତ୍ରୀ ପ୍ରମିଳା କହିଛନ୍ତି ଯେ, କୋଟିଆ ଗ୍ରାମପୁଞ୍ଜର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । କୋଟିଆ ଗ୍ରାମପଞ୍ଚାୟତର ସମୁହ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସ୍ବତନ୍ତ୍ର ଅନୁଦାନ ଘୋଷଣା କରିଥିଲେ । ଯେଉଁଥରେ କୋଟିଆରେ ରାସ୍ତା ନିର୍ମାଣ, ବିଦ୍ୟୁତିକରଣ ଓ ଜୀବିକା କାମ ଚାଲିଛି । ଥାନା, ସ୍ବାସ୍ଥ୍ୟ ଓ ଆରଗ୍ୟ କେନ୍ଦ୍ର, ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ କୋଟିଆ ଗମନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାସ୍ତରୀୟ ଅଧିକାରୀମାନେ କୋଟିଆରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଓ ଜନହିତକାରୀ ଯୋଜନାଗୁଡିକର ସଫଳ ରୂପାୟନ ନିମନ୍ତେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରୁଛନ୍ତି ।

ସେହିପରି 2022/23 ଆର୍ଥିକ ବର୍ଷରେ ଓଡିଶା ଆଦର୍ଶ ବିଦ୍ୟାଳୟ, କୋଟିଆରେ 59 ଛାତ୍ର ଯୋଗ ଦେଇଛନ୍ତି । ଗମାନା ଗମନର ସୁବ୍ୟବସ୍ଥା ପାଇଁ ମାଗଣା ବସ ସେବା ମଧ୍ୟ ଆରମ୍ଭ କରାଯାଇଛି । କୋଟିଆର ବିକାଶକୁ ଅଧିକ ତରାନ୍ବିତ କରିବା ପାଇଁ ନୂତନ ପ୍ରକଳ୍ପର ଚୟନ ଓ କାର୍ଯ୍ୟକାରୀ ନେଇ ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗତ 16 ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ନୂତନ ଆବଶ୍ୟକୀୟ ପ୍ରକଳ୍ପ ପ୍ରସ୍ତାବ ଗୁଡିକ ଚୟନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.