ETV Bharat / city

ପୁଣି ବିବାଦରେ ହ୍ୟୁମାନ ସାଗର, ଥାନାରେ ଲିଖିତ ଅଭିଯୋଗ କଲେ ଜାପାନୀ ଭାଇ

author img

By

Published : May 20, 2022, 5:34 PM IST

ଜଗନ୍ନାଥ ଭଜନ ଗାଇବେ ନାହିଁ କହି ପୁଣି ବିବାଦ ଛନ୍ଦି ହେଲେ ହ୍ୟୁମାନ ସାଗର। ଥାନାରେ ପହଞ୍ଚିଲା ମାମଲା। ସାଗର ସଙ୍ଗମର ମାଲିକ ମହମ୍ମଦ ଅବିଦ ଓରଫ ବବୁଲଙ୍କ ନାମରେ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସଙ୍ଗୀତ ନିର୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ। ଅଧିକ ପଢନ୍ତୁ

ପୁଣି ବିବାଦରେ ହୁମ୍ୟାନ ସାଗର, ଥାନାରେ ଲିଖିତ ଅଭିଯୋଗ କଲେ ଜାପାନୀ ଭାଇ
ପୁଣି ବିବାଦରେ ହ୍ୟୁମାନ ସାଗର, ଥାନାରେ ଲିଖିତ ଅଭିଯୋଗ କଲେ ଜାପାନୀ ଭାଇ

ଭୁବନେଶ୍ବର: ହ୍ୟୁମାନ ସାଗରଙ୍କ ପିଛା ଛାଡୁନି ବିବାଦ । ଜଗନ୍ନାଥ ଭଜନ ଗାଇବେ ନାହିଁ କହି ପୁଣି ବିବାଦ ଛନ୍ଦି ହେଲେ ହ୍ୟୁମାନ ସାଗର। ଥାନାରେ ପହଞ୍ଚିଲା ମାମଲା। ସାଗର ସଙ୍ଗମର ମାଲିକ ମହମ୍ମଦ ଅବିଦ ଓରଫ ବବୁଲଙ୍କ ନାମରେ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସଙ୍ଗୀତ ନିର୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ। ଜାପାନୀ ଭାଇ ହ୍ୟୁମାନ ସାଗରଙ୍କୁ ଜଗନ୍ନାଥ ଭଜନ ଗାଇବାକୁ ଅଫର୍ ଦେଇଥିଲେ ।

ଥାନାରେ ଲିଖିତ ଅଭିଯୋଗ କଲେ ଜାପାନୀ ଭାଇ

ମାତ୍ର ହ୍ୟୁମାନ ଭଜନ ଗାଇବାକୁ ମନା କରିଥିଲେ। ଏଥିପାଇ ସେ ପ୍ରତିବାଦ କରିବାରୁ ହ୍ୟୁମାନ ସାଗରଙ୍କ ସହଯୋଗୀ ବବୁଲ ରାଜେଶ ନାୟକଙ୍କୁ ଫୋନ କରି ଜାପାନୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଖାରବେଳ ନଗର ଥାନାରେ ହେଲା ଅଭିଯୋଗ ହୋଇଛି । ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ ଦୀର୍ଘ ଦିନରୁ ହ୍ୟୁମାନଙ୍କୁ ସଂଗୀତ ନିର୍ଦେଶକ ଜାପାନୀ କହୁଥିବା ବେଳେ ସେ ଏହାକୁ ଏଡାଇ ଯାଇଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ, ଆଗରୁ ମଧ୍ୟ ଅନେକ ଥର ବିବାଦରେ ଛନ୍ଦି ହୋଇଛନ୍ତି ହ୍ୟୁମାନ ସାଗର।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.