ETV Bharat / city

ପ୍ଲାଜମା ଥେରାପିରେ ଓଡିଶାକୁ ସଫଳତା, ସୁସ୍ଥ ହେଲେ 104 ଜଣ

author img

By

Published : Aug 30, 2020, 9:32 PM IST

ପ୍ଲାଜମା ଥେରାପି ଚିକିତ୍ସାରେ ଓଡିଶା ଏକ ବିରଳ ଉପଲବ୍ଧି ହାସଲ କରିଛି । ଏହି ଥେରାପି ମାଧ୍ୟମରେ 104 ଜଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଯାହାକୁ ନେଇ ସ୍ବାସ୍ଥ୍ୟବିଭାଗ ପ୍ଲାଜମା ଟିକିତ୍ସାରେ ନିୟୋଜିତ ଟିମ ତଥା ଏହାକୁ ସମ୍ଭବ କରିବାରେ ସାହାଯ୍ୟ କରିଥିବା ସମସ୍ତ ପ୍ଲାଜମା ଦାତାଙ୍କୁ ଶୁଭେଚ୍ଛା ଜଣାଇଛି । ଅଧିକ ପଢନ୍ତୁ...

ପ୍ଲାଜମା ଥେରାପିରେ ଓଡିଶାକୁ ସଫଳତା, ସୁସ୍ଥ ହେଲେ 104 ଜଣ
ପ୍ଲାଜମା ଥେରାପିରେ ଓଡିଶାକୁ ସଫଳତା, ସୁସ୍ଥ ହେଲେ 104 ଜଣ

ଭୁବନେଶ୍ବର: ପ୍ଲାଜମା ଥେରାପି ଚିକିତ୍ସାରେ ଓଡିଶା ଏକ ବିରଳ ଉପଲବ୍ଧି ହାସଲ କରିଛି । ଏହି ଥେରାପି ମାଧ୍ୟମରେ 104 ଜଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଯାହାକୁ ନେଇ ସ୍ବାସ୍ଥ୍ୟବିଭାଗ ପ୍ଲାଜମା ଟିକିତ୍ସାରେ ନିୟୋଜିତ ଟିମ ତଥା ଏହାକୁ ସମ୍ଭବ କରିବାରେ ସାହାଯ୍ୟ କରିଥିବା ସମସ୍ତ ପ୍ଲାଜମା ଦାତାଙ୍କୁ ଶୁଭେଚ୍ଛା ଜଣାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ବିଟରରେ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି, ‘ଓଡିଶା ପ୍ଲାଜମା ଥେରାପି ଚିକିତ୍ସାରେ 104 ଜଣ ରୋଗୀଙ୍କୁ ଆରୋଗ୍ୟ କରି ବେଶ ସଫଳତା ହାସଲ କରିଛି । ପ୍ଲାଜମା ଥେରାପିରେ ନିୟୋଜିତ ଟିମ ଓ ସମସ୍ତ ପ୍ଲାଜମା ଦାତାଙ୍କୁ ସ୍ବାସ୍ଥ୍ୟ ବିଭାଗ ଅଭିନନ୍ଦନ ଜଣାଉଛି ।’

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରବିବାର 2519 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ସୁସ୍ଥ ସଂଖ୍ୟା 73ହଜାର 2ଶହ 33ରେ ପହଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ 419 ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.