ETV Bharat / city

ଅର୍ଜୁନ ପୁରସ୍କାର ପାଇଁ ଆଶାବାଦୀ ଓଡିଆ ଧାବିକା ଦୁତି ଚାନ୍ଦ

author img

By

Published : Jul 27, 2019, 12:16 PM IST

କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଏ । ଓଡିଆ ଧାବିକା ଦୁତି ଚାନ୍ଦ ଏହି ସମ୍ମାନଜନକ ପୁରସ୍କାର ପାଇଁ ଆବେଦନ କରିଛନ୍ତି । ଏହାସହ ପୁରସ୍କାର ମିଳିବା ନେଇ ଆଶାବାଦୀ ଅଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ଅର୍ଜୁନ ପୁରସ୍କାର ମିଳିବା ନେଇ ଓଡିଆ ଧାବିକା ଦୁତି ଚାନ୍ଦ ଆଶାବାଦୀ ଅଛନ୍ତି । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ନିତ କରିଥିବା କ୍ରୀଡାବିତଙ୍କୁ ମିଳିଥାଏ ଏହି ସମ୍ମାନଜନକ ଅର୍ଜୁନ ପୁରସ୍କାର ।

2019 ବର୍ଷ ପାଇଁ ଏପ୍ରିଲ ମାସ ପର୍ଯ୍ୟନ୍ତ ଏହି ସମ୍ମାନଜନକ ପୁରସ୍କାର ପାଇଁ ଆବେଦନର ସମୟ ରହିଥିଲା । ଦୁତି ଏଥିପାଇଁ ଆବେଦନ କରିଛନ୍ତି । ଯୋଗ୍ୟତାର ମାନଦଣ୍ଡ ଅନୁଯାୟୀ ଗତ 3 ବର୍ଷ ଧରି କ୍ରୀଡାବିତଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିବା ଜରୁରୀ । 2016ରୁ 2019 ପର୍ଯ୍ୟନ୍ତ ଦୁତିଙ୍କ ପ୍ରଦର୍ଶନ ଦମଦାର ରହିଛି । ତେବେ ଓଡିଶା ସରକାରଙ୍କ ପକ୍ଷରୁ ବିଳମ୍ବରେ କ୍ରୀଡା ମନ୍ତ୍ରଣାଳୟକୁ ଦୁତିଙ୍କ ନାମ ସୁପାରିଶ କରାଯାଇଛି ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ ଦୁତି ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହେବାନେଇ ଆଶଙ୍କା ଉପୁଜିଛି । ତେବେ ଦେଶ ପାଇଁ ଅଧିକ ପଦକ ଜିତିବା ତାଙ୍କର ଲକ୍ଷ୍ୟ ଓ ଖେଳାଳିଙ୍କୁ ଅର୍ଜୁନ ସମ୍ମାନ ଅଧିକ ପ୍ରେରଣା ଯୋଗାଇ ଥାଏ କହିଛନ୍ତି ଦୁତି । ତେଣୁ ସେ ପୁରସ୍କାର ପାଇବା ନେଇ ଆଶାବାଦୀ ଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଏକ ଗରିବ ମଧ୍ୟବିତ୍ତ ପରିବାରର ଝିଅ ହୋଇଥିଲେ ମଧ୍ୟ, ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଦେଶର ପ୍ରତିନିଧିତ୍ବ କରିଛନ୍ତି ଓଡିଆ ଝିଅ ଦୁତି । ଏସିଆନ ଚମ୍ପିଆନସିପ, ଏସିଆନ ଗେମ୍ସ, ବିଶ୍ବ ଚମ୍ପିଆନସିପ ନିକଟରେ ଦୁତି ଇଟାଲିରେ ହୋଇଥିବା ବିଶ୍ବବିଦ୍ୟାଳୟ ଦୌଡକୁଦରେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଟୁର୍ଣ୍ଣାମେଣ୍ଟରେ 100 ମିଟର ଦୌଡ ଇଭେଣ୍ଟରେ ଦୁତିଙ୍କ ଏହି ସଫଳତା ପରେ ଦୁତିଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା । ଜାକର୍ତ୍ତାରେ ହୋଇଥିବା 2018 ଏସିଆନ ଗେମ୍ସରେ 2ଟି ରୌପ୍ୟ ହାସଲ କରିଥିଲେ ଦୁତି । ଦୋହାରେ ହୋଇଥିବା ବିଶ୍ବସ୍ତରୀୟ ଦୌଡକୁଦ ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି ଦୁତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଅର୍ଜୁନ ପୁରସ୍କାର ରୁ ବାଦ ପଡିଲେ କି ଓଡିଶା ଦୌଡ଼ରାଣୀ

Body:ଅର୍ଜୁନ ପୁରସ୍କାର ରୁ ବାଦ ପଡିଲେ କି ଓଡିଶା ଦୌଡ଼ରାଣି।

ଆଲମ୍ପିଆନ ଦୁତି ଚାନ୍ଦ 2018 -2019 ଅର୍ଜୁନ ପୁରସ୍କାର ରୁ ବାଦ ପଡି ପାରନ୍ତି ବୋଲି କୁହାଯାଉଥିବାର ଘଟଣା ସମ୍ନା କୁ ଆସିଛି। ଅନ୍ୟ ପଟେ ରାଜ୍ୟ ସରକାର ବିଳମ୍ବ ରେ ଦୁତି ଙ୍କ ନାଁ ସୁପାରିସ କରିଥିବା ସହ ଭାରତୀୟ ଦୌଡ଼ ମହାସଂଘ ତ୍ରୁଟିପୂର୍ଣ୍ଣି ତାଲିକା ଯୋଗୁଁ ଦେଶ ର ଦ୍ରୁତତମ ଧାବିକା ଦୁତିଚାନ୍ଦ ସମ୍ନାନ ଜନକ ପୁରସ୍କାର ରୁ ବଂଚିତ ହୋଇପାରନ୍ତି ବୋଲି ସୂଚନା ମିଳିଥିବା ବେଳେ ଦୁତି ୟାକୁ ନେଇ ନିଜର ମତ ରଖିଛନ୍ତି। ଦୁତି କହିଛନ୍ତି ଅର୍ଜୁନ ପୁରସ୍କାର ପାଇଁ ସେ ସବୁ ଡାଟା ଦେଇଛନ୍ତି। ଜଣେ ଖେଳାଳି ତିନି ବର୍ଷ ଧରି ଭଲ ପ୍ରଦର୍ଶନ କରିବା ଦରକାର ଯାହା ଦୁତି କରିଛନ୍ତି। ତେବେ ଦୁତି କହିଛନ୍ତିଏବେ ଶୁଦ୍ଧା ସରକାରୀ ସ୍ତର ରୁ କୌଣସି ସୂଚନା ପାଇଁ ନାହାନ୍ତି । ଆଉ ଜଣେ ଖେଳାଳି କୁ ପୁରସ୍କୃତ କଲେ ତାକୁ ଆହୁରି ନିଜ ଖେଳ ପ୍ରତି ପ୍ରସାହନ ମିଳେ ବୋଲି ଦୁତି ମତ ରଖିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.