ETV Bharat / city

ଆରପାରିରେ ଅଜିତ ଦାସ, କଳା ଜଗତରେ ଶୋକର ଛାୟା

author img

By

Published : Sep 13, 2020, 3:30 PM IST

Updated : Sep 14, 2020, 11:09 PM IST

odia veteran actor ajit das passes away
ଆରପାରିରେ ଅଜିତ ଦାସ

23:01 September 14

ଆରପାରିରେ ଅଜିତ ଦାସ, କଳା ଜଗତରେ ଶୋକର ଛାୟା

ବରିଷ୍ଠ ଅଭିନେତା ଅଜିତ୍‌ ଦାସ ନିଧନ ପରେ ଶୋକବ୍ୟକ୍ତ କରିବା ସହ ଶୁଣନ୍ତୁ କଣ କହୁଛନ୍ତି ଅଭିନେତା ଚନ୍ଦନ କର..

22:20 September 13

ଆରପାରିରେ ଅଜିତ ଦାସ, କଳା ଜଗତରେ ଶୋକର ଛାୟା

ଆରପାରିରେ ଅଜିତ ଦାସ, କଳା ଜଗତରେ ଶୋକର ଛାୟା

ସେହିପରି ଅଭିନେତା ଅଜିତ ଦାସଙ୍କ ବିୟୋଗରେ ଓଡିଶା ନାଟ୍ୟ ଜଗତର ବ୍ୟକ୍ତି ବିଶେଷ ମାନେ ସେମାନଙ୍କ ଶୋକ ବ୍ୟକ୍ତ କରିବା ସହ ତାଙ୍କର ନାଟ୍ୟ ଜଗତ ପାଇଁ କାର୍ଯ୍ୟ ସବୁବେଳେ ମନେ ରହିବ ବୋଲି କହିଛନ୍ତି ।

15:15 September 13

ଆରପାରିରେ ଅଜିତ ଦାସ

ଆରପାରିରେ ଅଜିତ ଦାସ, କଳା ଜଗତରେ ଶୋକର ଛାୟା

ଭୁବନେଶ୍ବର: ଓଡ଼ିଶାର ବିଶିଷ୍ଟ ଅଭିନେତା ଅଜିତ ଦାସଙ୍କ ଦେହାନ୍ତ ହୋଇଛି । ସେ କୋଭିଡରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା । ଆଜି ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ମିଳିଛି ।  

ତାଙ୍କ ବିୟୋଗର ଖବର ସମଗ୍ର କଳା ଜଗତରେ ପ୍ରକାଶ ପାଇବା ପରେ ଶୋକର ଛାୟା ଖେଳିଯାଇଛି । ଅଜିତ ଦାସ ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା ଏବଂ ନାଟ୍ୟଗୁରୁ ଥିଲେ । ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର ପ୍ରତିଷ୍ଠାତା ଥିଲେ ।

ଅଜିତ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟବେଳୁ ନାଟକ ସହିତ ଜଡିତ । ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଟିମ ଥିଲା । ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ଅଜିତ ଦାସ ୧୯୭୬ ମସିହାରେ ନିର୍ମିତ ସିନ୍ଦୂର ବିନ୍ଦୁରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।

ତେବେ କୋରୋନା ସମୟରେ ଏହି ବିଶିଷ୍ଟ ବର୍ଷୀୟାନ ଅଭିନେତାଙ୍କ ମୃତ୍ୟୁ ହୋଇଥିବାରୁ ଗାଇଡ଼ ଲାଇନ ଅନୁସାରେ କେହି ହସ୍ପିଟାଲ ଯାଇପାରୁନଥିବା ବେଳେ ବରମୁଣ୍ଡା ସ୍ଥିତ ତାଙ୍କ ବାସଭବନରେ ଅନେକ କଳାକାରଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଏହି ଅବସରରେ ତାଙ୍କ ଛାତ୍ର ଓ ବିଶିଷ୍ଟ ସିନେ ଅଭିନେତା ରାଇ ମୋହନ ପରିଡାଙ୍କ ସମେତ ଟେଲି ଜଗତର ହାସ୍ୟ ଅଭିନେତା ପ୍ରଜ୍ଞା, ଅନ୍ତର୍ଯ୍ୟାମୀ ପଣ୍ଡା ଓ ସୁନନ୍ଦା ପରିଡା ସମେତ ଅନ୍ୟମାନେ ନିଜ ସାରଙ୍କୁ ହରାଇଥିବାର ଦୁଃଖ ପ୍ରକାଶ କରିଥିଲେ । ଅଜିତ ଦାସ ଜଣେ ବରଗଛ ଥିଲେ। କିନ୍ତୁ ଖୁବ କମ ବୟସରେ ଏହି ଗଛ ମରିଗଲା। ଯାହା ଫଳରେ ଅନେକ କଳାକାର ଅସହାୟ ହୋଇଛନ୍ତି ବୋଲି କଳାକାରମାନେ ପ୍ରତିକ୍ରିୟା ରଖିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Sep 14, 2020, 11:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.