ETV Bharat / city

4ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ, 873 ପାଇବେ ରୋଜଗାର

author img

By

Published : Nov 17, 2020, 7:40 PM IST

ଓଡିଶା ପ୍ରତି ବଢୁଛି ନିବେଶକଙ୍କ ବିଶ୍ବାସ । ଏଥିଯୋଗୁଁ କୋରୋନା ସଙ୍କଟ କାଳରେ ବି ଜାରି ରହିଛି ନିବେଶ ସୁଯୋଗ ।

4ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ, 873 ପାଇବେ ରୋଜଗାର
4ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ, 873 ପାଇବେ ରୋଜଗାର

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡ କ୍ଲିୟରାନ୍ସ ବୈଠକରେ 4 ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ନେଇ ଅନୁମୋଦନ ଦିଆଯାଇଛି ।

464.72 କୋଟି ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 873 ଜଣଙ୍କୁ ନିଯୁକ୍ତି ମିଳିବ।

ଗତ କିଛି ଦିନ ତଳେ ରାଜ୍ୟରେ 5ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରିଥିଲେ ସରକାର । ଏହାର ବ୍ୟୟ ଅଟକଳ 92 ହଜାର କୋଟିରୁ ଅଧିକ ରହିଛି । କୋଭିଡ ଓ ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ବି ଓଡିଶା ପ୍ରତି ବିଶ୍ବାସ ଦେଖାଇଛନ୍ତି ନିବେଶକ । ରାଜ୍ୟକୁ ଛୁଟିଛି ନିବେଶର ସୁଅ ।

ଫେବୃଆରୀରୁ ଏବେ ସୁଦ୍ଧା 1 ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ଆସିଛି । ଯାହା ଫଳରେ ନିଯୁକ୍ତି ସୁଯୋଗ ବଢିବା ଆଶା ବଢିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.