ଭୁବନେଶ୍ବର: ରାଜ୍ୟରେ ଗତ 24 ଘଣ୍ଟାରେ ପୁଣି 10 ଜଣଙ୍କ ପ୍ରାଣ ନେଲା କିଲର କୋରୋନା । 8 ଜିଲ୍ଲାରୁ 10 ମୁଣ୍ଡ ନେଇଛି ଭାଇରସ । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା 701ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବଲାଙ୍ଗୀରରେ ଜଣେ 40 ବର୍ଷର ବ୍ୟକ୍ତି , କଟକରେ 69 ବର୍ଷ ଓ 84 ବର୍ଷର ଦୁଇ ଜଣ ପୁରୁଷଙ୍କ ଜୀବନ ଯାଇଛି । ସେହିପରି ଗଞ୍ଜାମରେ 68 ବର୍ଷୀୟ ଓ କଳାହାଣ୍ଡିରୁ 65 ବର୍ଷ, ଖୋର୍ଦ୍ଧାରେ 92 ବର୍ଷର ଓ ମୟୂରଭଞ୍ଜ ରେ 80 ବର୍ଷର 5 ଜଣ ବ୍ୟକ୍ତି ଆଜି କୋରୋନାରେ ମୃତ୍ୟୁ ହୋଇଛି । ସେପଟେ ପୁରୀରୁ ଆଜି ଦୁଇ ଜଣ କୋରୋନା ଆକ୍ରାନ୍ତ ଜୀବନ ହାରିଛନ୍ତି । ଜଣେ 60 ବର୍ଷୀୟ ମହିଳା ଓ ଅନ୍ୟଜଣେ 54 ବର୍ଷୀୟ ପୁରୁଷ । ସମ୍ବଲପୁରରେ ମଧ୍ୟ ଜଣେ 53 ବର୍ଷର ପୁରୁଷଙ୍କର ମୃତ୍ୟ ଘଟିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