ବାଚସ୍ପତିଙ୍କ ପୋଡିୟମ ତଳେ ବିରୋଧୀଙ୍କ ହୋହଲ୍ଲା । ଗୃହକୁ ଆସନ୍ତାକାଲି ସକାଳ 10.30 ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
ବଜେଟ ଅଧିବେଶନ: ବିଧାନସଭା ଆସନ୍ତାକାଲି 10.30 ପର୍ଯ୍ୟନ୍ତ ମୁଲତବୀ
13:06 February 18
ବିଧାନସଭା ଆସନ୍ତାକାଲି ଯାଏଁ ମୁଲତବୀ
12:47 February 18
ବିଜେପି ବିଧାୟକଙ୍କ ହୋହଲ୍ଲା
ଧାନକିଣାରେ ଅବ୍ୟବସ୍ଥା ନେଇ ବିଜେପି ବିଧାୟକଙ୍କ ହୋହଲ୍ଲା । ସେପଟେ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
12:39 February 18
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ସହ ବକ୍ତବ୍ୟ ରଖୁଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
12:26 February 18
କୋଭିଡ ପାଇଁ ରାଜ୍ୟର ଆପାତକାଳୀନ ପାଣ୍ଠି 400 କୋଟି ରୁ 2000କୋଟି ବୃଦ୍ଧି ହୋଇଛି । ମାଲକାନଗିରି ଠାରେ ନୂତନ ଏୟାରଷ୍ଟ୍ରିଫ୍ ନିର୍ମାଣ ଯୋଜନା ରହିଛି । ନଦୀ ଜଳର ବ୍ୟାପକ ସଂରକ୍ଷଣ ପାଇଁ 11ହଜାର 700 କୋଟି ଟଙ୍କା ପୁଞ୍ଜିବିନିଯୋଗ ହେବ । ଭାଗଚାଷୀଙ୍କ ପାଇଁ ବଳରାମ ଯୋଜନାରେ ଟଙ୍କା ଦିଆଯାଇଛି ବୋଲି ରାଜ୍ୟପାଳ ଗୃହରେ କହିଛନ୍ତି ।
12:22 February 18
ଇଜ୍ ଅଫ ଡୁଇଙ୍ଗ ଏଗ୍ରି-ବିଜିନେସ ସହାୟତାରେ କୃଷି ଉଦ୍ୟୋଗ ବିକାଶ ପାଇଁ ମୋ ସରକାର ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ର କାର୍ଯ୍ୟକାରୀ କରୁଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି ।
12:20 February 18
ବିଧାନସଭାରେ ଓଡିଶା ତା’ର ସାଂସ୍କୃତିକ ବିବିଧତା ପାଇଁ ପ୍ରଖ୍ୟାତ । ମୋ ସରକାର ପ୍ରାଚୀନ ଗୁରୁଶିଷ୍ୟ ସମ୍ପର୍କ ଓ ରାଜ୍ୟରେ ଲୁପ୍ତପ୍ରାୟ କଳାର ପୁନରୁତଥାନ ପାଇଁ ‘ଦିକ୍ଷାନ୍ତ’ ନାମରେ ଏକ ନୂତନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି । ସେହିପରି ମୋ ସରକାର 441ଟି ବସ ଚଳାଚଳ ସହ 257 ରୁଟରେ ବସ ସେବା ଯୋଗାଇ ଦେଇଛନ୍ତି ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି । ଅନ୍ୟପଟେ 2023 ବିଶ୍ବକପ ପୂର୍ବରୁ ରାଉରକେଲାରେ ଭାରତବର୍ଷର ବୃହତ୍ତମ ହକି ଷ୍ଟାଡିୟମର ନିର୍ମାଣ କରାଯାଉଛି । ସୁନ୍ଦରଗଡ ଜିଲ୍ଲାର ସମସ୍ତ 17ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ହକି ପଡିଆ ନିର୍ମାଣ କରାଯାଉଛି । ଏହା ପିଲାଙ୍କୁ ଛୋଟବେଳୁ ଉଚ୍ଚମାନର ପ୍ରଶିକ୍ଷଣ ସୁଯୋଗ ପ୍ରଦାନ କରିବ ବୋଲି ରାଜ୍ୟପାଳ କହିଛନ୍ତି ।
12:09 February 18
ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ । 2020 ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା ବୋଲି କହିଲେ ରାଜ୍ୟପାଳ । ପୋଲିସର ଆଗୁଆ ସୁଚିନ୍ତିତ ପଦକ୍ଷେପ ପାଇଁ କୌଣସି ବଡଧରଣର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ ବୋଲି ମଧ୍ୟ ରାଜ୍ୟପାଳ କହିଛନ୍ତି । ସେହିପିର ଗତ 5 ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ଦ୍ରୁତ ଗତିରେ ହ୍ରାସ ପାଇଛି । ସ୍ବାଭିମାନ ଅଞ୍ଚଳରେ ଯୋଡାମ୍ବୋ ପୋଲିସ ଥାନା କାର୍ଯ୍ୟକ୍ଷମ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି ।
