ETV Bharat / city

ରାଜ୍ୟରେ 6,400 କୋଟିର ପୁଞ୍ଜିନିବେଶକୁ ଅନୁମୋଦନ

author img

By

Published : Jan 6, 2021, 9:47 PM IST

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବୈଠକରେ ୬ ହଜାର ୪୦୦ କୋଟିର ପୁଞ୍ଜି ନିବେଶକୁ ଅନୁମୋଦନ । ସୃଷ୍ଟି ହେବ ୪ ହଜାର ୬୩୧ ଜଣ ନିଯୁକ୍ତି । ଅଧିକ ପଢନ୍ତୁ...

Odisha Approves Investment Proposals Over Rs 6400 Crore
ରାଜ୍ୟରେ 6, 400 କୋଟିର ପୁଞ୍ଜିନିବେଶକୁ ଅନୁମୋଦନ

ଭୁବନେଶ୍ବର: ରାଜ୍ୟରେ 6 ହଜାର 400 କୋଟିର ପୁଞ୍ଜି ନିବେଶକୁ ଅନୁମୋଦନ କଲେ ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବୈଠକରେ ଅନୁମୋଦନ କରାଯାଇଛି । ରାଜ୍ୟରେ 3ଟି କମ୍ପାନୀ ୫ ହଜାର ୩୦୦ କୋଟିରୁ ଅଧିକ ଓ 5ଟି କମ୍ପାନୀ 1 ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ କରିବେ । ଯାହାଦ୍ବାରା 4 ହଜାର 631 ଜଣ ନିଯୁକ୍ତି ପାଇବେ ।

ଦେଶର ଏକ ପ୍ରମୁଖ ନିବେଶସ୍ଥଳ ଭାବରେ ଓଡିଶା ସରକାର ଅଗ୍ରଗତି ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ IPICOL ଦେଶର ୨୦ ରାଜ୍ୟ ମଧ୍ୟରେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ ସ୍ଥାନ ହାସଲ କରିଥିବା ନିବେଶ ଭାରତ ଓ ବିଶ୍ବ ବ୍ୟାଙ୍କର ଏକ ସର୍ଭେରୁ ଜଣାପଡିଛି ।

ତେବେ 3ଟି କମ୍ପାନୀ ମେଟାଲ ଓ ମେଟାଲ ଡାଉନଷ୍ଟ୍ରିମ, ସିମେଣ଼୍ଟ ଓ ରିଫାଇନାରୀ ଏବଂ ପେଟ୍ରୋକେମିକାଲ ସେକ୍ଟରରେ ୫ ହଜାର ୩୦୦ କୋଟିରୁ ଅଧିକ ପୁଞ୍ଜିନିବେଶ କରିବେ । ସେଗୁଡିକ ହେଲେ ୟାଜଦାନୀ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ, ଶିବ ସିମେଣ୍ଟ ଲିମିଟେଡ(SCL) ଓ ନୁମାଲିଗଡ ରିଫାଇନାରୀ ଲିମିଟେଡ(NRL) ।

ୟାଜଦାନୀ ଷ୍ଟିଲ ଏଣ୍ଡ ପାଓ୍ବାର ଲିମିଟେଡ ଯାଜପୁର କଳିଙ୍ଗ ନଗରରେ 2 ହଜାର 415 କୋଟି ନିବେଶ କରିବ । ଫଳରେ ଏଠାରେ 2 ହଜାର 876 ନିଯୁକ୍ତି ସୃଷ୍ଟି ହେବ । SCL ତେଲିଘଣା, କୁତ୍ରା ଓ ସୁନ୍ଦରଗଡରେ 1 ହଜାର 523 କୋଟି ନିବେଶ କରିବ । ଯାହା 600 ନିଯୁକ୍ତି ସୃଷ୍ଟି କରିବ । ସେହିପରି NRL ଦ୍ବାରା ଜଗତସିଂହପୁର ପାରଦ୍ବୀପରେ 1 ହଜାର 420 କୋଟି ପୁଞ୍ଜି ବିନିଯୋଗରେ 200 ନିଯୁକ୍ତି ସୃଷ୍ଟି ହେବ ।

1ହଜାର କୋଟିରୁ ଅଧିକ ପୁଞ୍ଜିନିବେଶକାରୀ କମ୍ପାନୀଗୁଡିକ ମେଟାଲ ଓ ମେଟାଲ ଡାଉନଷ୍ଟ୍ରିମ, ସାର, ଖାଦ୍ୟ ପ୍ରକ୍ରିୟାକରଣ ଓ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବେ । ପାରାଦ୍ବୀପରେ IFFCO, ସୁନ୍ଦରଗଡରେ ପଟ୍ଟନାୟକ ମିନେରାଲସ ପ୍ରାଇଭେଟ ଲିମିଟେଡ, ସମ୍ବଲପୁରରେ ପ୍ରିମିୟର ଆଲକୋବେଭ ପ୍ରାଇଭେଟ ଲିମିଟେଡ, କଟକରେ କଟକ ଏଗ୍ରିଭେଟ ପ୍ରାଇଭେଟ ଲିମିଟେଡ ଓ ପୁରୀର ପିପିଲି ଅଞ୍ଚଳରେ S J ଡେଭଲପର୍ସ ଏଣ୍ଡ ହାଉସିଂ ପ୍ରାଇଭେଟ ଲିମିଟେଡ ପୁଞ୍ଜିନିବେଶ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.