ETV Bharat / city

Odisha Assembly: ଶୂନ୍ୟକାଳରେ ଉଠିଲା ନିଶା କାରବାର ପ୍ରସଙ୍ଗ, ରୁଲିଂ ଦାବି କଲେ ବିରୋଧୀ ଦଳ ନେତା

author img

By

Published : Jul 18, 2022, 9:08 PM IST

ବାଲେଶ୍ଵର ଓ ଜଳେଶ୍ବର ନିଶା କାରବାରର ହବ ପାଲଟିଛି । ପ୍ରତି ଘରେ ଘରେ ଚାଲିଛି ନିଶା କାରବାର । ରାଜ୍ୟରେ ବ୍ୟାଧି ରୂପରେ ପରିଣତ ହେଲାଣି ନିଶା କାରବାର । ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟରେ ନିଶା କାରବାର ଘଟଣା । ଅଧିକ ପଢନ୍ତୁ

OdishaAssembly:
OdishaAssembly:

ଭୁବନେଶ୍ବର: ବାଲେଶ୍ଵର ଓ ଜଳେଶ୍ବର ନିଶା କାରବାରର ହବ୍ । ପ୍ରତି ଘରେ ଘରେ ଚାଲିଛି ନିଶା କାରବାର । ରାଜ୍ୟରେ ବ୍ୟାଧି ରୂପରେ ପରିଣତ ହେଲାଣି ନିଶା କାରବାର । ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟରେ ନିଶା କାରବାର ଘଟଣା । ରୁଲିଂ ଦାବି କଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ।

ବିଷ୍ଣୁ କହିଛନ୍ତି, "ନେପାଳ, ବାଂଲାଦେଶରୁ ବ୍ରାଉନସୁଗାର, ଡ୍ରଗ୍ସ ରାଜ୍ୟକୁ ଆସୁଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଗଞ୍ଜେଇ ରାଜ୍ୟ ବାହାରକୁ ଯାଉଛି । ଦିଲ୍ଲୀ, ବିହାର, ମହାରାଷ୍ଟ୍ର ଆଦି ରାଜ୍ୟକୁ ଚାଲାଣ ହେଉଛି । ବିହାରର ଜେଲରେ ଅଧିକ ଅପରାଧୀ ଓଡ଼ିଶାର । ରାଜଧାନୀ ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀରେ ନିଶା କାରବାର ପେଣ୍ଠସ୍ଥଳ ହୋଇଛନ୍ତି । ଆମ ଯୁବ ପୀଢ଼ି ମୋବାଇଲ ଓ ନିଶା ଛଡା ଆଉ କିଛି ଜାଣୁନାହାନ୍ତି ।"

ଅବକାରୀ ଓ ପୋଲିସ କର୍ମଚାରୀ ଏଥିରେ ସମ୍ପୃକ୍ତ ରହୁଛନ୍ତି । ରାଜ୍ୟରେ ଅବକାରୀ ରାଜସ୍ୱ 2 ହଜାର କୋଟି ଟଙ୍କା ହେଲାଣି । ରାଜ୍ୟରେ ଆଉ ମଦ ଦୋକାନ ବନ୍ଦ ହୋଇପାରିବିନି । ତେଣୁ ବ୍ରାଉନସୁଗାର ବନ୍ଦ ତ ହୋଇପାରିବ । ତେଣୁ ଏହା ଉପରେ ରୁଲିଂ ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.