12:00 February 18
ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଶେଷ
ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଶେଷ । ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କକ୍ଷତ୍ୟାଗ କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ ।
11:58 February 18
ପାନୀୟ ଜଳର ଗୁଣାତ୍ମକ ମାନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ମୋ ସରକାର ଏକ ସୁବ୍ୟବସ୍ଥିତ ଜଳ ଗୁଣବତ୍ତା ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ ଆମେ 78ଟି ସ୍ଥାନରେ ଏନଏବିଏଲ ସ୍ବୀକୃତ ସର୍ବୋତକୃଷ୍ଟ ପାନୀୟ ଜଳ ପରୀକ୍ଷାଗାର ନିର୍ମାଣ କରିଛୁ ବୋଲି ବିଧାନସଭାରେ ରାଜ୍ୟପାଳ କହିଛନ୍ତି ।
11:50 February 18
ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ । ମୋ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର 92.6 ଲକ୍ଷ ପରିବାରର 3.24 କୋଟି ହିତାଧିକାରୀଙ୍କୁ ସାମିଲ କରିଛନ୍ତି । ଏମାନଙ୍କୁ କିଲୋପିଛା ଏକ ଟଙ୍କାରେ 1.63ଲକ୍ଷ ମେଟ୍ରିକ୍ ଟନ ଚାଉଳ ଓ 23,890 ମେଟ୍ରିକ ଟନ ଗହମ ଦେଉଛନ୍ତି ।
11:45 February 18
ବିଜେପିର କକ୍ଷତ୍ୟାଗ
ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଜାରି । ଅଭିଭାଷଣ ସମୟରେ ବିରୋଧୀ ବିଜେପି ସଦସ୍ୟ ମଧ୍ୟ କଲେ କକ୍ଷତ୍ୟାଗ । ପ୍ରଥମେ କଂଗ୍ରେସ ବିଧାୟକ କରିଥିଲେ କକ୍ଷତ୍ୟାଗ ।
11:38 February 18
ବଜେଟ ଅଧିବେଶନ: କୋଭିଡ ପରିଚାଳନା ପାଇଁ ସରକାରଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା
ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ । କୋରୋନା ବେଳେ ଅଙ୍ଗନବାଡି ଦ୍ବାରା ପିଲାଙ୍କ ପୃଷ୍ଟିସାଧନ ହୋଇଛି କହିଲେ ରାଜ୍ୟପାଳ । ଜନସ୍ବାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ସରକାର । 2021 ସୁଦ୍ଧା ରାଜ୍ୟର ସବୁ ପୌରାଞ୍ଚଳରୁ ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ ହେବ କହିଲେ ରାଜ୍ୟପାଳ । ସେହିପରି ବିଜୁ ଶିଶୁ ସୁରକ୍ଷା 2020 ପରିବର୍ଦ୍ଧିତ ହେବ ବୋଲି ରାଜ୍ୟପାଳ ଗୃହରେ କହିଛନ୍ତି । ଅନ୍ୟପଟେ ଦିବ୍ୟାଙ୍ଗ, ନିରାଶ୍ରୟ ଓ ବରିଷ୍ଠ ନାଗରିକଙ୍କ ସାମାଜିକ ନିରାପତ୍ତା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ରାଜ୍ୟପାଳ ଗୃହରେ କହିଛନ୍ତି ।
11:18 February 18
ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ
