ଭୁବନେଶ୍ବର: ଆଉ ନାହାନ୍ତି ଓଲିଉଡ ଜଗତର ଲୋକପ୍ରିୟ ଗାୟିକା ତପୁ ମିଶ୍ର । ଗତକାଲି(ଶନିବାର) ବିଳମ୍ବିତ ରାତିରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତପୁଙ୍କ ମୃତ୍ୟୁ ଘଟିଛି । ସେ ନିକଟରେ କୋରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତପୁ କୋରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କ ଫୁସଫୁସ ସଂକ୍ରମଣ ହେବା କାରଣରୁ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିଲା । ପାଖାପାଖି ଏକ ମାସ ହେବ ମେଡିକାଲରେ ସଂଘର୍ଷ କରିବା ପରେ ଶେଷରେ ସେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 38 ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ସମଗ୍ର କଳାଜବତ ସ୍ତବ୍ଧ ହୋଇଯାଇଛି । ତେବେ ମେ ମାସର ପ୍ରଥମ ସପ୍ତାହରେ ତପୁଙ୍କ ବାପା କୋଭିଡରେ ସଂକ୍ରମିତ ହୋଇ ଆରପାରିକୁ ଚାଲି ଯାଇଥିଲେ । ପରେ ପରେ ତପୁ କୋଭିଡରେ ସଂକ୍ରମିତ ହୋଇଥିଲେ । ଆଜି(ରବିବାର) ସତ୍ୟନଗର ଶ୍ମଶାନରେ ତପୁଙ୍କ ଶେଷକୃତ ହେବ ।
କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ଓଲିଉଡ ଜଗତ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି ।
-
ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସଙ୍ଗୀତ ଜଗତରେ ସେ ସ୍ଥାପନ କରିଥିବା କୀର୍ତ୍ତି ସର୍ବଦା ତାଙ୍କୁ ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) June 20, 2021 " class="align-text-top noRightClick twitterSection" data="
">ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସଙ୍ଗୀତ ଜଗତରେ ସେ ସ୍ଥାପନ କରିଥିବା କୀର୍ତ୍ତି ସର୍ବଦା ତାଙ୍କୁ ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) June 20, 2021ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସଙ୍ଗୀତ ଜଗତରେ ସେ ସ୍ଥାପନ କରିଥିବା କୀର୍ତ୍ତି ସର୍ବଦା ତାଙ୍କୁ ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) June 20, 2021
ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତରେ ଯୁବ କଣ୍ଠଶିଳ୍ପୀ ଭାବେ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲେ ତପୁ ମିଶ୍ର । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଛନ୍ତି ବହୁ ହିଟ୍ ଗୀତ । ଆଉ ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ନିଜ ଇଣ୍ଡଷ୍ଟ୍ରିରେ ନିଜର ପାରଦର୍ଶିତା ଦେଖାଇଥିଲେ । ନୂଆ କରି ଓଲିଉଡରେ ପାଦ ଥାପି ମଧ୍ୟ ଜଣେ ଭର୍ସାଟାଇଲ ପ୍ଲେ- ବ୍ୟାକ୍ ସିଙ୍ଗର ଭାବେ ସେ ଅନେକ ପ୍ରଶଂସା ସାଉଣ୍ଟିଥିଲେ ।
ସେ ମେ ୧୯ ତାରିଖରେ ICU ରେ ଭର୍ତ୍ତି ହୋଇଥିଲେ । ପରେ ତପୁ ମିଶ୍ରଙ୍କ ଅକ୍ସିଜେନ ସ୍ତରରେ ସୁନ୍ତୁଳନ ଆସିଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ପରେ ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ଏବଂ ଅକ୍ସିଜେନ ସ୍ତର ବହୁତ କମ୍ ରହିଥିଲା । ଏହି ସମୟରେ ତାଙ୍କ ଫୁସଫୁସ ମଧ୍ୟ କୋଭିଡରେ ଅଧିକ ସଂକ୍ରମିତ ହୋଇଯାଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ ତପୁ ମିଶ୍ରଙ୍କୁ ଏକମୋ ଚିକିତ୍ସା ଯୋଗାଇ ଦିଆଯିବାକୁ ତାଙ୍କ ପରିବାର ଲୋକ ଚିନ୍ତା କରିଥିଲେ । ଏନେଇ ତପୁଙ୍କ ବଡ଼ ଭଉଣୀ ଧ୍ରୁତିଦୀପା ଗଣମାଧ୍ୟମରେ କହିଥିଲେ । ପରେ ସେ ଆର୍ଥିକ ସହାୟତା ଯୋଗାଇବାକୁ ନିବେଦନ କରିଥିଲେ । ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା । ନିକଟରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମଧ୍ୟ ଏକ ଲକ୍ଷ ଟଙ୍କା ତପୁଙ୍କ ଚିକିତ୍ସା ପାଇଁ ସହାୟତା ଦେଇଥିଲା । ତାଙ୍କ ସ୍ବାସ୍ଥ୍ୟର ଉନ୍ନତି ଲାଗି ଓଲିଉଡର ଜଣାଶୁଣା ଅଭିନେତା, କଳାକାର ଓ ଗାୟକ ପ୍ରମୁଖ ପ୍ରାର୍ଥନା କରିଥିଲେ । ମାତ୍ର ଶେଷରେ ତପୁଙ୍କ ଦେହାନ୍ତ ଘଟିଛି । ଗତ 2 ବର୍ଷ ତଳେ ତପୁ ମିଶ୍ର ବିବାହ କରିଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