ETV Bharat / city

ଶାନ୍ତି ସ୍ବରୂପ ଭଟନାଗର ପୁରସ୍କାର ଜିତିଲେ ପ୍ରଥମ ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ - ଶାନ୍ତି ସ୍ବରୂପ ଭଟନାଗର ପୁରସ୍କାର

ବିଜ୍ଞାନ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନଜନକ ଶାନ୍ତି ସ୍ବରୂପ ଭଟନାଗର ପୁରସ୍କାର ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡିଶା ମାଟିର ଝିଅ ପ୍ରଫେସର ଜ୍ୟୋତିର୍ମୟୀ ଦାଶ । ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଶାନ୍ତି ସ୍ବରୂପ ଭଟନାଗର ପୁରସ୍କାର ଜିତିଲେ ପ୍ରଥମ ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ

author img

By

Published : Sep 27, 2020, 8:27 PM IST

ଭୁବନେଶ୍ବର: ଓଡିଶା ପାଇଁ ଖୁସି ଖବର । ବିଜ୍ଞାନ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନଜନକ ଶାନ୍ତି ସ୍ବରୂପ ଭଟନାଗର ପୁରସ୍କାର ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡିଶା ମାଟିର ଝିଅ ପ୍ରଫେସର ଜ୍ୟୋତିର୍ମୟୀ ଦାଶ । ରସାୟନ ବିଜ୍ଞାନ ବିଭାଗରେ ଜ୍ୟୋତିର୍ମୟୀ ପ୍ରଥମ ଓଡିଆ ଭାବରେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି ।

ଚଳିତ ବର୍ଷ ମୋଟ 12 ଜଣ ଯୁବ ବୈଜ୍ଞାନିକଙ୍କୁ ଏହି ସମ୍ମାନ ମିଳିଛି । ବୈଜ୍ଞାନିକ ତଥା ଔଦୋଗିକ ଅନୁସନ୍ଧାନ ପରିଷଦର ପ୍ରତିଷ୍ଠା ଦିବସ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

ଶାନ୍ତି ସ୍ବରୂପ ଭଟନାଗର ପୁରସ୍କାର ଜିତିଲେ ପ୍ରଥମ ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ
ଶାନ୍ତି ସ୍ବରୂପ ଭଟନାଗର ପୁରସ୍କାର ଜିତିଲେ ପ୍ରଥମ ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ

ଜଗତସିଂହପୁରରେ ଜନ୍ମିତ ଜ୍ୟୋତିର୍ମୟୀ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ ପରେ ଆଇଆଇଟି କାନପୁରରୁ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ତେବେ ଜ୍ୟୋତିର୍ମୟୀଙ୍କ ଏହି ସଫଳତାକୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଟ୍ବିଟ କରି ଲେଖିଛନ୍ତି, ରାସାୟନିକ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାରେ ଜନ୍ମିତ ବୈଜ୍ଞାନିକ ପ୍ରଫେସର ଜ୍ୟୋତିର୍ମୟୀ ଦାଶଙ୍କୁ ବିଜ୍ଞାନରେ ଭାରତର ସର୍ବୋଚ୍ଚ ପୁରସ୍କାର ଶାନ୍ତି ସ୍ବରୂପ ଭଟନାଗର ମିଳିବା ନେଇ ଅଭିନନ୍ଦନ ଜଣାଉଛି। ତାଙ୍କର ଏହି ସଫଳତା ଦେଶର ଯୁବପିଢିଙ୍କୁ ପ୍ରେରଣା ଯୋଗାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.