ETV Bharat / city

ଓଡିଆ ନବବର୍ଷ ଉପଲକ୍ଷେ ମନ୍ଦିରରେ ଭକ୍ତଙ୍କ ଭିଡ

ପଣା ସଂକ୍ରାନ୍ତି ଅବସରରେ ଭୁବନେଶ୍ବରର ବିଭିନ୍ନ ହନୁମାନ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 14, 2019, 3:15 PM IST

ଭୁବନେଶ୍ବର: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ଏହି ସଂକ୍ରାନ୍ତିକୁ ପ୍ରଥମ ସଂକ୍ରାନ୍ତି ଭାବେ ଗଣାଯିବା ସହ ଆଜିର ଦିନଟିକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରିଥାନ୍ତି ଓଡିଆମାନେ । ତେବେ ଏହି ଅବସରରେ ଗାଁରୁ ସହର ସବୁଠି ଦେଖିବାକୁ ମିଳିଛି ଖୁସି ଏବଂ ଉଲ୍ଲାସର ବାତାବରଣ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜିର ଦିନଟିକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରିଥାନ୍ତି ଓଡିଶାବାସୀ। ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ କରି ନିଜର ମନସ୍କାମନା ପୁରାଣ କରିଥାନ୍ତି। ତେବେ ଆଜି ପ୍ରତ୍ୟେକ ହନୁମାନ ମନ୍ଦିରରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ । ଏହା ବ୍ୟତିତ ମା ତାରିଣୀଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।
ଆଜି ଦିନରେ ଆଉ ଏକ ବିଶେଷତ୍ଵ ହେଲା ବେଳ ପଣା। ପୂଜା ସାରି ବେଲ ପଣା ସେବନ କରନ୍ତି ଭକ୍ତମାନେ। ତେବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଓ ଦେବାଳୟରେ ଆଜି ବେଲ ପଣା ବଣ୍ଟନ କରାଯାଇଛି । ଯାହାର ଆନନ୍ଦ ଉଠାଉଛନ୍ତି ରାଜ୍ୟବାସୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

dhfh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.