ଗୃହରେ ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ । ଶହୀଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ । କୋରୋନା ନିୟନ୍ତ୍ରଣରେ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ କହିଲେ ରାଜ୍ୟପାଳ ।
11:12 February 18
ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କଂଗ୍ରେସର ଗୃହତ୍ୟାଗ
ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କଂଗ୍ରେସର ଗୃହତ୍ୟାଗ । କୋଟିଆ ପ୍ରସଙ୍ଗକୁ ନେଇ ହୋ-ହାଲ୍ଲା କଲେ କଂଗ୍ରେସ ବିଧାୟକ ।
11:10 February 18
ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରଖୁଛନ୍ତି ଅଭିଭାଷଣ । ପୂର୍ବତନ ବିଧାୟକଙ୍କ ବିୟୋଗରେ ରାଜ୍ୟପାଳଙ୍କ ଶୋକପ୍ରସ୍ତାବ ।
11:03 February 18
ବିଧାନସଭା ବଜେଟ ଅଧିବେଶନ ଆରମ୍ଭ
ବିଧାନସଭା ବଜେଟ ଅଧିବେଶନ ଆରମ୍ଭ । ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ରଖୁଛନ୍ତି ଅଭିଭାଷଣ ।
10:59 February 18
ବିଧାନସଭା ପରିସରରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର
ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।
10:02 February 18

ଭୁବନେଶ୍ବର: ଆଜିଠୁ ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ସକାଳ 11ଟାରୁ ଆରମ୍ଭ ହେବ । କୋରୋନା କଟକଣା ମଧ୍ୟରେ ଗୃହକାର୍ଯ୍ୟ ଚାଲିବ ।
ଆଜି ଗୃହକାର୍ଯ୍ୟ ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିବେ । ତେବେ ପ୍ରଥମେ ରାଜ୍ୟପାଳ ବିଧାନସଭା ପରିସରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡଅଫ ଅନର ପ୍ରଦାନ କରାଯିବ । ସେପଟେ ବିଧାନସଭା ଅଧିବେଶନ ପାଇଁ କମିଶନରେଟ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସାଦା ପୋଷକଧାରି ପୋଲିସ ମୁତୟନ ହୋଇଛନ୍ତି ।
ତେବେ ଏହା ପୂର୍ବରୁ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ ବୋଲି ସୂଚନା ମିଳିଛି । ଗତକାଲି(ମଙ୍ଗଳବାର) ବିଜେଡି ଓ ବିଜେପି ନିଜ ନିଜର ବିଧାୟକ ଦଳ ବୈଠକ କରିଛନ୍ତି । ସେହିପରି ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହ କାର୍ଯ୍ୟ କିପରି ସୁରୁଖୁରୁରେ ସରିବ ସେନେଇ ଆଲୋଚନା କରିଛନ୍ତି ।
ପ୍ରତ୍ୟେକ ଦିନ 5 ଘଣ୍ଟା ଗୃହ ଚାଲିବ । ସକାଳ ସାଢେ 10ରୁ ଅପରାହ୍ନ 1ଟା 30 ଓ ଅପରାହ୍ନ 4ଟାରୁ ସନ୍ଧ୍ୟା 6ଟା ଯାଏ ଗୃହ ଚାଲିବ । ତେବେ ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନା, ବ୍ୟୟମଞ୍ଜୁରୀ ବିଲ, ବଜେଟ ଉତ୍ତର, ଗୃହ ଓ ସାଧାରଣ ପ୍ରଶାସନ, ରାଜସ୍ବ ବିଭାଗର ଖର୍ଚ୍ଚ ଦାବି ଆଦି ଗୁରୁତ୍ବପୂର୍ଣ୍ଣ ଆଲୋଚନା ଦିନ ଗୃହକାର୍ଯ୍ୟ ସନ୍ଧ୍ୟା 7ଟା ଯାଏ ଚାଲିବ ପାରିବ ବୋଲି ସୂଚନା ମିଳିଛି ।