ETV Bharat / city

Odisha Assembly; ବିଜେପି-କଂଗ୍ରେସ ଭିଡାଭିଡି, ଗୁଗଲି ଛାଡିଲା BJD - ତାରା ପ୍ରସାଦ ବାହିନୀପତି

ଶୁକ୍ରବାର ବିଧାନସଭା ନ ଚାଲିବା ନେଇ ମ୍ୟାଚ ଫ୍ୟାକ୍ସିଂର ଅଭିଯୋଗ ଆଣିଲା ବିରୋଧୀ ବିଜେପି। ଗତକାଲି ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ ହୋଇଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅଧିକ ପଢନ୍ତୁ...

Odisha assembly; ବିଜେପି କଂଗ୍ରେସ ଭିଡାଭିଡି;  ଗୁଗଲି ଛାଡିଲା ବିଜେଡି

author img

By

Published : Sep 3, 2021, 3:23 PM IST

ଭୁବନେଶ୍ବର : ଆଜି (ଶୁକ୍ରବାର) ବିଧାନସଭା ନ ଚାଲିବା ନେଇ ମ୍ୟାଚ ଫ୍ୟାକ୍ସିଂର ଅଭିଯୋଗ ଆଣିଲା ବିରୋଧୀ ବିଜେପି । ଗତକାଲି ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ ହୋଇଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ମୋହନ ମାଝୀ ଅଭିଯୋଗ କରିଛନ୍ତି, ଆଜି ରାଜ୍ୟର ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ବିଷୟରେ ଆଲୋଚନା ହୋଇଥାନ୍ତା । ତେଣୁ କଂଗ୍ରେସ ଷ୍ଟାଫ ସିଲେକ୍ସନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସହଯୋଗ କଲା । ଆଉ ବାଚସ୍ପତି ଗୃହକୁ ମୁଲତବୀ କଲେ । ଏପରକି ବାଚସ୍ପତି ମଧ୍ୟ ସରକାରଙ୍କୁ ଘଣ୍ଟ ଘୋଡାଇବା ପାଇଁ ପକ୍ଷପାତିତା କରିଥିବା ଅଭିଯୋଗ ଆଣିଛନ୍ତି ମୋହନ ।

ବିଜେପି-କଂଗ୍ରେସ ଭିଡାଭିଡି, ଗୁଗଲି ଛାଡିଲା BJD

ସେପଟେ ମୋହନ ମାଝୀଙ୍କ ପ୍ରସଙ୍ଗରେ ବିଜେପିକୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା ବିଜେପିକୁ ଟାର୍ଗେଟ କରି କହିଛନ୍ତି, ବିଜେପିର ମତିଭ୍ରମ ହୋଇ ସାରିଲାଣି । ବିଜେଡି, ବିଜେପି ଭାଇ ଭାଇ । ମୂଷା ବିଳେଇ ଦେଖି ଯେମତି ଲୁଚିଛପି ବସେ ସେମିତି ଆଜି ପ୍ରତାପ ଜେନାଙ୍କ ପ୍ରସଙ୍ଗରେ ବିଜେପି ଲୁଚି ବସିଛି ।

ଗତକାଲି ବିଜେପି ଦଳ ପ୍ରତାପ ଜେନାଙ୍କ ପ୍ରସଙ୍ଗ ଉଠାଇ ଗୃହରେ ଫ୍ଲାଗ କାର୍ଡ ଧରି ପ୍ରଦର୍ଶନ କରୁଥିଲେ ଆଜି କାହିଁକି ଚୁପ ? ବୋଲି ପ୍ରଶ୍ନ ଉଠାଇଲେ ତାରା । ଏଥିରୁ ପ୍ରମାଣିତ ବିଜେଡି ବିଜେପି ମଧ୍ୟରେ ଡିଲ ହୋଇଛି । ସେମାନେ ଭାଇ ଭାଇ । କଂଗ୍ରେସ କାହା ସହିତ ନାହିଁ । ସେହିପରି ତାରା କହିଛନ୍ତି ଗତକାଲି ବିଜେପି ଷ୍ଟାଫ୍ ସିଲେକସନ ଦୂର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିଥିଲା । ଆଜି ଆଇନ ଶୃଙ୍ଖଳା ପ୍ରସଙ୍ଗକୁ କାହିଁକି ଆଣିଲା ? ନିୟମ ଅନୁସାରେ ଗତକାଲି ଆଲୋଚନା ହୋଇ ନଥିବା ପ୍ରସଙ୍ଗ ଆଜି ଆଲୋଚନା ହେବା କଥା । କିନ୍ତୁ ଗତକାଲି ମୁଲତବୀ ପ୍ରସ୍ତାଵ ଆଲୋଚନା ହୋଇ ନଥିବା ବେଳେ କାହିଁକି ପୁଣି ଆଇନ ଶୃଙ୍ଖଳା ପ୍ରସଙ୍ଗ କଥା ଆଣିଲା ବିଜେପି ? ତାରା ସ୍ପଷ୍ଟ କରି କହିଛନ୍ତି ଆମେ ପ୍ରଥମରୁ ଚାଷୀ ଓ ଷ୍ଟାଫ ସିଲେକସନ ପ୍ରସଙ୍ଗ ଉଠାଇଛୁ । ସେଥିରେ ବଳବତ୍ତର ରହିଛୁ ।

ଅନ୍ୟପଟେ ଉଭୟ ବିରୋଧୀ ବିଜେପି-କଂଗ୍ରେସର ଆରୋପ ପ୍ରତ୍ୟାରୋପ ଦେଖି ଗୁଗଲି ଛାଡିଛି ଶାସକ ବିଜେଡି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ବିରୋଧୀଙ୍କ ଭିତରେ ବାଗୁଡି ଖେଳ ଚାଲିଛି। ସେମାନେ ଆଲୋଚନା କରି ପ୍ରସଙ୍ଗ ଆଣିବା କଥା। ନିର୍ଦ୍ଧିଷ୍ଟ ଭାବେ କିଛି କଥା ନକହି ଲୋକଙ୍କ କାମରେ ଲାଗୁନଥିବା ପ୍ରସଙ୍ଗ ଉଠାଉଛନ୍ତି । ଯେଉଁ ପ୍ରସଙ୍ଗ ଆଣିବା କଥା ଆଣୁନାହାନ୍ତି। ଲୋକଙ୍କ ପ୍ରସଙ୍ଗ ଉଠାନ୍ତୁ। ନିଜେ ଥାନା କୋର୍ଟ କଚେରୀ ନହୁଅନ୍ତୁ । ଲୋକଙ୍କ ସ୍ବାର୍ଥ ପାଇଁ ଯେଉଁ ପ୍ରସଙ୍ଗ ଆସିବ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ । ରାଜ୍ୟରେ ତଥା ପ୍ରତି ନିର୍ବାଚନ ମଣ୍ଡଳୀରେ ଚାଷୀ, କୋଭିଡ, ମରୁଡି ଭଳି ବହୁ ପ୍ରସଙ୍ଗ ଅଛି । କିଛି କ୍ରିମିନାଲ କେସ ଧରି ବିରୋଧୀ ଗୃହକୁ ଅଚଳ କରୁଛନ୍ତି । ଛୋଟ ଛୋଟ କ୍ରିମିନାଲ କେସ ପାଇଁ ଲୋକେ ନିର୍ବାଚିତ କରି ପଠାଇ ନାହାଁନ୍ତି । ସଠିକ ଫୋରମରେ ପ୍ରସଙ୍ଗ ଆଣିଲେ ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ପ୍ରମିଳା କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.